ମାଡି ଆସୁଛି ବିପଦ! ୬୦ ବର୍ଷ ପରେ ଲୋକଙ୍କୁ ରୁଟି ଖାଇବାକୁ ନେଇ ବଢୁଛି ସନ୍ଦେହ
Advertisement

ମାଡି ଆସୁଛି ବିପଦ! ୬୦ ବର୍ଷ ପରେ ଲୋକଙ୍କୁ ରୁଟି ଖାଇବାକୁ ନେଇ ବଢୁଛି ସନ୍ଦେହ

ଷାଠିଏ ବର୍ଷ ପରେ ଲୋକେ ରୁଟି ଖାଇବାକୁ ନେଇ ଅସୁବିଧାର ସାମ୍ନା କରିପାରିନ୍ତି। 

ମାଡି ଆସୁଛି ବିପଦ! ୬୦ ବର୍ଷ ପରେ ଲୋକଙ୍କୁ ରୁଟି ଖାଇବାକୁ ନେଇ ବଢୁଛି ସନ୍ଦେହ

ନୂଆଦିଲ୍ଲୀ: ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଲୋକଙ୍କ ଦ୍ୱାରା ଏକ ପ୍ରମୁଖ ଖାଦ୍ୟ ଭାବେ ବ୍ୟବହୃତ ହୋଇଥାଏ ରୁଟି । ହେଲେ ଏବେ ଏହି ଖାଦ୍ୟକୁ ନେଇ ଆସିଥିବା ତଥ୍ୟ କାରଣରୁ ଭବିଷ୍ୟତରେ ଖାଦ୍ୟ ପଦାର୍ଥ ଭାବେ ରୁଟିର ବ୍ୟବହାର ସନ୍ଦେହପୂର୍ଣ୍ଣ ହୋଇପଡିଛି। ଏନେଇ କୁହାଯାଇଛି ୬୦ ବର୍ଷ ପରେ ରୁଟିକୁ ସଂଗ୍ରହାଳୟରେ ଦେଖିବାକୁ ମିଳିବ। କାରଣ ସେ ସମୟରେ ରୋଟିକୁ ଖାଇହେବ ନାହିଁ । କାରଣ ସେବେକାର ସମୟରେ ରୁଟି ତିଆରି ହୋଇପାରିବ ନାହିଁ। 
 
ଏହାର କାରଣ ହେଉଛି ବିଶ୍ୱତାପତ ଅର୍ଥାତ ଗ୍ଲୋବାଲ ୱାର୍ମିଂ(Global Warming)। କାରଣ ଭବିଷ୍ୟତରେ ପ୍ରଦୂଷଣର ଭୟଙ୍କର ରୂପ ମଣିଷ ସମାଜକୁ ଦେଖିବାକୁ ମିଳିପାରେ। ଗ୍ଲୋବାଲ ୱାର୍ମିଂ କାରଣରୁ ବାୟୁରେ ଅଙ୍ଗାରକାମ୍ଲ ମାତ୍ରା ବଢିବା କାରଣରୁ ଅବସ୍ଥା ଏତେ ଖରାପ ହୋଇଯିବ ଯେ ଗହମରୁ ରୁଟି ତିଆରି କରିବା ଅତୀତର ସ୍ମୃତି ହୋଇଯିବ

ଏନେଇ ହୋଇଥିବା ଗବେଷଣାରୁ ଜଣାପଡିଛି ବିଗତ ୧୦ ବର୍ଷ ମଧ୍ୟରେ ବାୟୁରେ ଅଙ୍ଗାରକାମ୍ଳର ପରିମାଣ ପ୍ରତିବର୍ଷ ୧ ପିପିଏମ(1.ppm) ହାରରେ ବୃଦ୍ଧି ପାଉଛି। ଯଦି ଏହାର ପରିମାଣ ବନ୍ଦ ହେବା ବଦଳରେ ବଢି ଚାଲେ, ଆଗାମୀ ୬୦ ବର୍ଷରେ ଅଙ୍ଗାରକାମ୍ଳର ପରିମାଣ ବଢିବା ସହ ସ୍ଥିତି ଅଧିକ ଗୁରୁତର ହେବ। ଯାହା ଫଳରେ ଖାଦ୍ୟଶସ୍ୟରେ ସଂରକ୍ଷିତ ହେଉଥିବା ପ୍ରୋଟିନ୍ ଏବଂ ଷ୍ଟାର୍କ ଉପରେ ଏହାର ପ୍ରଭାବ ପଡିବ । 

କାରଣ ଅଧିକ ମାତ୍ରାରେ ଅଙ୍ଗାରକାମ୍ଳ ବଢିବା ଫଳରେ ଗହମରେ ଷ୍ଟାର୍କୁ ବଢାଇବା ସହ ପ୍ରୋଟିନ୍ ଉପରେ ଏହାର ଖରାପ ପ୍ରଭାବ ପଡିବ। ଗହମରେ ଗ୍ଲୁଟେମିନ୍ ନାମକ ଏକ ପ୍ରୋଟିନ୍ ଥାଏ। ଯାହାର ସାନ୍ଦ୍ରତା ଗୁଣ ଯୋଗୁଁ ଏହାକୁ ଚକଟିବା ସମ୍ଭବପର ହୋଇଥାଏ। ଯଦି ଗ୍ଲୁଟମିନର ପରିମାଣ ଗହମରେ କମିଯାଏ, ତାହେଲେ ଏଥିରୁ ପ୍ରସ୍ତୁତ ହେଉଥିବା ଅଟାକୁ ଚକଟି ରୁଟି ତିଆରି କରିବା ସ୍ୱପ୍ନ ପାଲଟିଯିବ । 

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବଢିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି  ପରିବେଶ ବିଜ୍ଞାନୀ। ଏନେଇ ସେମାନଙ୍କ ପକ୍ଷରୁ କୁହାଯାଇଛି ବାୟୁ ପ୍ରଦୂଷଣର ସିଧାସଳଖ ପ୍ରଭାବ ମାଟି ଉପରେ ପଡିବ। ଯାହା ଫଳରେଗହମର ଗୁଣବତ୍ତା ହ୍ରାସ ପାଇଚାଲିବ । ଏପରିକି ଗହମ ଦାନା ପତଳା ହେବା ଏହାର ଆଭ୍ୟନ୍ତରୀଣ ଗଠନ ପ୍ରକ୍ରିୟା ପ୍ରଭାବିତ ହେବ।