ମହଙ୍ଗା ବୋଝରୁ ଆଶ୍ୱସ୍ତି: କମିଲା ମୁଦ୍ରାସ୍ଫୀତି, ଅକ୍ଟୋବରରେ ୭.୪୧ରୁ ୬.୭୭ ପ୍ରତିଶତକୁ ହ୍ରାସ
Advertisement

ମହଙ୍ଗା ବୋଝରୁ ଆଶ୍ୱସ୍ତି: କମିଲା ମୁଦ୍ରାସ୍ଫୀତି, ଅକ୍ଟୋବରରେ ୭.୪୧ରୁ ୬.୭୭ ପ୍ରତିଶତକୁ ହ୍ରାସ

CPI Inflation October 2022: ଧୀରେଧୀରେ କମୁଛି ମୁଦ୍ରାସ୍ଫୀତି । RBI ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପରିଣାମ ସାମ୍ନାକୁ ଆସିଛି । ସଦ୍ୟ ପ୍ରକାଶ ପାଇଥିବା CPI ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ରିପୋର୍ଟ ଅନୁସାରେ ଅକ୍ଟୋବରରେ ମୁଦ୍ରାସ୍ଫୀତି ହାର ପୂର୍ବାପେକ୍ଷା ହ୍ରାସ ପାଇଛି । ଯଦିଓ ଏବେବି RBI ଦ୍ୱାରା ସ୍ଥିର ହୋଇଥିବା ମୁଦ୍ରାସ୍ଫୀତିର ଟଲରେନ୍ସ ବ୍ୟାଣ୍ଡ (୨-୬ ପ୍ରତିଶତ) ଉପରେ ରହିଛି ।

ମହଙ୍ଗା ବୋଝରୁ ଆଶ୍ୱସ୍ତି: କମିଲା ମୁଦ୍ରାସ୍ଫୀତି, ଅକ୍ଟୋବରରେ ୭.୪୧ରୁ ୬.୭୭ ପ୍ରତିଶତକୁ ହ୍ରାସ

CPI Inflation October 2022: ଧୀରେଧୀରେ କମୁଛି ମହଙ୍ଗା ବୋଝ । ଖୁବଶୀଘ୍ର ମୁଦ୍ରାସ୍ଫୀତି ଆହୁରି ହ୍ରାସ ପାଇବା ଆଶା କରାଯାଉଛି । ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର (Consumer Price Index) ବା ସିପିଆଇ (CPI) ହ୍ରାସ ପାଇବାରେ ଲାଗିଛି। ୧୪ ନଭେମ୍ବରରେ ଅକ୍ଟୋବର ୨୦୨୨ରେ ଘରୋଇ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ତଥ୍ୟ ପରିସଂଖ୍ୟାନ ରିପୋର୍ଟ ପ୍ରକାଶ ପାଇଛି । ସର୍ବଶେଷ ତଥ୍ୟ ଅନୁଯାୟୀ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ହାର (CPI) ୬.୭୭ ପ୍ରତିଶତକୁ ଖସି ଆସିଛି। ଅଗଷ୍ଟରେ ଏହା ୭ ପ୍ରତିଶତ ଥିବାବେଳେ ସେପ୍ଟେମ୍ବରରେ ଏହା ୭.୪୧ ପ୍ରତିଶତ ଥିଲା। ଗତବର୍ଷ ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୪.୩୫ ପ୍ରତିଶତ ରହିଥିଲା।

ମୁଦ୍ରାସ୍ଫୀତି ହ୍ରାସ ଫଳରେ ଖାଦ୍ୟ ପଦାର୍ଥ ମୂଲ୍ୟ ହ୍ରାସ ସମ୍ଭାବନା ରହିଥାଏ । ଗତମାସରେ ଭାରତର ମହଙ୍ଗା ସ୍ତର ଉର୍ଦ୍ଧଗାମୀ ହେବା ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏପ୍ରିଲ ମାସରେ ବିଭିନ୍ନ ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥର ବଜାର ମୂଲ୍ୟ ବଢ଼ିଚାଲିଥିଲା । ଗତ ମାସରେ ମୁଦ୍ରାସ୍ଫୀତି ୭.୪୧ ପ୍ରତିଶତରେ ପହଞ୍ଚିବା ପରେ ମହଙ୍ଗା ସ୍ଥିତିକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଥିଲା । ଖୁଚୁରା ବଜାରରେ ଖାଦ୍ୟ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଥିଲା ।  ମୁଦ୍ରାସ୍ଫୀତିକୁ ସନ୍ତୁଳିତ ସ୍ତରରେ ପହଞ୍ଚାଇବା ପାଇଁ ଅର୍ଥ ମନ୍ତ୍ରାଳୟ ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ କରିଥିଲା । ଏହାସହିତ ରଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ରେଟ୍ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା । 

