ଦେଶରେ Omicron ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି, ଜାଣନ୍ତୁ ସମସ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ
ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କୋରୋନାର ଏକ ନୂତନ ଭ୍ୟାରିଆଣ୍ଟ ଓମିକ୍ରୋନର ପ୍ରଥମ ମାମଲା ଚିହ୍ନଟ ହୋଇଛିଛି। ଜିନୋମ କ୍ରମ ପାଇଁ ୧୨ ଜଣ ବିଦେଶ ଫେରନ୍ତାଙ୍କ ନମୂନା ଟେଷ୍ଟିଂ ପାଇଁ ପଠାଯାଇଥିଲା, ସେଥିମଧ୍ୟରୁ ଜଣେ ଓମିକ୍ରୋନ୍ ସଂକ୍ରମିତ ହୋଇଥିବା ଜଣାପଡିଛି।
ନୂଆଦିଲ୍ଲୀ: ଦେଶବାସୀଙ୍କ ଟେନସନ ବଢାଇଲା କୋରୋନାର Omicron variant। ବର୍ତ୍ତମାନ ସୁଦ୍ଧା ଦେଶରେ ୫ ଜଣଙ୍କ ଶରୀରରେ ଏହି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। କର୍ଣ୍ଣାଟକରେ ସର୍ବାଧିକ ୨ ଜଣ, ମହାରାଷ୍ଟ୍ର, ଗୁଜୁରାଟ ଓ ଦିଲ୍ଲୀରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଅନ୍ୟପଟେ Omicron ବିରୋଧି ଲଢେଇ ପାଇଁ ପ୍ରସ୍ତୁତ ଥିବା ସରକାର କହିଛନ୍ତି।
ଦିଲ୍ଲୀ:
ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କୋରୋନାର ଏକ ନୂତନ ଭ୍ୟାରିଆଣ୍ଟ ଓମିକ୍ରୋନର ପ୍ରଥମ ମାମଲା ଚିହ୍ନଟ ହୋଇଛିଛି। ଜିନୋମ କ୍ରମ ପାଇଁ ୧୨ ଜଣ ବିଦେଶ ଫେରନ୍ତାଙ୍କ ନମୂନା ଟେଷ୍ଟିଂ ପାଇଁ ପଠାଯାଇଥିଲା, ସେଥିମଧ୍ୟରୁ ଜଣେ ଓମିକ୍ରୋନ୍ ସଂକ୍ରମିତ ହୋଇଥିବା ଜଣାପଡିଛି। ଦିଲ୍ଲୀରେ ଚିହ୍ନଟ ହୋଇଥିବା ଓମିକ୍ରୋନ୍ର ମାମଲାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ କୋରୋନାର ନୂତନ ଭ୍ୟାରିଆଣ୍ଟର ୫ଟି ମାମଲା ଦେଖିବାକୁ ମିଳିଛି। ଦିଲ୍ଲୀରୁ ଚିହ୍ନଟ ବ୍ୟକ୍ତି ତାଞ୍ଜାନିଆରୁ ଫେରିଥିଲେ। ତାଙ୍କୁ ଦିଲ୍ଲୀର LNJP Hospital ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Also Read: ସୁରକ୍ଷାବଳର ଗୁଳିମାଡ଼ରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ମୃତ; IPC ନୁହଁ, ଏହି ଆଇନ ଅନୁସାରେ ହେବେ ଦଣ୍ଡିତ
ମହାରାଷ୍ଟ୍ର:
ମୁମ୍ବାଇ ନିକଟସ୍ଥ କଲ୍ୟାଣ ଦୋମବିଭ୍ଲି ମୁନିସିପାଲ ଅଞ୍ଚଳରୁ ଜଣେ ୩୩ ବର୍ଷିୟ ଯୁବକଙ୍କ ଶରୀରରେ ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ସେ ଦକ୍ଷିଣ ଆଫ୍ରିକାରୁ ଭାୟା ଦୁବାଇ ଦେଇ ନଭେମ୍ବର ୨୩ରେ ଦିଲ୍ଲୀ ଓ ସେଠାରୁ ମୁମ୍ବାଇକୁ ଆସିଥିଲେ। ଦିଲ୍ଲୀ ବିମାନବନ୍ଦରରେ ସେ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କର ସାମାନ୍ୟ ଲକ୍ଷ୍ୟଣ ଥିଲା। ବର୍ତ୍ତମାନ ଆକ୍ରାନ୍ତଙ୍କ ସହ ଆସିଥିବା ସମସ୍ତ ବିମାନ ଯାତ୍ରୀଙ୍କ ଖୋଜା ଚାଲିଛି।
ଗୁଜୁରାଟ:
ଗୁଜୁରାଟରେ ପ୍ରଥମ ଓମିକ୍ରୋନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଜାମନଗରର ଜଣେ ୭୨ ବୃଦ୍ଧ ପଜିଟିଭ୍ ବାହାରିଛନ୍ତି। ସେ ନିକଟରେ ଜିମ୍ବାୱେରୁ ଫିରିଛନ୍ତି। ବୃଦ୍ଧଙ୍କ ସଂସ୍ପର୍ଷରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ସ୍କ୍ରୀନିଂ ଓ କୋରୋନା ଟେଷ୍ଟିଂ ହୋଇଛି। ସମସ୍ତେ ନେଗେଟିଭ୍ ବାହାରିଥିଲେ ମଧ୍ୟ ପୁନଃ ଟେଷ୍ଟିଂ କରାଯିବ ବୋଲି GG Hospitalର କୋରୋନା ବିଭାଗ ନୋଡାଲ ଅଧିକାରୀ କହିଛନ୍ତି।
Also Read: ଭାରତକୁ ନେଇ ପାକିସ୍ତାନର ଏହି ନିଷ୍ପତ୍ତିରେ ତାଲିବାନ ଖୁସ୍
କର୍ଣ୍ଣାଟକ:
ଡିସେମ୍ବର ୨ ତାରିଖରେ ଦେଶରେ ପ୍ରଥମ ଓମିକ୍ରୋନ ଭ୍ୟାରିଆଣ୍ଟ ଟିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ୬୬ ବର୍ଷିୟ ଆଫ୍ରିକୀୟ ନାଗରିକ ଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଡାକ୍ତର। କୁହାଯାଉଛି ଓମିକ୍ରୋନରେ ଆକ୍ରାନ୍ତ ଡାକ୍ତର ନିକଟରେ ବିଦେଶ ଯାତ୍ରା କରିନାହାନ୍ତି। ତେଣୁ ତାଙ୍କର ଟ୍ରାଭେଲ ହିଷ୍ଟ୍ରୀ ମିଳିବା ସମ୍ଭବ ନୁହେଁ। କିନ୍ତୁ ବିଦେଶରୁ ଫେରିଥିବା କୌଣସି ରୋଗୀଙ୍କ ସମ୍ପର୍କରେ ଆସି ସେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି କୁହାଯାଉଛି।