central government new rules: କାମରେ ଠକିଲେ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର: କେନ୍ଦ୍ର ସରକାରଙ୍କ ନୂଆ ନିୟମ
Advertisement
Article Detail0/zeeodisha/odisha2313855

central government new rules: କାମରେ ଠକିଲେ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର: କେନ୍ଦ୍ର ସରକାରଙ୍କ ନୂଆ ନିୟମ

Department of Personnel and Training : ଏଣିକି ସରକାରୀ ଅଫିସରେ କାମ ଠିକ୍‌ ଭାବରେ ନ କଲେ ସମୟ ପୂର୍ବରୁ ରିଟାୟାର୍ଡ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। ପୁରା ପଢନ୍ତୁ...

government job

government job : ଏଣିକି ସରକାରୀ ଅଫିସରେ କାମ ଠିକ୍‌ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ ବା ରିଟାୟାର୍ଡ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର।

 କର୍ମଚାରୀ ଏବଂ ତାଲିମ ବିଭାଗ (dopt) ସଂପୃକ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ସାମୟିକ ସମୀକ୍ଷା କରିବା ପାଇଁ ସେମାନଙ୍କ ପ୍ରଶାସନିକ ନିୟନ୍ତ୍ରଣ ଅଧୀନରେ ଥିବା ସରକାରୀ କ୍ଷେତ୍ର, ବ୍ୟାଙ୍କ, ସ୍ବୟଂଶାସିତ ଅନୁଷ୍ଠାନକୁ ଏପରି ନିର୍ଦ୍ଦେଶ ଦେଇଛି।

ସମସ୍ତ କେନ୍ଦ୍ର ସରକାରୀ ବିଭାଗର ସଚିବମାନଙ୍କୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ, ପ୍ରଶାସନିକ ମନ୍ତ୍ରଣାଳୟ ଏବଂ ବିଭାଗକୁ ବାରମ୍ବାର ଏ ବାବଦରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଏବଂ କର୍ମଚାରୀ ଏବଂ ତାଲିମ ବିଭାଗକୁ ଏକ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ଉକ୍ତ ନିର୍ଦ୍ଦେଶାବଳୀକୁ ପାଳନ କରୁନାହାଁନ୍ତି।

ଏହା ଅନୁଯାୟୀ, ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଜୁଲାଇ ୨୦୨୪ରୁ ପ୍ରତି ମାସର ୧୫ତାରିଖ ଭିତରେ ଏକ ସ୍ବତନ୍ତ୍ର ଫର୍ମାଟରେ  କର୍ମଚାରୀ ଏବଂ ତାଲିମ ବିଭାଗକୁ ରିପୋର୍ଟ ଦାଖଲ କରିବାକୁ ହେବ।ଏଥିରୁ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।