Advertisement
Article Detail0/zeeodisha/odisha702115
Zee OdishaOdisha National-Internationalବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭିଙ୍କୁ କୋରୋନା

ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭିଙ୍କୁ କୋରୋନା

ସିଂଘଭିଙ୍କୁ କୋରୋନା ଭୂତାଣୁ ସଂକ୍ରମିତ ହେବା ନିଶ୍ଚିତ ହେବା ପରେ ତାଙ୍କ ପୁଅ, ପରିବାରର ଅନ୍ୟ ସଦସ୍ୟ ଏବଂ ତାଙ୍କ ସହ କାମ କରୁଥିବା କର୍ମଚାରୀଙ୍କ ଯାଞ୍ଚ କରାଯାଉଛି ।

ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭିଙ୍କୁ କୋରୋନା

ନୂଆଦିଲ୍ଲୀ: କଂଗ୍ରେସର ଜାତୀୟ ମୁଖପାତ୍ର ତଥା ଜଣାଶୁଣା ଓକିଲ ଅଭିଷେକ ମନୁ ସିଂଘଭି କୋରୋନାରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କ ଘରେ ଆଇସୋଲେଶନ ଅବସ୍ଥାରେ ଅଛନ୍ତି । ସିଂଘବୀଙ୍କ ସହ ଜଡିତ ସୂତ୍ର ଶୁକ୍ରବାର  ଏହି ସୂଚନା ଦେଇଛି । ସୂଚନାନୁସାରେ, ସିଂଘଭିଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ଯାଞ୍ଚ ପରେ ସେ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ପୃଷ୍ଟି ହୋଇଛି । ଯାଞ୍ଚରେ ତାଙ୍କ ପତ୍ନୀ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ସିଂଘଭିଙ୍କୁ କୋରୋନା ଭୂତାଣୁ ସଂକ୍ରମିତ ହେବା ନିଶ୍ଚିତ ହେବା ପରେ ତାଙ୍କ ପୁଅ, ପରିବାରର ଅନ୍ୟ ସଦସ୍ୟ ଏବଂ ତାଙ୍କ ସହ କାମ କରୁଥିବା କର୍ମଚାରୀଙ୍କ ଯାଞ୍ଚ କରାଯାଉଛି ।

ଅନ୍ୟପକ୍ଷେ ସିଂଘଭି ହେଉଛନ୍ତି ଦ୍ୱିତୀୟ କଂଗ୍ରେସ ନେତା ଯିଏକି କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ କଂଗ୍ରେସ ନେତା ସଞ୍ଜୟ ଝା ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିଲେ ।

Add Zee News as a Preferred Source
About the Author