Stampede at church : 'ମାଗଣା' ମୃତ୍ୟୁ! ଚର୍ଚ୍ଚରେ ଦଳାଚକଟା, ଖାଦ୍ୟ ସାମଗ୍ରୀ ନେବାକୁ ଆସିଥିବା ୩୧ ମୃତ
Advertisement

Stampede at church : 'ମାଗଣା' ମୃତ୍ୟୁ! ଚର୍ଚ୍ଚରେ ଦଳାଚକଟା, ଖାଦ୍ୟ ସାମଗ୍ରୀ ନେବାକୁ ଆସିଥିବା ୩୧ ମୃତ

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାଟି ରିଭର୍ସ ଷ୍ଟେଟର ହାରକୋର୍ଟ ପଲୋ କ୍ଲବରେ ଘଟିଥିବା ସୂଚନା ମିଳିଛି। ଶନିବାର ନାଇଜେରିଆର ରିଭର୍ସ ଷ୍ଟେଟର କିଙ୍ଗସ ଆସେମ୍ବଲି ପେଣ୍ଟକୋଷ୍ଟାଲ ଚର୍ଚ୍ଚ ଦ୍ୱାରା ଏକ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସୌ- ସୋସିଆଲ ମିଡିଆ

Stampede at church : ନାଇଜେରିଆ ପାଇଁ ଅଶୁଭ ଶନିବାର। ଦକ୍ଷିଣ ନାଇଜେରିଆରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଏକ ଚର୍ଚ୍ଚର ଚାରିଟି ଇଭେଣ୍ଟ ସମୟରେ ଦଳାଚକଟା ହୋଇଛି। ଏଥିରେ  ଦ୍ୱାରା ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଆହତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାଟି ରିଭର୍ସ ଷ୍ଟେଟର ହାରକୋର୍ଟ ପଲୋ କ୍ଲବରେ ଘଟିଥିବା ସୂଚନା ମିଳିଛି।

ଶନିବାର ନାଇଜେରିଆର ରିଭର୍ସ ଷ୍ଟେଟର କିଙ୍ଗସ ଆସେମ୍ବଲି ପେଣ୍ଟକୋଷ୍ଟାଲ ଚର୍ଚ୍ଚ ଦ୍ୱାରା ଏକ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଠାରେ ଦଳାଚାକଟା ହୋଇଛି। ଅନେକ ପୀଡିତ ବ୍ୟକ୍ତି ବାର୍ଷିକ 'Shop for Free' ଦାନ କାର୍ଯ୍ୟକ୍ରମକୁ ଆସିଥିଲେ ବୋଲି ନାଇଜେରିଆ ପୋଲିସର ମୁଖପାତ୍ର ଗ୍ରେସ୍ ଇରିଙ୍ଗେ-କୋକୋ କହିଛନ୍ତି। ଆଫ୍ରିକାର ବୃହତ୍ତମ ଅର୍ଥନୀତି ଦେଶ ନାଇଜେରିଆରେ ଏଭଳି ଘଟଣା ସାଧାରଣ, ଏଠାରେ ସରକାରୀ ପରିସଂଖ୍ୟାନ ଅନୁଯାୟୀ ୮୦ ନିୟୁତରୁ ଅଧିକ ଲୋକ ଦାରିଦ୍ରରେ ବସବାସ କରନ୍ତି।

Also Read: ଯୌତୁକ ପାଇଁ ଜୀବନ ଗଲା! କୂଅରେ ୫ ନୁହଁ ୭ ଜଣଙ୍କ ମୃତ୍ୟୁ ହୋଇଛି

ଶନିବାରର ଦାନ କାର୍ଯ୍ୟକ୍ରମ ସକାଳ ୯ଟାରୁ ଆରମ୍ଭ ହେବାର ଥିଲା କିନ୍ତୁ ଧାଡି ବାନ୍ଧିବାପାଇଁ ଲୋକେ ସକାଳ ୫ଟା ସୁଦ୍ଧା ପହଞ୍ଚିଥିଲେ ବୋଲି ଇରିଙ୍ଗେ-କୋକୋ କହିଛନ୍ତି। ଭିଡ ଏତିକି ବଢିଗଲା ଯେ ସେମାନେ ତାଲା ପଡ଼ିଥିବା ଫାଟକକୁ ଭାଙ୍ଗିଦେଇଥିଲେ। ହିତାଧିକାରୀଙ୍କ ପାଇଁ ଶୁଖିଲା ଖାଦ୍ୟ, ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ସାମଗ୍ରୀ ଅଣାଯାଇଥିଲା। କିନ୍ତୁ ଅନିୟନ୍ତ୍ରୀତ ଭିଡ ଯୋଗୁଁ ସେଠାରେ ଦଳାଚକଟା ହେଲା। ଫଳରେ ଅନେକ ଗର୍ଭବତୀ ଓ ଛୋଟ ପିଲାମାନେ ପ୍ରାଣ ହରାଇଥିଲେ। ଦଳଚକଟା ଯୋଗୁଁ ଗୋଟିଏ ମାଆର ପାଞ୍ଚଟି ସନ୍ତାନଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି।

ପ୍ରତ୍ୟେକ୍ଷଦର୍ଶୀ ଖ୍ରୀଷ୍ଟୋଫର ଏଜେଙ୍କ ଅନୁଯାୟୀ ଦଳାଚକଟା ପରେ ପୀଡିତଙ୍କ ସମ୍ପର୍କୀୟମାନେ କିଛି ଚର୍ଚ୍ଚ ସଦସ୍ୟଙ୍କୁ ଆକ୍ରମଣ କରିଥିଲେ। କିନ୍ତୁ ଘଟଣା ସମ୍ପର୍କରେ ଚର୍ଚ୍ଚ କିଛି କହିବାକୁ ମନା କରି ଦେଇଛି। ଦୁର୍ଘଟଣା ପରେ ମାଗଣା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବାବେଳେ ଦଳାଚକଟା କିପରି ଘଟିଲା ତାହାର ତଦନ୍ତ ଚାଲିଛି। ଅତୀତରେ ନାଇଜେରିଆରେ ଏହିପରି ଦଳଚକଟା ଅନେକ ଥର ଦେଖିବାକୁ ମିଳିଛି। ୨୦୧୩ରେ ଦକ୍ଷିଣ-ପୂର୍ବ ରାଜ୍ୟ ଆନାମ୍ବ୍ରାସ୍ଥିତ ଏକ ଚର୍ଚ୍ଚ ସମାବେଶରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦୧୪ରେ ଦେଶର ରାଜଧାନୀ ଆବୁଜାରେ ସରକାରୀ ଚାକିରୀ ପାଇଁ ସ୍କ୍ରିନିଂ ସମୟରେ ଅତି କମରେ ୧୩ ଜଣଙ୍କ ଜୀବନ ଯାଇଥିଲା।