ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିଲା ଆଶ୍ୱସ୍ତି। CBSEର ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ହୋଇଥିବା ବେଳେ ଦଶମ ପରୀକ୍ଷାକୁ ବାତିଲ କରାଯାଇଛି। ଦେଶରେ ହୁ ହୁ ହୋଇ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବୁଧବାର CBSE Board Exam 2021 ଉପରେ ଏହି ନିଷ୍ପତ୍ତି ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଜି ମଧ୍ୟାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) , ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ (Education Minister Ramesh Pokhriyal) ଏବଂ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏହି ବୈଠକରେ BSEର ଦ୍ୱାଦଶ ବୋର୍ଡ ପରୀକ୍ଷା (Class 12 CBSE board exams) ସ୍ଥଗିତ ହୋଇଥିବା ବେଳେ ଦଶମ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ପିଲାଙ୍କ ଭବିଷ୍ୟତ ପାଇଁ ଦ୍ୱାଦଶ ବୋର୍ଡ ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉ ଥିବାରୁ ପରିସ୍ଥିତି ଦେଖି ଏହି ପରୀକ୍ଷା ଆୟୋଜନ କରାଯିବ।


Also Read: ସରକାର ବୁଝି ପାରୁ ନାହାନ୍ତି 'Online Exam'ର ଥିଓରୀ !


ଆସନ୍ତା ୪ ତାରିଖରୁ  BSEର ଦ୍ୱାଦଶ ଓ ଦଶମ ବୋର୍ଡ ପରୀକ୍ଷା ହାବାରଥିଲା। କିନ୍ତୁ ସରକାରଙ୍କ ନିଷ୍ପତ୍ତି ପରେ ଆଉ ଦଶମ ପରୀକ୍ଷା (Class 10 CBSE board exams) ହେବ ନାହିଁ। ସରକାର ଏକ ସ୍ୱତନ୍ତ୍ର ମୂଲ୍ୟାଙ୍କନ ବ୍ୟବସ୍ଥା କରି ଛାତ୍ରଛାତ୍ରୀଙ୍କୁ ମାର୍କ ବା ଗ୍ରେଡ ଦେବେ। ଯଦି ଯେଉଁମାନେ ସେଥିରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ସେମାନଙ୍କୁ ସର୍ତ୍ତମୂଳକ ପରୀକ୍ଷା ଦେବାକୁ ପଡିବ। ସ୍ଥଗିତ ହୋଇଥିବା ଦ୍ୱାଦଶ ବୋର୍ଡ ପରୀକ୍ଷା ପରବର୍ତ୍ତୀ ସମୟରେ ହେବ। ଜୁନ ପହିଲା ସୁଦ୍ଧା କୋରୋନା ସ୍ଥିତି ସମୀକ୍ଷା କରି ନିଷ୍ପତ୍ତି ନିଆଯିବ। ଆଉ ପରୀକ୍ଷା ହେବାର ଅନ୍ତତଃ ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଏହାର ସୂଚନା ଦିଆଯିବ ବୋଲି ଶିକ୍ଷାମନ୍ତ୍ରୀ (Education Minister) କହିଛନ୍ତି।



ସେପଟେ କୋରୋନା (Coronavirus) ପାଇଁ ବିଭିନ୍ନ ରାଜ୍ୟର ବୋର୍ଡ ପରୀକ୍ଷା ମଧ୍ୟ ପ୍ରଭାବିତ ହୋଇଛି। ଓଡିଶାରେ ଏପ୍ରିଲ ୯ରୁ ହେବାକୁ ଥିବା ନବମ ବୋର୍ଡ ପରୀକ୍ଷା ତାରିଖ ଘୁଞ୍ଚିଛି। ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ କରାଯାଇଛି। ତାମିଲନାଡୁରେ ନବମ, ଦଶମ ଓ ଏକାଦଶ ବୋର୍ଡ ପରୀକ୍ଷା ହେବ ନାହିଁ। ସେହିପରି ଛତିଶଗଡରେ ଦଶମ ବୋର୍ଡ ପରୀକ୍ଷା ରଦ୍ଦ ହୋଇଥିବା ବେଳେ ପଞ୍ଜାବ ଓ ଉତ୍ତର ପ୍ରଦେଶରେ ବୋର୍ଡ ପରୀକ୍ଷା ତାରିଖ ଘୁଞ୍ଚାଯାଇଛି।