ବିଜନେସ୍ ଟାଇକୁନଙ୍କ ପରେ ଚୀନରୁ ଗାଏବ ହେଉଛନ୍ତି ମନ୍ତ୍ରୀ
Advertisement
Article Detail0/zeeodisha/odisha1873911

ବିଜନେସ୍ ଟାଇକୁନଙ୍କ ପରେ ଚୀନରୁ ଗାଏବ ହେଉଛନ୍ତି ମନ୍ତ୍ରୀ

Chinas defence minister Li Shangfu missing : କିଛି ମାସ ତଳେ ଆଲ୍ଲିବାବା ଡଟକମର ପ୍ରତିଷ୍ଠାତା ତଥା ଚୀନ ଅର୍ଥନୈତିକ କ୍ରାନ୍ତିର ଚେହେରା ଜାକ୍ ମା’ ହଠାତ ଗାଏବ ହୋଇଯାଇଥିଲେ । ତାଙ୍କର କୌଣସି ଖୋଜଖବର ମିଳିନଥିଲା । ସେ ଏପର୍ଯ୍ୟନ୍ତ ମଧ୍ୟ ନିଖୋଜ ଅଛନ୍ତି । ସେତେବେଳେ କୁହାଯାଇଥିଲା ଯେ, ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ନୀତିକୁ ବିରୋଧ କରିବାରୁ ଚୀନ ସରକାର ଜାକ୍ ମା’ଙ୍କୁ ନଜରବନ୍ଦୀ କରିଛନ୍ତି । ସେହି ସମୟରୁ ବର୍ତ୍ତମାନ ମଧ୍ୟରେ ଅନେକ ଚୀନ୍ ଶିଳ୍ପପତି ଓ ଉଦ୍ୟୋଗପତି ନିଖୋଜ ଅଛନ୍ତି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Chinas defence minister Li Shangfu missing : କିଛି ମାସ ତଳେ ଆଲ୍ଲିବାବା ଡଟକମର ପ୍ରତିଷ୍ଠାତା ତଥା ଚୀନ ଅର୍ଥନୈତିକ କ୍ରାନ୍ତିର ଚେହେରା ଜାକ୍ ମା’ ହଠାତ ଗାଏବ ହୋଇଯାଇଥିଲେ । ତାଙ୍କର କୌଣସି ଖୋଜଖବର ମିଳିନଥିଲା । ସେ ଏପର୍ଯ୍ୟନ୍ତ ମଧ୍ୟ ନିଖୋଜ ଅଛନ୍ତି । ସେତେବେଳେ କୁହାଯାଇଥିଲା ଯେ, ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ନୀତିକୁ ବିରୋଧ କରିବାରୁ ଚୀନ ସରକାର ଜାକ୍ ମା’ଙ୍କୁ ନଜରବନ୍ଦୀ କରିଛନ୍ତି । ସେହି ସମୟରୁ ବର୍ତ୍ତମାନ ମଧ୍ୟରେ ଅନେକ ଚୀନ୍ ଶିଳ୍ପପତି ଓ ଉଦ୍ୟୋଗପତି ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିମାନେ (missing person) ଚୀନ ସରକାରଙ୍କ (chin govt) ସମାଲୋଚକ ଥିଲେ । ଏବେ ଚୀନରେ ଉଦ୍ୟୋଗପତିଙ୍କ ପରେ ମନ୍ତ୍ରୀ ଗାଏବ ହେବା ଆରମ୍ଭ ହେଲାଣି । ନୂଆକରି ନିଖୋଜ ହୋଇଥିବା ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଚୀନ ପ୍ରତିରକ୍ଷା ମନ୍ତ୍ରୀ ଜେନରାଲ ଲି ଶାଙ୍ଗଫୁ ( Defence Minister Li Shangfu )  । 

କେବେଠାରୁ ନିଖୋଜ ଜେନରାଲ ଶାଙ୍ଗଫୁ ?
ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁ  (Chinas defence minister Li Shangfu missing) ଅଗଷ୍ଟ ମାସ ୨୯ ତାରିଖରୁ ଗାଏବ ଅଛନ୍ତି । ଅନୁମାନ କରାଯାଉଛି ଯେ,ସେ ମଧ୍ୟ ଚୀନ ରାଷ୍ଟ୍ରପତି ସି- ଜିନ୍ ପିଙ୍ଗଙ୍କ (Xi Jinping, President of the People's Republic of China) କ୍ରୋଧର ଶିକାର ହୋଇଛନ୍ତି ।ଜନୈକ ଆମେରିକୀୟ କୂଟନୀତିଜ୍ଞ ଚୀନ ପ୍ରତିରକ୍ଷା ମନ୍ତ୍ରୀ ସର୍ବସାଧାରଣରେ ଆଉ ଦୃଶ୍ୟମାନ ହେଉନଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କାରଣ ଲି ଶାଙ୍ଗଫୁ  (Li Shangfu) ଗତ ଦୁଇ ସପ୍ତାହ ଧରି ନଜର ଆସୁ ନାହାନ୍ତି । ତେଣୁ ଅନୁମାନ କରାଯାଉଛି ଯେ,କୌଣସି ଦୁର୍ନିତୀ ମାମଲାରେ ତାଙ୍କୁ ବନ୍ଦି କରାଯାଇଛି । ଜାପାନରେ ଆମେରିକୀୟ ରାଷ୍ଟ୍ରଦୂତ ରାହମ ଏମାନୁଏଲ  ଟ୍ୱିଟ୍ କରି ଶାଙ୍ଗଫୁଙ୍କ ଅନୁପସ୍ଥିତିକୁ ନେଇ ଅନୁମାନ ଲଗାଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, ଚୀନରେ ବେକାରୀ ହାର ବୃଦ୍ଧି ପାଇବାରେ ଲାଗିଛି । ଆମେରିକୀୟ ଖବରକାଗଜ ୱାଲ ଷ୍ଟ୍ରିଟ୍ ଜର୍ଣାନରଲ ଏକ ରିପୋର୍ଟରେ ଦାବି କରିଛି ଯେ, ଶାଙ୍ଗଫୁଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇଛି । ବାକି ଖବର ଭଳି ଚୀନ ଏହାକୁ ମଧ୍ୟ ଗୁପ୍ତ ରଖିଛି । 

ଆଗରୁ ଗାଏବ ହୋଇଥିଲେ ବୈଦେଶିକ ମନ୍ତ୍ରୀ
ସୂଚନାଯୋଗ୍ୟ ଯେ,ଆଗରୁ ଚୀନ୍ ବୈଦେଶିକ ମନ୍ତ୍ରୀ ଚିଙ୍ଗ୍ ଗ୍ୟାଙ୍ଗ୍  (Qin Gang, China foreign minister) ମଧ୍ୟ ଅଚାନକ ଗାଏବ ହୋଇଯାଇଥିଲେ । ପରେ ଜୁଲାଇ ମାସରେ ତାଙ୍କ ସ୍ଥାନରେ ଅନ୍ୟଜଣେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ଗ୍ୟାଙ୍ଗଙ୍କ ବାବଦରେ ଚୀନ ସରକାର କେବେ ମଧ୍ୟ କୌଣସି ବୟାନ ଜାରି କରିନଥିଲେ । ଜେନରାଲ ଶାଙ୍ଗଫୁଙ୍କ ବାବଦରେ ଗତ ସପ୍ତାହରେ ନୂଆ ବୈଦେଶିକ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚରାଯାଇଥିଲା । ଉତ୍ତରରେ ସେ କହିଥିଲେ ଯେ, ମୋ ପାଖରେ ଏନେଇ କୌଣସି ସୂଚନା ନାହିଁ । ଜେନରାଲ ଲିଙ୍କୁ ଶେଷଥର ପାଇଁ ଅଗଷ୍ଟ ୨୯ ତାରିଖରେ ଦେଖାଯାଇଥିଲା । ବେଜିଂରେ ଆୟୋଜିତ ଆଫ୍ରିକୀୟ ରାଷ୍ଟ୍ରଙ୍କ ଏକ ବୈଠକରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହାପରଠାରୁ ସେ ଆଉ ଦେଖା ଯାଇନାହାନ୍ତି । ଚୀନରେ ଉଚ୍ଚପଦସ୍ଥ ଅଧିକାରୀ ଓ ମନ୍ତ୍ରୀଙ୍କର ସର୍ବସାଧାରଣରୁ ଗାଏବ ହେବା ଏହା କିଛି ନୂଆ କଥା ନୁହେଁ । ସେହି ଦେଶରେ ଆଗରୁ ମଧ୍ୟ ଏମିତି ଘଟିଛି । ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆସ୍ଥା ହରାଇବା ପରେ ଅନେକ ପଦ ହରାଇବା ସହିତ ପବ୍ଲିକ୍ ଲାଇଫରୁ ଗାଏବ ହୋଇଯାଆନ୍ତି ।

