ଅମାନିଆ ପାଇଲଟଙ୍କୁ ମନାଇବାକୁ କଂଗ୍ରେସର ପ୍ରୟାସ ଜାରି, ଆଜି ପୁଣି ବୈଠକ !
Advertisement

ଅମାନିଆ ପାଇଲଟଙ୍କୁ ମନାଇବାକୁ କଂଗ୍ରେସର ପ୍ରୟାସ ଜାରି, ଆଜି ପୁଣି ବୈଠକ !

ରାଜସ୍ଥାନ ରାଜନୈତିକ ପାଣିପାଗ ପ୍ରତି ମୁହୁର୍ତ୍ତରେ ବଦଳିବାରେ ଲାଗିଛି। ଉଭୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ସଚିନ ପାଇଲଟଙ୍କ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଲାଗି ରହିଛି। ଅମାନିଆ ପାଇଲଟଙ୍କୁ ମନାଇବାରୁ ପାର୍ଟିର ତୁଙ୍ଗନେତା ମାନେ ମନାଇବାକୁ ପ୍ରୟାସ ଜାରି ରଖିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା,

ଅମାନିଆ ପାଇଲଟଙ୍କୁ ମନାଇବାକୁ କଂଗ୍ରେସର ପ୍ରୟାସ ଜାରି, ଆଜି ପୁଣି ବୈଠକ !

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ପାଣିପାଗ ପ୍ରତି ମୁହୁର୍ତ୍ତରେ ବଦଳିବାରେ ଲାଗିଛି। ଉଭୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ସଚିନ ପାଇଲଟଙ୍କ ମଧ୍ୟରେ ଏକ ପ୍ରକାର ଛକାପଞ୍ଝା ଲାଗି ରହିଛି। ଅମାନିଆ ପାଇଲଟଙ୍କୁ ମନାଇବାରୁ ପାର୍ଟିର ତୁଙ୍ଗନେତା ମାନେ ମନାଇବାକୁ ପ୍ରୟାସ ଜାରି ରଖିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାହୁଲ ଗାନ୍ଧୀ ତଥା ସୋନିଆ ଗାନ୍ଧୀ ଫୋନ ଯୋଗେ ଆଲୋଚନା କରୁଥିବା ସୂଚନା ମିଳିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଘନ ଘନ ବୈଠକର ମଧ୍ୟ ଆୟୋଜନ ହେଉଛି। କିନ୍ତୁ ଫଳ ଶୁନ। 

ଗତକାଲି ମଙ୍ଗଳବାର ବିଧାୟକଦଳର ବୈଠକ ମଧ୍ୟ ବସିଥିଲା। ଉକ୍ତ ବୈଠକରେ ଯୋଗ ଦେବା ପାଇଁ ପାଇଲଟଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥିଲା। ବୈଠକରେ ସାମିଲ ହୋଇ ନିଜର ମତଭେଦକୁ ଦୂର କରିବା ପାଇଁ ମଧ୍ୟ କୁହାଯାଇଥିଲା। ମାତ୍ର ବୈଠକରେ ପାଇଲଟ ସାମିଲ ହୋଇନଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହା ପୂର୍ବରୁ ପାଇଲଟଙ୍କ ଖୋଲା ବିଦ୍ରୋହ ପରେ କଂଗ୍ରେସ ସୋମବାର ସକାଳେ ଜୟପୁରରେ ଏକ ବିଧାନସଭା ପାର୍ଟି ବୈଠକ ଡକାଇଥିଲା, କିନ୍ତୁ ପାଇଲଟ ଏବଂ ତାଙ୍କ ସମର୍ଥକମାନେ ବିଧାୟକଙ୍କ ନିକଟରେ ପହଞ୍ଚି ନଥିଲେ। ଏହି ସଭାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିଶ୍ୱାସ ବ୍ୟକ୍ତ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ସମର୍ଥନ ଜଣାଇଥିଲେ। ପରେ କଂଗ୍ରେସ ଦାବି କରିଛି ଯେ ଗେହଲୋଟ୍ ସରକାର ପ୍ରତି ୧୦୯ ବିଧାୟକଙ୍କ ସମର୍ଥନ କରିଛନ୍ତି।

ସେପଟେ ଆଜି ମଧ୍ୟ ସଚିନ ପାଇଲଟଙ୍କୁ ମନାଇବାକୁ ଆଜି ପୁଣି ଥରେ ବୈଠକ ବସିବାକୁ ଯାଉଛି। ଏଥିପାଇଁ ସଚିନ ପାଇଲଟଙ୍କୁ ମଧ୍ୟ ନିମନ୍ତ୍ରଣ  ଦିଆଯାଇଛି। ବିଧାନସଭା ପାର୍ଟି ବୈଠକ ଆରମ୍ଭ ହେବା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ରଣଦୀପ ସୁର୍ଜେୱାଲା ପୁନଃସମନ୍ୱୟର ପରିସର ବିଷୟରେ ସ୍ପଷ୍ଟ ସୂଚନା ଦେଇଛନ୍ତି ଏବଂ ପାଇଲଟ ଏବଂ ଅନ୍ୟ ବିଧାୟକମାନେ ଏହି ବୈଠକକୁ ଆସିପାରନ୍ତି ବୋଲି କହିଛନ୍ତି। ତେବେ ପାଇଲଟ ଏବଂ ତାଙ୍କର କିଛି ସମର୍ଥକ ଏହି ସଭାରେ ଯୋଗ ଦେଇନଥିଲେ। ସୂତ୍ରରୁ ପ୍ରକାଶ ଯେ ପାଇଲଟଙ୍କ ସହ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟାନ୍ୟ ଦଳର ନେତା ଯୋଗାଯୋଗ କରୁଛନ୍ତି।