କୋରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ଏମ୍ସ ନିର୍ଦ୍ଦେଶକ
ଦେଶରେ କୋଭିଡ ସଂକ୍ରମଣର ସଂଖ୍ୟାରେ ହ୍ରାସ-ବୃଦ୍ଧି ଲାଗି ରହିଛି । ଅନେକ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ରେକର୍ଡ କରାଯାଉଛି, ଯାହା ଚିନ୍ତାର ବିଷୟ ପାଲଟିଛି ।
ନୂଆଦିଲ୍ଲୀ: କୋରୋନା ଟିକା (Coronavirus Vaccine) ବିଷୟରେ ଏକ ବଡ଼ ଖୁସି ଖବର ଅଛି । AIIMS ନିର୍ଦ୍ଦେଶକ ରଣଦୀପ ଗୁଲେରିଆ (Randeep Guleria) କହିଛନ୍ତି ଯେ ହାଇଦ୍ରାବାଦ ବାୟୋଟେକ ଓ ଆଇସିଏମଆ (Hyderabad Biotech and ICMR) ର ସହାୟତାରେ ଟିକା ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି । ସେ ଆଶା କରୁଛନ୍ତି ଯେ ଏହି ମାସ ଶେଷ କିମ୍ବା ଜାନୁଆରୀ ଆରମ୍ଭ ସୁଦ୍ଧା ଏହି ଭ୍ୟାକ୍ସିନ (Vaccine) ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ । ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି ଯେ ନିୟାମକ ସଂସ୍ଥାଗୁଡ଼ିକର ଅନୁମୋଦନ ପରେ ଆମେ ଏହି ଟିକାକୁ ତୁରନ୍ତ ସାରା ଦେଶରେ ଟୀକାକରଣ ପାଇଁ ଉପଲବ୍ଧ କରାଇବୁ ।
ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ବ୍ରିଟେନ ପରେ ଋଷରୁ ଆସିଲା ବହୁତ ବଡ଼ ଖୁସି ଖବର
ଅନ୍ୟପକ୍ଷେ ଦେଶରେ କୋଭିଡ ସଂକ୍ରମଣର ସଂଖ୍ୟାରେ ହ୍ରାସ-ବୃଦ୍ଧି ଲାଗି ରହିଛି । ଅନେକ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ରେକର୍ଡ କରାଯାଉଛି, ଯାହା ଚିନ୍ତାର ବିଷୟ ପାଲଟିଛି । ଏଥି ସହିତ ଗୁରୁବାର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ଦିଲ୍ଲୀର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ନୂତନ ବର୍ଷ ଆରମ୍ଭରେ କୋରୋନା ଟିକା ଆସିଯିବ ବୋଲି ଆଶା ପ୍ରକଟ କରିଛନ୍ତି । ଗୁଲେରିଆ କହିଛନ୍ତି, "ବର୍ତ୍ତମାନ ଆମ ଦେଶରେ ଏପରି ଟିକା ଅଛି ଯାହା ଶେଷ ପର୍ଯ୍ୟାୟରେ ପରୀକ୍ଷା ଚାଲିଛି । ଏହି ମାସ ଶେଷ ସୁଦ୍ଧା କିମ୍ବା ଆସନ୍ତା ମାସ ଆରମ୍ଭରେ ଆମକୁ ଭାରତୀୟ ନିୟାମକ କର୍ତ୍ତୃପକ୍ଷଙ୍କ ତରଫରୁ ଟିକାର ଜରୁରୀକାଳୀନ ବ୍ୟବହାରର ଅନୁମୋଦନ ମିଳିଯିବ ।"
ଡକ୍ଟର ଗୁଲେରିଆ କହିଛନ୍ତି ଯେ ଭ୍ୟାକ୍ସିନର ଜରୁରୀକାଳୀନ ଅନୁମୋଦନ ପରେ ଲୋକଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । କୋଭିଡ-19 ଟିକା ପାଇଁ କୋଲ୍ଡ ଚେନ୍ ତିଆରି, ଟୀକାକରଣ ଏବଂ ସିରିଞ୍ଜର ଉପଲବ୍ଧତା ଦୃଷ୍ଟିରୁ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢୁଛି ।
ଅଧିକ ପଢ଼ନ୍ତୁ:-କେନ୍ଦ୍ରୀୟ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ବଡ଼ ଖୁସି ଖବର ଦେବେ ମୋଦି ସରକାର
ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, "ଟୀକାକରଣର ନିରାପତ୍ତା ଏବଂ କାର୍ଯ୍ୟକାରିତା ଉପରେ କୌଣସି ଆପୋଷ ବୁଝାମଣା ହୋଇନାହିଁ । ୭୦ରୁ ୮୦ ହଜାର ସ୍ୱେଚ୍ଛାସେବୀଙ୍କୁ ଟୀକାକରଣ କରାଯାଇଛି । ସେମାନଙ୍କ ମଧ୍ୟରେ କୌଣସି ଗୁରୁତର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହୋଇନାହିଁ ।"