ସରକାର ବୁଝି ପାରୁ ନାହାନ୍ତି 'Online Exam'ର ଥିଓରୀ !
Advertisement

ସରକାର ବୁଝି ପାରୁ ନାହାନ୍ତି 'Online Exam'ର ଥିଓରୀ !

ABVP ଓ ସମ୍ବଲପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାଯ୍ୟାଳୟ ବାହାରେ ବିକ୍ଷୋଭ କରାଯାଇଛି। ଏହା ସହ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ କରାଯିବ ବୋଲି ଛାତ୍ର ସଂଘ ଚେତାବନୀ ଦେଇଛି।

ଡିଜାଇନ ଫଟୋ

ସମ୍ବଲପୁର: Offline Examକୁ ବିରୋଧ କରି ଜିଲ୍ଲାରେ ପୁଣି ତେଜିଲା ଛାତ୍ର ଆନ୍ଦୋଳନ। ଗାୟତ୍ରୀ କଲେଜ ଅଫ ଫାର୍ମା, ABVP ଓ ସମ୍ବଲପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାଯ୍ୟାଳୟ ବାହାରେ ବିକ୍ଷୋଭ କରାଯାଇଛି। ଏହା ସହ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ କରାଯିବ ବୋଲି ଛାତ୍ର ସଂଘ ଚେତାବନୀ ଦେଇଛି।

କୋରୋନା (Coronavirus) କାଳରେ Offline ବଦଳରେ Online Exam କରାଇବାକୁ ସମ୍ବଲପୁରରେ ପୁଣି ଛାତ୍ର ଆନ୍ଦୋଳନ ଜୋର ଧରିଛି। ଏଥର ଛାତ୍ର ଆନ୍ଦୋଳନ ବିଶ୍ୱବିଦ୍ୟାଳୟ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାଯ୍ୟାଳୟ ସହ ରାଜରାସ୍ତାକୁ ଆସିଛି। ଗତକାଲି ABVP ସମର୍ଥକ ଛାତ୍ରଛାତ୍ରୀମାନେ GM ବିଶ୍ୱବିଦ୍ୟାଳୟ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ।

Also Read: VSSUT ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ବର୍ଷ ତମାମ ଛାତ୍ରଛାତ୍ରୀମାନଙ୍କୁ Onlineରେ ପାଠପଢା ଯାଇଥିବା ବେଳେ ଏବେ ହଠାତ Offline Exam ଦେବା ପାଇଁ ବାଧ୍ୟ କରାଯାଉଛି। ଏବେ ମହାମାରୀ କୋରୋନା ସଂକ୍ରମଣ ବୄଦ୍ଧି ପାଇବା ଯୋଗୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ Offline Exam ନକରି Online Exam ପରୀକ୍ଷା କରାଯାଉ। ଅନେକ ଛାତ୍ରଛାତ୍ରୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯଦି Offline Exam ହୁଏ, ତେବେ ସେମାନେ ପରୀକ୍ଷାରୁ ବାଦ ପଡିବେ ଏବଂ ସେମାନଙ୍କ ପରିଶ୍ରମ ବେକାର ଯିବ।

ଛାତ୍ର କଂଗ୍ରେସ (Students Congress) ମଧ୍ୟ Online Examକୁ ସମର୍ଥନ କରିବା ସହ Offline Exam ବନ୍ଦ କରିବାକୁ ଦାବି କରିଛି। ସେଥିପାଇଁ ଆଜି ସଂଗଠନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ଜୋରଦାର ବିରୋଧ ପଦର୍ଶନ କରିଥିଲା। ଛାତ୍ର କଂଗ୍ରେସ ଅଭିଯୋଗ ହେଲା, Online Exam ନକରି ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଜୀଵନ ସହ ଖେଳ ଖେଲୁଛନ୍ତି। ବର୍ତ୍ତମାନ ପୁଣି ଥରେ କୋରୋନା କାୟା ବିସ୍ତାର କରି ଚାଳିଥିବା ବେଳେ Offline Exam ହେଲେ ବହୁ ଛାତ୍ରଛାତ୍ରୀ ସଂକ୍ରମଣ ହେବାର ଆଶଙ୍କା ଅଛି। 

Also Read: Offline Examକୁ ବିରୋଧ କଲେ ଛାତ୍ରଛାତ୍ରୀ

ନିକଟରେ ଅନଲାଇନ ପରୀକ୍ଷା ପାଇଁ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ (Sambalpur University) କୁଳପତି ଦୁର୍ବ୍ୟବହାର କରିଥିବାରୁ କୁଳପତି ତୁରନ୍ତ ଇସ୍ତଫା ଦେବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି। ସେପଟେ ବର୍ତ୍ତମାନ Offline Exam ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ତେବେ ଏହି ଆନ୍ଦୋଳନ ସରକାରଙ୍କ Offline Exam କରାଯିବା ନିଷ୍ପତ୍ତି ଉପରେ କେତେ ଦୂର ପ୍ରଭାବ ପକାଇବ ତାହାକୁ ଅପେକ୍ଷା।