WHO ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଟ୍ରମ୍ପ, ଫଣ୍ଡିଂ ରୋକିବାର ଦେଲେ ଧମକ
Advertisement
Article Detail0/zeeodisha/odisha665577

WHO ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଟ୍ରମ୍ପ, ଫଣ୍ଡିଂ ରୋକିବାର ଦେଲେ ଧମକ

ଟ୍ରମ୍ପ କହିଛନ୍ତି ଯେ, WHO ଉପରେ ଆମେ ଯାହା ଖର୍ଚ୍ଚ କରୁଛି ତାହା ଉପରେ ରୋକ ଲଗାଇବାକୁ ଯାଉଛୁ । ଆମେ ଏହା ଉପରେ ଏକ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଯାଉଛୁ । 

WHO ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଟ୍ରମ୍ପ, ଫଣ୍ଡିଂ ରୋକିବାର ଦେଲେ ଧମକ

ୱାଶିଂଟନ:  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାସହ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ଅର୍ଥ ପ୍ରଦାନ ବନ୍ଦ କରିବ ବୋଲି କହିଛନ୍ତି ଟ୍ରମ୍ପ । କୋରୋନା ଭାଇରସ ବୈଶ୍ୱିକ ମହାମାରୀ ସମୟରେ ସମସ୍ତ ଧ୍ୟାନ ଚୀନ୍ ଉପରେ କେନ୍ଦ୍ରିତ କରିବାର ଅଭିଯୋଗ ଆଣିଛନ୍ତି ସେ । 

ହ୍ୱାଇଟ ହାଉସରେ ତାଙ୍କର ନିୟମିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ, WHO ଉପରେ ଆମେ ଯାହା ଖର୍ଚ୍ଚ କରୁଛି ତାହା ଉପରେ ରୋକ ଲଗାଇବାକୁ ଯାଉଛୁ । ଆମେ ଏହା ଉପରେ ଏକ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଯାଉଛୁ । ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାମ କରେ ତେବେ ଏହା ବହୁତ ଭଲ କଥା ହେବ । କିନ୍ତୁ ଯେତେବେଳେ ସେମାନେ ପ୍ରତ୍ୟେକ ପଦକ୍ଷେପକୁ ଭୁଲ ବୋଲି କହନ୍ତି, ତେବେ ଏହା ଭଲ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟାଳୟ ଜେନେଭାରେ ଅବସ୍ଥିତ ଏବଂ ଆମେରିକା ଏହି ସଙ୍ଗଠନକୁ ବହୁ ଅର୍ଥ ପ୍ରଦାନ କରିଥାଏ ।

ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଆମେ ତାଙ୍କୁ ଅଧିକ ଅର୍ଥ ପ୍ରଦାନ କରୁଛୁ । ଯେତେବେଳେ ମୁଁ ଏକ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲି, ସେମାନେ ଏଥିରେ ସହମତ ହେଲେ ନାହିଁ ଏବଂ ସେମାନେ ଏହାକୁ ସମାଲୋଚନା କଲେ । ସେମାନେ ଭୁଲ୍ କରିଥିଲେ । ସେମାନେ ଅନେକ ବିଷୟରେ ଭୁଲ୍ କରିଛନ୍ତି । ସେମାନଙ୍କର ପୂର୍ବରୁ ଅନେକ ସୂଚନା ଥିଲା ଏବଂ ସେମାନେ ବହୁ ପରିମାଣରେ ଚୀନ୍ କେନ୍ଦ୍ରିକ ବୋଲି ମନେହୁଏ । ସେ ଆହୁରି କହିଛନ୍ତି ଯେ, ତାଙ୍କ ପ୍ରଶାସନ ଆମେରିକା ତରଫରୁ  WHOକୁ ଦିଆଯାଉଥିବା ଅର୍ଥ ଉପରେ ବିଚାର କରିବ ।