Advertisement
Article Detail0/zeeodisha/odisha665577
Zee OdishaOdisha National-InternationalWHO ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଟ୍ରମ୍ପ, ଫଣ୍ଡିଂ ରୋକିବାର ଦେଲେ ଧମକ

WHO ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଟ୍ରମ୍ପ, ଫଣ୍ଡିଂ ରୋକିବାର ଦେଲେ ଧମକ

ଟ୍ରମ୍ପ କହିଛନ୍ତି ଯେ, WHO ଉପରେ ଆମେ ଯାହା ଖର୍ଚ୍ଚ କରୁଛି ତାହା ଉପରେ ରୋକ ଲଗାଇବାକୁ ଯାଉଛୁ । ଆମେ ଏହା ଉପରେ ଏକ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଯାଉଛୁ । 

WHO ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଟ୍ରମ୍ପ, ଫଣ୍ଡିଂ ରୋକିବାର ଦେଲେ ଧମକ

ୱାଶିଂଟନ:  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାସହ ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ଅର୍ଥ ପ୍ରଦାନ ବନ୍ଦ କରିବ ବୋଲି କହିଛନ୍ତି ଟ୍ରମ୍ପ । କୋରୋନା ଭାଇରସ ବୈଶ୍ୱିକ ମହାମାରୀ ସମୟରେ ସମସ୍ତ ଧ୍ୟାନ ଚୀନ୍ ଉପରେ କେନ୍ଦ୍ରିତ କରିବାର ଅଭିଯୋଗ ଆଣିଛନ୍ତି ସେ । 

ହ୍ୱାଇଟ ହାଉସରେ ତାଙ୍କର ନିୟମିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ, WHO ଉପରେ ଆମେ ଯାହା ଖର୍ଚ୍ଚ କରୁଛି ତାହା ଉପରେ ରୋକ ଲଗାଇବାକୁ ଯାଉଛୁ । ଆମେ ଏହା ଉପରେ ଏକ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଯାଉଛୁ । ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କାମ କରେ ତେବେ ଏହା ବହୁତ ଭଲ କଥା ହେବ । କିନ୍ତୁ ଯେତେବେଳେ ସେମାନେ ପ୍ରତ୍ୟେକ ପଦକ୍ଷେପକୁ ଭୁଲ ବୋଲି କହନ୍ତି, ତେବେ ଏହା ଭଲ ନୁହେଁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟାଳୟ ଜେନେଭାରେ ଅବସ୍ଥିତ ଏବଂ ଆମେରିକା ଏହି ସଙ୍ଗଠନକୁ ବହୁ ଅର୍ଥ ପ୍ରଦାନ କରିଥାଏ ।

ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ଆମେ ତାଙ୍କୁ ଅଧିକ ଅର୍ଥ ପ୍ରଦାନ କରୁଛୁ । ଯେତେବେଳେ ମୁଁ ଏକ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲି, ସେମାନେ ଏଥିରେ ସହମତ ହେଲେ ନାହିଁ ଏବଂ ସେମାନେ ଏହାକୁ ସମାଲୋଚନା କଲେ । ସେମାନେ ଭୁଲ୍ କରିଥିଲେ । ସେମାନେ ଅନେକ ବିଷୟରେ ଭୁଲ୍ କରିଛନ୍ତି । ସେମାନଙ୍କର ପୂର୍ବରୁ ଅନେକ ସୂଚନା ଥିଲା ଏବଂ ସେମାନେ ବହୁ ପରିମାଣରେ ଚୀନ୍ କେନ୍ଦ୍ରିକ ବୋଲି ମନେହୁଏ । ସେ ଆହୁରି କହିଛନ୍ତି ଯେ, ତାଙ୍କ ପ୍ରଶାସନ ଆମେରିକା ତରଫରୁ  WHOକୁ ଦିଆଯାଉଥିବା ଅର୍ଥ ଉପରେ ବିଚାର କରିବ । 

Add Zee News as a Preferred Source
About the Author