ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଛାଡ଼ ହେବ ବିଦ୍ୟୁତ୍ ବିଲ୍
Advertisement
Article Detail0/zeeodisha/odisha996307

ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଛାଡ଼ ହେବ ବିଦ୍ୟୁତ୍ ବିଲ୍

ଅନ୍ୟପଟେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ (punjab election 2022) ସିଏମ୍ ଚରଣଜିତ୍ ସିଂ ଚାନ୍ନିଙ୍କ ଏହି ଘୋଷଣାରୁ ଆମ୍ ଆଦମୀ ପାର୍ଟି (AAP) କୁ ଏକ ବଡ ଝଟକା ଲାଗିଛି । 

ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଛାଡ଼ ହେବ ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ: କ୍ୟାବିନେଟ ବୈଠକରେ ବିଦ୍ୟୁତ୍ ବିଲ୍ ଛାଡ ଉପରେ ପଞ୍ଜାବ ସରକାର (Punjab government) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଚାନ୍ନି ସରକାର ୨ କିଲୋୱାଟ ପର୍ଯ୍ୟନ୍ତ ବିଲ୍ ଛାଡ (electricity bill waiver) କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି (Charanjit Singh Channi) କହିଛନ୍ତି ଯେ, "ମୁଁ ଲଗାତର ପଞ୍ଜାବର ଲୋକଙ୍କ ମଧ୍ୟରେ ବୁଲୁଛି । ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବି । ଗୋଟିଏ ସମସ୍ୟା ହେଉଛି ବିଦ୍ୟୁତ୍ ବିଲ୍ । ମୁଁ ଦେଖିଲି ଏପରି ବହୁତ ଲୋକ ଅଛନ୍ତି ଯାହାର ବିଲ୍ ଅଧିକ ହୋଇଯାଇଛି ଏବଂ ଯେଉଁ କାରଣରୁ ସେମାନଙ୍କର ବିଦ୍ୟୁତ୍ ସଂଯୋଗ କଟାଯାଇଛି ।"

ସେ (Charanjit Singh Channi) କହିଛନ୍ତି, "2KW ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ଛାଡ କରାଯିବ ଓ ଯେଉଁମାନଙ୍କ ସଂଯୋଗ କଟା ଯାଇଛି, ସେମାନଙ୍କ କନେକଶନ ଲଗାଯିବ । ଏହା ସହିତ ସରକାର ବକେୟା ବିଲ୍ ଦେବେ । ଏହା ଦ୍ୱାରା ସରକାରୀ କୋଷ ଉପରେ ପ୍ରାୟ ୧୨୦୦ କୋଟି ଟଙ୍କା ବୋଝ ପକାଇବ । ରାଜ୍ୟରେ ୭୫ ପ୍ରତିଶତ ଗ୍ରାହକ ଦୁଇ କିଲୋୱାଟ ପର୍ଯ୍ୟନ୍ତ ଅଛନ୍ତି ।" ସିଏମ୍ ଚାନ୍ନି (Charanjit Singh Channi) କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୧ ଲକ୍ଷ ବିଦ୍ୟୁତ ସଂଯୋଗ କଟାଯାଇଛି । ସରକାର ସେମାନଙ୍କର ପୁରୁଣା ବକେୟା ବିଲ୍ ଦେବେ ।

ଅନ୍ୟପଟେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ (punjab election 2022) ସିଏମ୍ ଚରଣଜିତ୍ ସିଂ ଚାନ୍ନିଙ୍କ ଏହି ଘୋଷଣାରୁ ଆମ୍ ଆଦମୀ ପାର୍ଟି (AAP) କୁ ଏକ ବଡ ଝଟକା ଲାଗିଛି । ବାସ୍ତବରେ, ଆମ୍ ଆଦମୀ ପାର୍ଟି ସାଧାରଣ ଲୋକଙ୍କ ସମସ୍ୟା ମଧ୍ୟରୁ 'ବିଦ୍ୟୁତ୍ ବିଲ୍' ଉପରେ ପ୍ରତିଶୃତି ଦେଇଥିଲା । ବର୍ତ୍ତମାନ ନିଜେ ବିଦ୍ୟୁତ୍ ବିଲ୍ ଉପରେ ସିଏମ୍ ଚରଣଜିତ୍ ସିଂ ଚାନ୍ନି ଏକ ବଡ଼ ଘୋଷଣା କରିଛନ୍ତି । ଯାହାର ଲାଭ ଆଗାମୀ ନିର୍ବାଚନରେ କଂଗ୍ରେସକୁ ମିଳିପାରେ ବୋଲି ଅନୁମାନ କରାଯାଉଛି ।

ସେପଟେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଦିଲ୍ଲୀରେ ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି । ଏହି ସମୟରେ ସେ ବଙ୍ଗଳାରେ ପୋଷ୍ଟ ହୋଇଥିବା CRPF ଯବାନମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅମରିନ୍ଦର ସିଂ ଏହି ଭିଡିଓକୁ ଫେସବୁକରେ ସେୟାର କରି କହିଛନ୍ତି, "କାପୁରଥାଲା ହାଉସରେ ପୋଷ୍ଟ କରାଯାଇଥିବା CRPF ଯବାନମାନଙ୍କୁ ସେମାନଙ୍କର ସେବା ତଥା କର୍ତ୍ତବ୍ୟ ପ୍ରତି ଭକ୍ତି ପାଇଁ ଧନ୍ୟବାଦ । ଯେତେବେଳେ ମୁଁ ନୂଆଦିଲ୍ଲୀରେ ପଞ୍ଜାବ ସରକାରଙ୍କ ସରକାରୀ ବାସଭବନ ଖାଲି କଲି, ମୁଁ ତାଙ୍କୁ ଏକ ବିଶେଷ ଅଭିବାଦନ ଦେଇଛି ।"

ଅଧିକ ପଢ଼ନ୍ତୁ:-ଭାରତ ସରକାରଙ୍କୁ ଗୁହାରୀ କଲା ତାଲିବାନ, ଚିଠି ଲେଖି କରିଛି ଏହି ଦାବି

ଅଧିକ ପଢ଼ନ୍ତୁ:-ଅନଲାଇନରେ ପେମେଣ୍ଟ କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର, ଅକ୍ଟୋବର ୧ରୁ ବଦଳିଯିବ ନିୟମ, ବର୍ତ୍ତମାନ ଏହିପରି ହେବ ପେମେଣ୍ଟ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ମାସିକ ବେସିକ ଦରମା ଉପରେ ଆସିଲା ବଡ଼ ଅପଡେଟ, ଏହା କହିଲା ସରକାର

ଅଧିକ ପଢ଼ନ୍ତୁ:-ପଞ୍ଜାବ କଂଗ୍ରେସରେ ଝଡ଼: ୨ ମନ୍ତ୍ରୀ ଦେଲେ ଇସ୍ତଫା, ସିଦ୍ଧୁଙ୍କୁ ନେଇ କ୍ୟାପଟେନ କଲେ ଏହି ବଡ଼ ଦାବି