ବିକାଶ ଦୁବେ ଏନକାଉଣ୍ଟର ମାମଲାକୁ ନେଇ ରାହୁଲ ଗାନ୍ଧୀଙ୍କ କଟାକ୍ଷ
Advertisement

ବିକାଶ ଦୁବେ ଏନକାଉଣ୍ଟର ମାମଲାକୁ ନେଇ ରାହୁଲ ଗାନ୍ଧୀଙ୍କ କଟାକ୍ଷ

ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ବିକାଶ ଦୁବେଙ୍କ ଏନକାଉଣ୍ଟର ଏଥିପାଇଁ କରିଦିଆଯାଇଛି ଯେ, ଜେରା ସମୟରେ ସେ ନିଜର ରାଜନୈତିକ ସହକର୍ମୀ ଓ ପୋଲିସ ବିଭାଗ ସହିତ ସମ୍ପର୍କ ବିଷୟରେ ଖୁଲାସା ନ ହେଉ । 

ବିକାଶ ଦୁବେ ଏନକାଉଣ୍ଟର ମାମଲାକୁ ନେଇ ରାହୁଲ ଗାନ୍ଧୀଙ୍କ କଟାକ୍ଷ

ନୂଆଦିଲ୍ଲୀ: କାନପୁର ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଶୁକ୍ରବାର ସକାଳେ ଏନକାଉଣ୍ଟର କରାଯାଇଥିଲା । ଏଥିରେ ସେ ନିହତ ହୋଇଛି । ଅନ୍ୟପଟେ ଏହି ଏନକାଉଣ୍ଟରକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଠିବାରେ ଲାଗିଛି । କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ କରି ବିକାଶ ଦୁବେର ଏନକାଉଣ୍ଟର ମାମଲାକୁ ନେଇ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତା ଏକ ହିନ୍ଦୀ ଶାୟାରୀକୁ ଟ୍ୱିଟ୍ କରି ଲେଖିଛନ୍ତି ଯେ, "ହଜାର ହଜାର ଉତ୍ତର ଅପେକ୍ଷା ତା'ର ନୀରବତା ଭଲ, ଜାଣେ ନାହିଁ କେତେ ପ୍ରଶ୍ନର ସମ୍ମାନ ରଖାଯାଇଛି ।" ତେବେ ରାହୁଲ ଗାନ୍ଧୀ ତାଙ୍କ ଟ୍ୱିଟରେ ଏହି ଏନକାଉଣ୍ଟର ବିଷୟରେ ଉଲ୍ଲେଖ କରିନାହାଁନ୍ତି, କିନ୍ତୁ ତାଙ୍କ ଟାର୍ଗେଟ ସେଠାରେ ହିଁ ରହିଛି ।

ଅନ୍ୟପଟେ ବିରୋଧୀ ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ବିକାଶ ଦୁବେଙ୍କ ଏନକାଉଣ୍ଟର ଏଥିପାଇଁ କରିଦିଆଯାଇଛି ଯେ, ଜେରା ସମୟରେ ସେ ନିଜର ରାଜନୈତିକ ସହକର୍ମୀ ଓ ପୋଲିସ ବିଭାଗ ସହିତ ସମ୍ପର୍କ ବିଷୟରେ ଖୁଲାସା ନ ହେଉ । 

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପୂର୍ବରୁ ମଧ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସମାନ ପ୍ରଶ୍ନ ଉଠାଇଛନ୍ତି । ଶୁକ୍ରବାର ସକାଳେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍ କରି କହିଛନ୍ତି ଯେ, ଅପରାଧୀ ଶେଷ ହୋଇଛି, ଅପରାଧ ଏବଂ ଏହାକୁ ସୁରକ୍ଷା ଦେଇଥିବା ଲୋକଙ୍କ ବିଷୟରେ କ'ଣ ହେବ ?