ନୂଆଦିଲ୍ଲୀ: Coronavirus Fourth Wave: ଦେଶରେ ପୁଣିଥରେ କୋରୋନା ମାମଲା (Coronavirus Cases) ରେ ବୃଦ୍ଧି ଘଟିବାରେ ଲାଗିଛି । ଏହାସହ ଦେଶର କିଛି ଅଂଶରେ କୋରୋନା ସଙ୍କଟ (COVID19 Crisis) ଦେଖାଦେଇଛି । ରାଜଧାନୀ ଦିଲ୍ଲୀ (Corona Cases in Delhi) ରେ କୋରୋନା ମାମଲାରେ ଲଗାତର ବୃଦ୍ଧି ରେକର୍ଡ କରାଯାଉଛି । ଯାହା ପରେ ବର୍ତ୍ତମାନ କୋରୋନାର ଚତୁର୍ଥ ଲହର (COVID-19 Fourth Wave) ର ଆଶଙ୍କା ଦେଖାଦେଇଛି । ଖୁବ୍ ଶୀଘ୍ର ଦେଶରେ କୋରୋନା ଭୂତାଣୁର ଚତୁର୍ଥ ଲହର  ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହି କ୍ରମରେ ଚତୁର୍ଥ ଲହର (Fourth Wave) କେତେ ଭୟାନକ ହେବ ତାହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରଜ ମିଶ୍ର ନିଜର ପ୍ରତିକ୍ରିୟା ଦେଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ଚତୁର୍ଥ ଲହରକୁ ନେଇ ଡାକ୍ତର ନିରଜ ମିଶ୍ର (Doctor Niraj Mishra) କହିଛନ୍ତି ଯେ, "୧୫ ଦିନ ଭିତରେ ଚତୁର୍ଥ ଲହର (Coronavirus Fourth Wave) ଆସିବ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ ଭାରିଏଣ୍ଟ (COVID19 New Variant) ସମସ୍ୟା ସୃଷ୍ଟି କରିପାରେ । ଟିକା ନେଇନଥିବା ବର୍ଗ ଓ ଗୁରୁତର ରୋଗୀ ଏହି ଲହରରେ ପୁଣି ସମ୍ବେଦନଶୀଳ ବର୍ଗ ଭାବରେ ଉଭା ହୋଇପାରନ୍ତି । ଯେଉଁମାନେ ଟିକାର ଦ୍ୱିତୀୟ ଡୋଜ ଓ ପ୍ରିକସନ ଡୋଜ ନେଇନାହାନ୍ତି ତୁରନ୍ତ ନେଇଯିବା ଆବଶ୍ୟକ । ଏହି ଭାରିଏଣ୍ଟ ଦ୍ରୁତ ସଂକ୍ରମଣ । ତେବେ ମୃତ୍ୟୁ ହାର ବହୁତ କମ୍ । ଭାରତରେ ମହାରଷ୍ଟ୍ର ଓ ଦେଲ୍ଲୀରେ ଚିହ୍ନଟ ହୋଇଥିବା ଭାରିଏଣ୍ଟ (Variant) ଓଡ଼ିଶା (Odisha) କୁ ଆସିବାର ସମ୍ଭବନା ଅଧିକ । ତେବେ ଆମ ରାଜ୍ୟର ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ପରିମାଣରେ ରହିଛି । ଏଣୁ ଭୟଭୀତ ନ ହୋଇ ସତର୍କତା ଅବଲମ୍ବନ କରିବା ଜରୁରୀ ।"


ଏହା ବି ପଢ଼ନ୍ତୁ:-ସୁର ରାଉତରାୟଙ୍କ ବଡ଼ ଦାବି, କଂଗ୍ରେସ ନୁହେଁ ବିଜେଡିର ଏହି ନେତାଙ୍କ ଇସାରରେ ସ୍ଥିର ହୋଇଥାଏ ପିସିସି ସଭାପତି


ଏହା ବି ପଢ଼ନ୍ତୁ:-କ'ଣ ପାଇଁ ବଢ଼ୁଛି ଲେମ୍ବୁର ଦାମ୍? ସାମ୍ନାକୁ ଆସିଲା ବଡ଼ କାରଣ...


ଏହା ବି ପଢ଼ନ୍ତୁ:-ବରକୁ ଉଠାଇ ନେଲା ପୋଲିସ, ଜାଣନ୍ତୁ ଏହା ପଛର କାରଣ


 


ସୂଚନାଯୋଗ୍ୟ, ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୫୨୭ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୬୫୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୮୩୮  ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ବର୍ତ୍ତମାନ ସମୟରେ ଦେଶରେ ୧୫,୦୭୯ ସକ୍ରିୟ ମାମଲା ରହିଛି । ଏହାସହ ଦେଶରେ ବର୍ତ୍ତମାନ ସୁଦ୍ଧା ୧୮୭ କୋଟି ୪୬ ଲକ୍ଷ ୭୨ ହଜାର ୫୩୬ କୋରୋନା ଟିକା ଲାଗି ସାରିଛି ।