କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ;'ଗରିବ ଓ ଭୋକିଲା ଘରେ ଜନ୍ମ ହୋଇଛନ୍ତି ଶିବରାଜ, କମଲନାଥ ହେଉଛନ୍ତି ଦ୍ୱିତୀୟ ଧନୀ'
Advertisement
Article Detail0/zeeodisha/odisha764590

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ;'ଗରିବ ଓ ଭୋକିଲା ଘରେ ଜନ୍ମ ହୋଇଛନ୍ତି ଶିବରାଜ, କମଲନାଥ ହେଉଛନ୍ତି ଦ୍ୱିତୀୟ ଧନୀ'

ହେଲେ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ଦଳର ନେତାଙ୍କ ପକ୍ଷରୁ ସାଧାରଣ ସୌଜନ୍ୟତା ଓ ମର୍ଯ୍ୟଦା, ଆତ୍ମସମ୍ମାନ ଉଲଂଘନ କରୁଥିବାର ନଜର ଆସୁଛନ୍ତି ।

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ;'ଗରିବ ଓ ଭୋକିଲା ଘରେ ଜନ୍ମ ହୋଇଛନ୍ତି ଶିବରାଜ, କମଲନାଥ ହେଉଛନ୍ତି ଦ୍ୱିତୀୟ ଧନୀ'

ଭୋପାଳ: ଚଳିତ ମାସରେ ମଧ୍ୟ ପ୍ରଦେଶରେ ହେବାକୁ ଥିବା ଉପନିର୍ବାଚନ (MP By Poll 2020) ଲାଗି ନିର୍ବାଚନୀ ପ୍ରଚାର (Election Campagain) ଜୋରସୋରରେ ଚାଲିଛ । ଏହି ନିର୍ବାଚନକୁ ଆଗରେ ରଖି ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି (BJP) ଏବଂ ବିରୋଧି କଂଗ୍ରେସ (Congress) ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି ।

ହେଲେ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ଦଳର ନେତାଙ୍କ ପକ୍ଷରୁ ସାଧାରଣ ସୌଜନ୍ୟତା ଓ ମର୍ଯ୍ୟଦା, ଆତ୍ମସମ୍ମାନ ଉଲଂଘନ କରୁଥିବାର ନଜର ଆସୁଛନ୍ତି । ସଦ୍ୟ ମଧ୍ୟ ପ୍ରଦେଶର ମୁରୈନା (Morena) ଜିଲ୍ଲା ଠାରେ କଂଗ୍ରେସ ନେତା ଦୀନେଶ ଗୁର୍ଜର (Congress Leader Dinesh Gurjar) ମୁଖ୍ୟମନ୍ତ୍ରୀ (MP CM) ଶିବରାଜ ସିଂହ ଚୌହ୍ୱାନ (Shivraj Singh Chouhan) ଙ୍କ ବାବଦରେ ଏକ ବିବାଦୀୟ ବୟାନ ପ୍ରଦାନ କରିଛନ୍ତି ।

ଏନେଇ ସେ କହିଛନ୍ତି, "ଗରିବ ଓ ଭୋକିଲା ଘରେ ଜନ୍ମ ହୋଇଛନ୍ତି ଶିବରାଜ । ଆମର କମଲନାଥ ଦେଶର ଦ୍ୱିତୀୟ ଧନୀ । ରାଜନାଥ ଆସିବେ । ତାଙ୍କର ପ୍ରଚାର ବେଳେ ମଧ୍ୟ ସ୍ଥାନ ପାଇବ ରାଫେଲ । ତଥାପି କୌଣସି ଆସନକୁ ରକ୍ଷା କରିପାରିବ ନାହିଁ । "  

 

କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ପାଲଟା ଜବାବ ଦେଇଛନ୍ତି ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ (MP Home Minister) ନରୋତ୍ତମ ମିଶ୍ରା (Narottam Mishra) । ଏନେଇ ମନ୍ତ୍ରୀ ମିଶ୍ର କହିଛନ୍ତି ଏହା ହେଉଛି କଂଗ୍ରେସର ମାନସିକତା । ସେମାନେ ରୂପା ଚାମଚ ସହ ଜନ୍ମ ହୋଇଛନ୍ତି । ସେମାନେ ଗରିବ ଏବଂ ଦାରିଦ୍ରକୁ କ'ଣ ବୁଝିବେ ।