attack in Manipur's Jiribam : ମଣିପୁରରେ ସିଆରପିଏଫକୁ ଟାର୍ଗେଟ୍; ଉପଦ୍ରବୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ୍
Advertisement
Article Detail0/zeeodisha/odisha2335770

attack in Manipur's Jiribam : ମଣିପୁରରେ ସିଆରପିଏଫକୁ ଟାର୍ଗେଟ୍; ଉପଦ୍ରବୀଙ୍କ ଆକ୍ରମଣରେ ଜଣେ ଯବାନ ସହିଦ୍

CRPF soldier killed in attack in Manipur's Jiribam : ମଣିପୁରରେ ସୁରକ୍ଷାବଳ ଉପରକୁ ଆକ୍ରମଣ। ଏହି ଆକ୍ରମଣରେ ସିଆରପିଏଫର ଜଣେ ଯବାନ ଶହୀଦ ହୋଇଥିବାବେଳେ ପୋଲିସ କମାଣ୍ଡୋ ଆହତ ହୋଇଥିଲେ।ବର୍ତ୍ତମାନ ସେଠାରେ ଏକ ସର୍ଚ୍ଚ ଅପରେସନ ଚାଲିଛି

manipur violence

 Militant Attack In Manipur : ମଣିପୁରର ଜିରିବାମ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମଣିପୁରରେ ସୁରକ୍ଷାବଳ ଉପରକୁ ଆକ୍ରମଣ।ଏଠାରେ ପୋଲିସ ସହିତ ମିଳିତ ପାଟ୍ରୋଲିଂ ଦଳ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ଜଣେ ଯବାନ ଶହୀଦ ହୋଇଥିବାବେଳେ ପୋଲିସ କମାଣ୍ଡୋ ଆହତ ହୋଇଥିଲେ।ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି।ବର୍ତ୍ତମାନ ସେଠାରେ ଏକ ସର୍ଚ୍ଚ ଅପରେସନ ଚାଲିଛି।

ସୁଚନା ଅନୁଯାୟୀ ରବିବାର ସକାଳ ପ୍ରାୟ ୯.୪୦ ମିନିଟରେ ଉପଦ୍ରବି ମାନେ ସୁରକ୍ଷାବାହିନୀ କୁ ଟାର୍ଗେଟ କରିଥିଲେ।ମଣିପୁର ପୋଲିସ ଅଧିକାରୀ କହିଛନ୍ତି ଯେ, ଆସାମ ସୀମାବର୍ତ୍ତୀ ଜିଲାରେ ମିଳିତ ପାଟ୍ରୋଲିଂ ପାର୍ଟିରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ପ୍ରବଳ ଗୁଳି ଚଳାଇଥିଲେ। ସେହି ସମୟରେ ସିଆରପିଏଫ ଯବାନ ପାଟ୍ରୋଲିଂ କରୁଥିବା ଏସୟୁଭି ନିକଟରେ ବୁଲୁଥିବା ବେଳେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ମଧ୍ୟ ଏହାର ଜବାବ ଦେଇଛୁ। ଏହା ପରେ ସେମାନେ ଜଙ୍ଗଲ ଆଡକୁ ଯାଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ବର୍ତ୍ତମାନ ପୋଲିସ ଏନେଇ ସର୍ଚ୍ଚ ଅପରେସନ ଚାଲିଛି।

ସେପଟେ ପୋଲିସ ଉପରେ ହୋଇଥିବା ଆକ୍ରମଣ ଉପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଜିରିବାମ ଜିଲାର କୁକି ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଥିବା ଏକ ସଶସ୍ତ୍ର ଗୋଷ୍ଠୀର ଆକ୍ରମଣରେ ମୁଁ ଆଜି ସିଆରପିଏଫ ଯବାନଙ୍କ ହତ୍ୟାକୁ ଦୃଢ ନିନ୍ଦା କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡ୍ୟୁଟି ଲାଇନରେ ତାଙ୍କର ସର୍ବୋଚ୍ଚ ବଳିଦାନ ବୃଥା ହେବ ନାହିଁ। ମୁଖ୍ରମନ୍ତ୍ରୀ କହିଛନ୍ତି ଯେ ମୁଁ ମୃତ ଯବାନଙ୍କ ଶୋକସନ୍ତପ୍ତ ପରିବାରକୁ ମୋର ହୃଦୟରୁ ସମବେଦନା ଜଣାଉଛି ଏବଂ ଏହି ଆକ୍ରମଣରେ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି।