ଦୁଇ ଡୋଜ ଟିକାକରଣ ପରେ ଦେଶରେ ଲଗାଯିବକି Booster Shot? ଜାଣନ୍ତୁ ବିଶ୍ୱର ସ୍ଥିତି
ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମ ଡୋଜ ଲଗାଯାଇଛି।
ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲ ପାଇଁ ସମଗ୍ର ଦେଶରେ ଜାରି ରହିଛି ଟିକାକରଣ। ଏବେ ପ୍ରଶ୍ନ ଉଠୁଛି ଯେ ଦୁଇ ଡୋଜ କୋରୋନା ଟିକା ଲଗାଯାଇଥିବା ଲୋକଙ୍କୁ ଲଗାଯିବକି Booster Shot। ଏନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ହେଲେ ବିଶ୍ୱରେ ଏପରି ଅନେକ ଦେଶ ଅଛନ୍ତି ଯେଉଁଠି ସ୍ଥାନୀୟ ନାଗରିକଙ୍କୁ Booster Shot ଲଗାଯାଉଛି।
ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ପ୍ରଥମ ଡୋଜ ଲଗାଯାଇଛି। ଦ୍ୱିତୀୟ ଟିକା ପରେ ବହୁ ସଂଖ୍ୟକ ଲୋକ ବର୍ତ୍ତମାନ ସମ୍ପୂର୍ଣ୍ଣ ଟୀକାକରଣ ବର୍ଗରେ ଆସିଛନ୍ତି। ଡିସେମ୍ବର ପରେ ଦେଶରେ ଏପରି ଲକ୍ଷ ଲକ୍ଷ କୋଟି କୋଟି ଲୋକ ହୋଇଯିବେ ଯେଉଁମାନଙ୍କୁ କୋରୋନା ଟିକା (Corona Vaccine) ନେବାକୁ ୬ ମାସ ହୋଇଯିବ। ଏପରି ପରିସ୍ଥିତିରେ ଏଭଳି ଲୋକଙ୍କୁ ବୁଷ୍ଟର୍ ସଟ୍ (Booster Shot) ଦିଆଯିବା ଉଚିତ୍ କି? ବର୍ତ୍ତମାନ ଦେଶରେ ଏହା ଏକ ବଡ ପ୍ରଶ୍ନ ଭାବେ ଉଭା ହୋଇଛି।
ବୁଷ୍ଟର୍ ସଟ୍ ଲଗାଇବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (World Health Organization) ଡବ୍ଲ୍ୟୁଏଚଓ (WHO) ପକ୍ଷରୁ କୁହାଯାଇଛି ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ପ୍ରଥମ ଡୋଜ୍ ଟିକାକରଣ (First Dose Covid19 Vaccination) ସମ୍ପୂର୍ଣ୍ଣ ହୋଇନାହିଁ ଏବଂ କେତେକ ଦେଶରେ ବୁଷ୍ଟର୍ ସଟ୍ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟବାନ ଲୋକଙ୍କ ପାଇଁ ବୁଷ୍ଟର୍ ସଟ୍ ପ୍ରୟୋଗ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଡବ୍ଲ୍ୟୁଏଚଓ କହିଛି। ଟିକାକରଣ କ୍ଷେତ୍ରର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ପ୍ରାଥମିକତା ଭିତ୍ତିରେ ସ୍ୱାସ୍ଥ୍ୟକର୍ମୀ, ବୃଦ୍ଧବୃଦ୍ଧ ଏବଂ ଉଚ୍ଚ ବିପଦପୂର୍ଣ୍ଣ ଲୋକଙ୍କୁ ଦିଆଯିବା ଆବଶ୍ୟକ।
Also Read: ଟିକାକରଣ ହୋଇପାରେ ପ୍ରଭାବିତ; ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ Sputnik V Covid19 Vaccine
ସଦ୍ୟ କୋରୋନା ଟିକାକୁ ନେଇ ଆସିଥିବା ଖବର ଅନୁସାରେ କୌଣସି ବ୍ୟକ୍ତି ଟିକା ନେବାର ୬ ମାସ ପରେ ଶରୀରରେ ଏହାର ପ୍ରଭାବ ଧିରେ ଧିରେ ହ୍ରାସ ପାଇବାକୁ ଲାଗିଥାଏ। ଦେଶରେ ସମ୍ପୂର୍ଣ୍ଣ କୋରୋନା ଟିକାକରଣ (Fully Covid19 Vaccination) ପରେ ବୁଷ୍ଟର୍ ସଟ୍ ଲଗାଇବା ପାଇଁ ଭାରତ ସରକାର କେଉଁ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା। ଭାରତକୁ ଛାଡି ବିଶ୍ୱର ଅନ୍ୟ ଦେଶରେ ବୁଷ୍ଟର୍ ସଟ୍ ଲଗାଇବା କାର୍ଯ୍ୟ କିପରି କରାଯାଉଛି ତାହା ଉପରେ ପକାନ୍ତୁ ନଜର।
