ନୂଆଦିଲ୍ଲୀ: ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଆଧାର କାର୍ଡ (Aadhaar Card) ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଥାଏ । ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଆଧାର କାର୍ଡ (Aadhaar Card) ମଧ୍ୟ ତିଆରି କରାଯାଇଥାଏ, ଯାହାକୁ ବାଲ ଆଧାର କାର୍ଡ (Child Aadhaar Card) କୁହାଯାଏ । ତଥାପି, ଏଥିପାଇଁ ଆବେଦନ ପାଇଁ ଅଲଗା ନିୟମ ସ୍ଥିର କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଆଧାର ପ୍ରଦାନକାରୀ ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି (UIDAI) ଶିଶୁମାନଙ୍କ ପାଇଁ ଜାରି କରାଯାଉଥିବା ଆଧାର କାର୍ଡ (Aadhaar Card) ରେ କିଛି ବିଶେଷ ପରିବର୍ତ୍ତନ କରିଛି । ଶିଶୁମାନଙ୍କର ପିତାମାତା ବର୍ତ୍ତମାନ ଜନ୍ମ ପ୍ରମାଣପତ୍ର କିମ୍ବା ସେହି ଡାକ୍ତରଖାନା ଦ୍ୱାରା ଜାରି ସ୍ଲିପ୍ ଦାଖଲ କରି ଶିଶୁ ଆଧାର କାର୍ଡ ପାଇଁ ଆବେଦନ କରିପାରିବେ ।


ବାୟୋମେଟ୍ରିକ୍ସର ଆବଶ୍ୟକତା ହଟାଇବାକୁ UIDAI ନେଲା ନିଷ୍ପତ୍ତି


ସୂଚନାଯୋଗ୍ୟ, ପାଞ୍ଚ ବର୍ଷରୁ କମ୍ ଶିଶୁମାନଙ୍କ ପାଇଁ ବାଲ ଆଧାର ପ୍ରଦାନ କରାଯାଥାଏ । ଅବଶ୍ୟ ନିୟମ ଅନୁଯାୟୀ, ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ଆଖିର ରେଟିନା ଓ ହାତର ପାଞ୍ଚ ଆଙ୍ଗୁଠିର ଫିଙ୍ଗର ପ୍ରିଣ୍ଟ ଛାପ ଦେବା ଆବଶ୍ୟକ ହେବ ନାହିଁ । UIDAI ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ବାୟୋମେଟ୍ରିକ୍ ଆବଶ୍ୟକତାକୁ ଦୂର କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଯେତେବେଳେ ଶିଶୁଙ୍କୁ ପାଞ୍ଚ ବର୍ଷ ବୟସ ହେବ ସେତେବେଳେ ଏହା ଆବଶ୍ୟକ ହେବ । ଏଥି ସହିତ, ଏହା ପରେ ଶିଶୁର କାର୍ଡ ସାଧାରଣ ଆଧାର କାର୍ଡ ପରି ହେବ ।


ଆବେଦନ ପାଇଁ ଏହି ଜିନିଷଗୁଡ଼ିକର ହେବ ଆବଶ୍ୟକ


ଆବେଦନ ସମୟରେ ଆପଣଙ୍କୁ ପାସପୋର୍ଟ, ପାନ୍ କାର୍ଡ, ଭୋଟର ID, ଡ୍ରାଇଭିଂ ଲାଇସେନ୍ସ, NREGA ଜୋବ୍ କାର୍ଡ, ରେସନ କାର୍ଡ ଦରକାର ହେବ ।


ଶିଶୁ ଆଧାର ପାଇଁ କିପରି ଆବେଦନ କରିବେ 


୧. ସର୍ବପ୍ରଥମେ UIDAI ୱେବସାଇଟ୍ କୁ ଯାଆନ୍ତୁ ।


୨. ଏଠାରେ ଆପଣଙ୍କୁ ଆଧାର କାର୍ଡ ପଞ୍ଜୀକରଣର ବିକଳ୍ପ ଚୟନ କରିବାକୁ ହେବ ଏବଂ ଶିଶୁଙ୍କ ସମ୍ବନ୍ଧୀୟ ସୂଚନା ପୂରଣ କରିବାକୁ ପଡିବ ।


୩. ଠିକଣା, ସ୍ଥାନ, ରାଜ୍ୟ ଦାଖଲ କରନ୍ତୁ ଓ ଆବେଦନକୁ ଜମା କରନ୍ତୁ ।


୪. ପଞ୍ଜୀକରଣ କାର୍ଯ୍ୟସୂଚୀ ପାଇଁ ଅପାଇଣ୍ଟମେଣ୍ଟ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।


୫. ଦିଆଯାଇଥିବା ତାରିଖରେ ଯାଇ ଶିଶୁ ଆଧାର କାର୍ଡ ତିଆରି କରିନିଅନ୍ତୁ ।


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଛାଡ଼ ହେବ ବିଦ୍ୟୁତ୍ ବିଲ୍


ଅଧିକ ପଢ଼ନ୍ତୁ:-ଭାରତ ସରକାରଙ୍କୁ ଗୁହାରୀ କଲା ତାଲିବାନ, ଚିଠି ଲେଖି କରିଛି ଏହି ଦାବି


ଅଧିକ ପଢ଼ନ୍ତୁ:-ଅନଲାଇନରେ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ବର୍ତ୍ତମାନ ଏହିପରି ହେବ ପେମେଣ୍ଟ


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ମାସିକ ବେସିକ ଦରମା ଉପରେ ଆସିଲା ବଡ଼ ଅପଡେଟ, ଏହା କହିଲା ସରକାର