କୋରୋନାର ତୃତୀୟ ଲହରକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ କଥା କହିଲେ AIIMS ନିର୍ଦ୍ଦେଶକ
Advertisement
Article Detail0/zeeodisha/odisha924144

କୋରୋନାର ତୃତୀୟ ଲହରକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ କଥା କହିଲେ AIIMS ନିର୍ଦ୍ଦେଶକ

AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ, ଭାରତରେ କୋରୋନାର ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଯଦି ଲୋକମାନେ ଉପଯୁକ୍ତ କୋଭିଡ୍ ଗାଇଡଲାଇନ ପାଳନ ନ କରନ୍ତି ତେବେ ଆସନ୍ତା ୬ରୁ ୮ ସପ୍ତାହ ମଧ୍ୟରେ ଭାରତରେ ହିଟ୍ କରିପାରେ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ବେଳକୁ ଭାରତରେ କୋରୋନାର ତୃତୀୟ ଲହର ଆସିପାରେ ବୋଲି ପୂର୍ବରୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଛନ୍ତି। କିନ୍ତୁ ଆଜି ଏହାକୁ ନେଇ  ଦିଲ୍ଲୀ AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସରକାର ଓ ଜନତା କିଭଳି ଭାବରେ ତୃତୀୟ ଲହରକୁ ଏଡାଇ ପାରିବେ ସେନେଇ ଡାକ୍ତର ଗୁଲେରିଆ ଆଗୁଆ ସତର୍କବାଣୀ ଶୁଣାଇଛନ୍ତି।

AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ (Randeep Guleria) କହିଛନ୍ତି ଯେ, ଭାରତରେ କୋରୋନାର ତୃତୀୟ ଲହର ଆସିବାର ସମ୍ଭାବନା ଅଛି। ଯଦି ଲୋକମାନେ ଉପଯୁକ୍ତ କୋଭିଡ୍ ଗାଇଡଲାଇନ (Covid Guidelines) ପାଳନ ନ କରନ୍ତି ତେବେ ଆସନ୍ତା ୬ରୁ ୮ ସପ୍ତାହ ମଧ୍ୟରେ ଭାରତରେ ହିଟ୍ କରିପାରେ। ବଡ ସଂଖ୍ୟାରେ ଲୋକଙ୍କର ଟିକାକରଣ ନ ହେବା ପର୍ଯ୍ୟନ୍ତ ସମସ୍ତଙ୍କୁ କୋରୋନା ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ପଡିବ।

Also Read: ଦେଶର ପ୍ରଥମ ରାଜ୍ୟ ଯିଏ ହଟାଇଲା ସମ୍ପୂର୍ଣ୍ଣ Lockdown

ସେ ପୁଣି କହିଛନ୍ତି ଯେ, ଭାରତର ପ୍ରାୟ ୯୫ କୋଟି ଜନତା କୋରୋନା ଟିକା ନେବାକୁ ଯୋଗ୍ୟ ଅଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ରା ୫ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। କୋରୋନାକୁ ରୋକିବାକୁ ହେଲେ ହଟସ୍ପଟ ଅଞ୍ଚଳ ଉପରେ କଡା ନଜର ରଖିବାକୁ ପଡିବ। ଦେଶବ୍ୟାପୀ ଲକଡାଉନ ଲଗେଇବାର କୌଣସି ଆବଶ୍ୟକତା ନାହିଁ। ଯେଉଁସବୁ ସ୍ଥାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି କିମ୍ବା କଣ୍ଚେନମେଣ୍ଟ ଅଛି ସେଠାରେ କଟକଣା ବଳବତ୍ତର ରହିବା ଆବଶ୍ୟକ।

ବିଭିନ୍ନ ସଂସ୍ଥାର ରିପୋର୍ଟ ଅନୁସାରେ ଆସନ୍ତା ଅକ୍ଟୋବର ବେଳକୁ ଭାରତରେ କୋରୋନା (Covid19) ର ତୃତୀୟ ଲହର (Third Wave) ଆସିବ। କିନ୍ତୁ ଏହା ଅଧିକ ମାରାତ୍ମକ ହେବ ନାହିଁ। ତୃତୀୟ ଲହରରେ ଶିଶୁମାନେ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପଟେ ଦେଶରେ କୋରୋନା ଟିକାକରଣ ଜୋରସୋରରେ ଚାଲିଛି। ତେଣୁ ଦେଶରେ ତୃତୀୟ ଲହରର ଅଧିକ ପ୍ରଭାବ ପଡିବ ନାହି ବୋଲି କୁହାଯାଉଛି।