ଚୀନରେ ଗାଏବ ହୋଇଯାଆନ୍ତି ରାଷ୍ଟ୍ରପତିଙ୍କ ପ୍ରତିଦ୍ୱନ୍ଦ୍ୱୀ
ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ (Xi Jinping, President of the People's Republic of China)  ଚୀନ୍ ଇତିହାସର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ଗଣାଯାଏ । ସେ ଜୀବନକାଳ ପାଇଁ ରାଷ୍ଟ୍ରପତି । ଚୀନ ଇତିହାସରେ ତାଙ୍କ ଭଳି ଅଖଣ୍ଡ କ୍ଷମତାର ଅଧିକାରୀ ଆଉ କେହି ହୋଇନଥିଲେ । ଏତେ ଶକ୍ତି ସତ୍ୱେ ଜିନପିଙ୍ଗ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଭୟ କରିଥାନ୍ତି । ତାଙ୍କ ବିରୋଧରେ ମୁଣ୍ଡ ଟେକୁଥିବା ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସେ ବିଭିନ୍ନ ଆଳରେ ଗାଏବ କରନ୍ତି । ପ୍ରାୟ ସମସ୍ତଙ୍କ ବିରୋଧରେ ଦୁର୍ନିତୀ ଅଭିଯୋଗ ଆଣି ସେମାନଙ୍କୁ ପଦରୁ ବିତାଡିତ କରାଯାଏ । ସବୁଠାରୁ ବଡ଼ କଥା ହେଲା ଏ -ବାବଦରେ ତୁରନ୍ତ କୌଣସି ସୂଚନା ଦିଆଯାଇନଥାଏ । କିଛିଦିନ ପରେ ଚୀନ ସରକାର ଆବଶ୍ୟକ ମଣିଲେ ଗଣମାଧ୍ୟମକୁ ସୂଚିତ କରିଥାନ୍ତି । କେବଳ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି ଶିଳ୍ପପତି ମାନଙ୍କୁ ମଧ୍ୟ ଚୀନ ସରକାର ଗାଏବ କରିଥିବାର ନଜିର ରହିଛି । ଯେମିତିକି ଜାକ୍ ମା’ । ଜାକ୍ ମା’ ଜିନ ପିଙ୍ଗଙ୍କ ଅର୍ଥନୈତିକ ନୀତିକୁ ସମାଲୋଚନା କରିବା ପରେ ହଠାତ ସେ କେଉଁଆଡେ ଗାଏବ ହୋଇଯାଇଥିଲେ । ତାଙ୍କ କମ୍ପାନୀ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ମଧ୍ୟ ଆସିଥିଲା ।