Cyrus Mistry post-mortem: କଣ କହୁଛି ସାଇରସ ମିସ୍ତ୍ରୀଙ୍କ ବ୍ୟବଛେଦ ରିପୋର୍ଟ, ପଢନ୍ତୁ ମୃତ୍ୟୁର କାରଣ କଣ ଥିଲା
Advertisement

Cyrus Mistry post-mortem: କଣ କହୁଛି ସାଇରସ ମିସ୍ତ୍ରୀଙ୍କ ବ୍ୟବଛେଦ ରିପୋର୍ଟ, ପଢନ୍ତୁ ମୃତ୍ୟୁର କାରଣ କଣ ଥିଲା

ସାଇରସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଶରୀରର ଅନ୍ୟ ଅଙ୍ଗରେ ଆଘାତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ସାଇରସ୍ ମିଷ୍ଟ୍ରି ଏବଂ ଜାହାଙ୍ଗୀରଙ୍କ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ଘଟିଛି ବୋଲି ଦର୍ଶାଯାଇଛି।

Cyrus Mistry post-mortem: କଣ କହୁଛି ସାଇରସ ମିସ୍ତ୍ରୀଙ୍କ ବ୍ୟବଛେଦ ରିପୋର୍ଟ, ପଢନ୍ତୁ ମୃତ୍ୟୁର କାରଣ କଣ ଥିଲା

Cyrus Mistry post-mortem: ନୂଆଦିଲ୍ଲୀ: ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଚେୟାରପର୍ସନ ସାଇରସ ମିସ୍ତ୍ରୀଙ୍କ ଦେହାନ୍ତ ହୋଇଯାଇଛି। ତେବେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ତେବେ ରିପୋର୍ଟରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହେବା ନେଇ ସ୍ପଷ୍ଟ କରାଯାଇଛି। ରିପୋର୍ଟରେ ଲେଖାଯାଇଛି କି ଦୁର୍ଘଟଣାରେ ତାଙ୍କ ଶରୀରର ଅଧିକାଂଶ ସ୍ଥାନରେ ଗୁରୁତର ଭାବେ ଆଘାତ ଲାଗିଥିଲା। ବ୍ୟବଚ୍ଛେଦ ସମୟରେ ତାଙ୍କର ଶରୀରରେ ଏକାଧିକ କ୍ଷତ ସ୍ଥାନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। 

ବ୍ୟବଚ୍ଛେଦର ରିପୋର୍ଟରେ ପ୍ରଥମ ଭାଗରେ ଦର୍ଶାଯାଇଛି କି ସାଇରସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଶରୀରର ଅନ୍ୟ ଅଙ୍ଗରେ ଆଘାତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ସାଇରସ୍ ମିଷ୍ଟ୍ରି ଏବଂ ଜାହାଙ୍ଗୀରଙ୍କ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ଘଟିଛି ବୋଲି ଦର୍ଶାଯାଇଛି। ଅଧିକ ଅନୁସନ୍ଧାନ ପାଇଁ ଭିସେରାକୁ ସଂରକ୍ଷିତ କରାଯାଇଛି। ରବିବାର ଦିନ ତାଙ୍କ କାର ପାଲଘର ନିକଟରେ ଥିବା ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ସେ ମୃତ୍ୟୁବରଣ କରିଥିଲେ। ସେ ଏହି ସମୟରେ ଅହମ୍ମଦାବାଦରୁ ମୁମ୍ବାଇ ଆସୁଥିଲେ।

ଟାଟା ଗ୍ରୁପର ଚେୟାରମ୍ୟାନ ସାଇରସ ମିସ୍ତ୍ରୀ ରବିବାର ଅହମଦାବାଦରୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଦୁର୍ଘଟଣାରେ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ସାଇରସ ଓ ତାଙ୍କ ସହିତ ଗାଡ଼ିରେ ବସିଥିଲା ଜାଙ୍ଗୀରଙ୍କର ମୃତ୍ୟୁ ହୋଇଥିଲା। ଅଧିକ ଅନୁସନ୍ଧାନ ପାଇଁ ଭିସେରା ରିପୋର୍ଟକୁ ସଂରକ୍ଷିତ କରାଯାଇଛି। ରବିବାର ଦିନ ତାଙ୍କ କାର ପାଲଘର ନିକଟରେ ଥିବା ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। 