ମୁଦ୍ରାସ୍ଫୀତିରେ ହ୍ରାସ

ସୋମବାର ଜାରି ହୋଇଥିବା ତଥ୍ୟ ଅନୁଯାୟୀ ହୋଲସେଲ ମୁଦ୍ରାସ୍ଫୀତି ଗତ ୧୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି। ମାର୍ଚ୍ଚ ୨୦୨୧ ପରଠାରୁ ପ୍ରଥମ ଥର ପାଇଁ WPI ମୁଦ୍ରାସ୍ଫୀତି ଏକକ ସଂଖ୍ୟାରେ ପହଞ୍ଚିଥିଲା । ସେପ୍ଟେମ୍ବରରେ ହୋଲସେଲ ମୁଦ୍ରାସ୍ଫୀତି ୧୦.୭୦ ପ୍ରତିଶତ ରହିଥିଲା। ଏଥିସହିତ ଅଗଷ୍ଟରେ ଏହା ୧୨.୪୧ ପ୍ରତିଶତ ଥିଲା।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବ ଆକଳନ ଅନୁସାରେ ଅକ୍ଟୋବର ୨୦୨୨ରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇବା ସମ୍ଭାବନା ରହିଥିଲା। ଗତ ୫ ମାସ ମଧ୍ୟରେ ସର୍ବାଧିକ ସ୍ତର ୭.୪୧ ପ୍ରତିଶତରୁ ଅତିକମରେ  ୬.୭୩କୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ RBIର ଟାର୍ଗେଟ ପରିସର ୨ରୁ ୬ ପ୍ରତିଶତ ଉପରେ  ରହିଛି । ଏହା ମଧ୍ୟ ଆଶା କରାଯାଉଥିଲା ଯେ ଅନୁକୂଳ ଆଧାର ପ୍ରଭାବ ହେତୁ ଅକ୍ଟୋବରର ବାର୍ଷିକ ସିପିଆଇ ପ୍ରିଣ୍ଟ ପୂର୍ବ ମାସରେ ୭.୪୧% ରୁ ୬.୭୩%କୁ ଖସି ଆସିବ । 

Also read: Petrol Diesel Price: ଆଜି କେତେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ? ଶୀଘ୍ର ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

RBI ଏବଂ କେନ୍ଦ୍ର ସରକାରଙ୍କ ଉଦ୍ୟମର ପରିଣାମ

ମୁଦ୍ରାସ୍ଫୀତିକୁ ଦେଶ ପାଇଁ ଏକ ବଡ଼ ଆହ୍ୱାନ ବୋଲି ଗତ ଶନିବାର ମତ ରଖିଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଅକ୍ଟୋବରରେ ମୁଦ୍ରାସ୍ଫୀତି ହାର ୭ ପ୍ରତିଶତରୁ କମ୍ ରହିବା ନେଇ ଆଶା ପ୍ରକାଶ କରିଥିଲେ । ଅଧିକ ଖାଦ୍ୟ ଏବଂ ଶକ୍ତି ଖର୍ଚ୍ଚ ଦ୍ୱାରା ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ୭ ପ୍ରତିଶତରୁ ସେପ୍ଟେମ୍ବରରେ ୭.୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଗତ ୬ରୁ ୭ ମାସ ମଧ୍ୟରେ ସରକାର ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପଦକ୍ଷେପ ଗୁଡ଼ିକର ସଫଳ କାର୍ଯ୍ୟକାରିତାକୁ ଦୃଷ୍ଟିରେ ରଖି ଅକ୍ଟୋବରରେ ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ। ୨୦୨୩ ଜାନୁଆରୀ ପୂର୍ବରୁ ମୁଦ୍ରାସ୍ଫୀତିକୁ ସମ୍ପୂର୍ଣ୍ଣ ସନ୍ତୁଳିତ ସ୍ତରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।