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ସମସ୍ତ ପ୍ରାପ୍ତ ବୟସ୍କ ବ୍ୟକ୍ତି ବୁଷ୍ଟର୍ ସଟ୍ ନେବା ବର୍ଗକୁ ଆସିଛନ୍ତି। ଯାହାର ଅର୍ଥ ହେଉଛି ୬୦ ବର୍ଷରୁ ଅଧିକ ବୟସ୍କ ଲୋକ ସମ୍ପୂର୍ଣ୍ଣ ଟିକାକରଣ ହେବାକୁ ୬ ମାସରୁ ଅଧିକ ସମୟ ହୋଇସାରିଛି। ସେହିପରି କାନାଡ଼ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର୍ ସଟ୍ ଦେବା ପାଇଁ ସବୁଜ ସଙ୍କେତ ମିଳିସାରିଛି। ବୁଷ୍ଟର୍ ସଟ୍ କେବଳ ସେହି ଲୋକଙ୍କୁ ଲଗାଯିବ ଯେଉଁମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଛି।
ଅନ୍ୟପଟେ ବିଶ୍ୱରେ ସର୍ବପ୍ରଥମେ ବୁଷ୍ଟର୍ ସଟ୍ ଲଗାଇବା ପ୍ରକ୍ରିୟା ଇସ୍ରାଏଲ ଠାରୁ ଆରମ୍ଭ ହୋଇଯାଇଛି। ଏଠାରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ସଟ୍ ଲଗାଯାଉଛି। ଏହା ପରେ ସମସ୍ତଙ୍କ ଲାଗି ବୁଷ୍ଟର୍ ସଟ୍ ଉପଲବ୍ଧ ହେବ। ଏହି ଦେଶରେ ୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କ ଟିକାକରଣ କରାଯାଉଛି। ଶିଶୁଙ୍କ ମଧ୍ୟ କୋଭିଡ ବୁଷ୍ଟର୍ ସଟ୍ (Covid Booster Shot) ଲଗାଇବା ନେଇ ବିଚାର ବିମର୍ଶ ଜାରି ରହିଛି। ଏହାର କାରଣ ହେଉଛି କୋରୋନା ଟିକା ନେବାର ୬ ମାସ ପରେ ଶରୀରରେ ଏହାର ପ୍ରଭାବ ଧିରେ ଧିରେ ହ୍ରାସ ପାଇବାକୁ ଲାଗିଥାଏ।
Also Read: Covid19 ଔଷଧ ନିର୍ମାଣ କରିବା ଲାଗି ଅନ୍ୟ କମ୍ପାନୀକୁ ଅନୁମତି ଦେବ Pfizer
ସେହିପରି ବ୍ରିଟେନରେ ୫୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କୁ ବୁଷ୍ଟର୍ ସଟ୍ ଲଗାଇବା ଆରମ୍ଭ ହୋଇଯାଇଛି। ସେଠାକାର ଜନସଂଖ୍ୟାରେ ଏକ ବଡ଼ ଭାଗ ରହିଛି ଯେଉଁଠି ବହୁ ମାତ୍ରାରେ ଲୋକ ବୁଷ୍ଟର୍ ସଟ୍ ଲଗାଇ ସାରିଛନ୍ତି। ସେହିପରି ହଙ୍ଗେରୀ ଏବଂ ସର୍ବିଆ ଭଳି ୟୁରୋପୀୟ ଦେଶରେ ବହୁ ପରିମାଣରେ ବୁଷ୍ଟର୍ ସଟ୍ ଲଗାଯାଉଛି। ଆଇସଲ୍ୟାଣ୍ଡ୍ ଭଳି ଦେଶରେ ପ୍ରତି ୫ ଜଣରେ ଜଣେ ବ୍ୟକ୍ତି ବୁଷ୍ଟର୍ ସଟ୍ ନେଇସାରିଛନ୍ତି। ଅନ୍ୟପଟେ ସ୍ପେନରେ ନିୟନ୍ତ୍ରିତ ଉପାୟରେ କେବଳ ୭୦, ଫ୍ରାନ୍ସରେ ୬୫ ଏବଂ ସ୍ୱୀଡେନରେ ୮୦ରୁ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କୁ ବୁଷ୍ଟର୍ ସଟ୍ ପ୍ରଦାନ କରାଯାଉଛି।
ମୋଟାମୋଟି କହିବାକୁ ଗଲେ ବୁଷ୍ଟର ଡୋଜ କେବେ, କିପରି ଏବଂ କେଉଁ ବୟସର ଲୋକଙ୍କୁ ଲଗାଯିବ ସେ ନେଇ ବିଶ୍ୱର ସମସ୍ତ ଦେଶଙ୍କ ମଧ୍ୟରେ ସହମତି ହୋଇପାରୁନାହିଁ। ଅନ୍ୟପଟେ ଉଭୟ ଡୋଜ ଟିକା ନେବା କେତେ ଦିନ ପର୍ଯ୍ୟନ୍ତ ପ୍ରଭାବଶାଳୀ ରହିବ ସେନେଇ କୌଣସି ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯାଇ ନାହିଁ। କୌଣସି ବ୍ୟକ୍ତିଙ୍କ ଶରୀରରେ କୋରୋନା ଟିକା କେତେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ରହିପାରିବ ନେଇ ସେ ନେଇ WHO ପକ୍ଷରୁ ଏପର୍ଯ୍ୟନ୍ତ ଔପଚାରିକ ଭାବେ କିଛି କୁହାଯାଇନାହିଁ।