ସୂଚନାଯୋଗ୍ୟ ରବିବାର ଦିନ ସେ ନିଜ ଗାଡ଼ି ଯୋଗେ ଅହମ୍ମଦାବାଦରୁ ମୁମ୍ବାଇ ଫେରୁଥିବା ସମୟରେ ଦୁର୍ଘଟଣା ହୋଇଥିଲା। ତାଙ୍କ କାର ପାଲଘର ନିକଟରେ ଥିବା ଡିଭାଇଡର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। କାରରେ ସମୁଦାୟ ଚାରି ଜଣ ଥିଲେ। ମିଷ୍ଟ୍ରି ବ୍ୟତୀତ ମୁମ୍ବାଇର ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ. ଅନାହିତା ପାଣ୍ଡୋଲ ଏବଂ ତାଙ୍କ ସ୍ୱାମୀ ଡାରିୟସ ପାଣ୍ଡୋଲ ଏବଂ ଡାରିୟସଙ୍କ ଭାଇ ଜାହାଙ୍ଗୀର ପାଣ୍ଡୋଲ କାରରେ ଥିଲେ। ଅନାହିତା ପାଣ୍ଡୋଲ ସାଇରସ୍ ମିଷ୍ଟ୍ରିଙ୍କ କାର ଚଳାଉଥିଲେ। ଦୁର୍ଘଟଣା ସମୟରେ ସେ ଏକ ମର୍ସିଡିଜ୍ କାରରେ ବସିଥିଲେ। ସେପଟେ ଏହି ଦୁର୍ଘଟଣାକୁ ନେଇ ମର୍ସିଡିଜ କମ୍ପାନୀ ଗାଡ଼ିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ଦାମୀ ଗାଡ଼ି ହେବା ସତ୍ତ୍ୱେ ଦୁର୍ଘଟଣାରେ କିପରି ଜୀବନହାନୀ ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  

ସୂଚନାଯୋଗ୍ୟ ଦୁର୍ଘଟଣାସ୍ଥଳର ଫରେନ୍ସିକ ସାଇନ୍ସ ଲାବୋରେଟୋରୀର ଏକ ଟିମ୍ ତଦନ୍ତ କରିବ । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମର୍ସିଡିଜ୍ କାରଟି ଦ୍ରୁତ ଗତିରେ ଚାଲୁଥିଲା, କାରଣ ତାହା ପାଲଘର ଜିଲ୍ଲାରେ ଚରୋଟି ଚେକ ପୋଷ୍ଟକୁ ପାର୍ କରିବା ପରେ ମାତ୍ର ୯ ମିନିଟରେ ୨୦ କିଲୋମିଟର ଦୂରତା ନିର୍ଦ୍ଧାରିତ କରିଥିଲା ।

ଏହି ଚେକ୍ ପୋଷ୍ଟ ମୁମ୍ବାଇଠାରୁ ୧୨୦ କିମି ଦୂର ଅଟେ। କାରଟି ସୂର୍ଯ୍ୟା ନଦୀର ପୋଲ ଉପରେ ଡିଭାଇଡର ସହ ଧକ୍କା ହୋଇଥିଲା, ଏଥିରେ ସାଇରସ୍ ମିସ୍ତ୍ରୀ ଏବଂ ଜହାଙ୍ଗୀର ପଣ୍ଡୋଲେଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଯାଇଥିଲା। କାର ଡା. ଅନାହିତା ପଣ୍ଡୋଲେ ଚଲାଉଥିଲେ, ଯିଏ କି ମୁମ୍ବାଇରେ ଜଣେ ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି। ଦୁର୍ଘଟଣାରେ ସେ ଏବଂ ତାଙ୍କ ସ୍ୱାମୀ ଡେରିୟସ୍ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କ ଚିକିତ୍ସା ଚାଲିଛି।

ଅଧିକ ପଢନ୍ତୁ: କଂଗ୍ରେସରେ ଥମିବାର ନା ନେଉନି କଳହ, ରାହୁଲ ଗାନ୍ଧୀଙ୍କ ରାଲିରୁ ଗାଏବ ଥିଲେ ଅନେକ ବଡ଼ ନେତା; ମୋଦି ସରକାରଙ୍କୁ ଭୁରି ଭୁରି ପ୍ରଶଂସା କଲେ ଦଳର ଏହି ବଡ଼ ନେତା