ଲକ୍ଷ୍ନୌ: ସୁନ୍ନୀ ଇସଲାମୀୟ ସଙ୍ଗଠନ ତବଲିଗ ଜମାତ ଉପରେ ବିଶ୍ୱର ଚତୁର୍ଥ ସର୍ବବୃହତ୍ତ ସୁନ୍ନୀ ଇସଲାମୀୟ ଦେଶ ସାଉଦି ଆରବ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକ ବିରୁଦ୍ଧରେ ସ୍ୱର ଉଠାଇଛି ଉତ୍ତର ପ୍ରଦେଶ ସାହାରନପୁରସ୍ଥିତ ବିଶ୍ୱ ପ୍ରସିଦ୍ଧ ଇସଲାମୀୟ ଶିକ୍ଷାନୁଷ୍ଠାନ ଦାରୁଲ ଉଲୁମ ଦେୱବନ୍ଦ। ଏନେଇ ସଙ୍ଗଠନ ସହ ଜଡି଼ତ ମୋହତାମ ମୌଲାନା ମୁଫତି ଅବୁଲ କାସୀମ ନୌମାନୀ କହିଛନ୍ତି ଯେ ସାଉଦି ସରକାର ଏପରି ନିଷ୍ପତ୍ତି ନେବା ଉପରେ ପୁନର୍ବିଚାର କରିବା ଆବଶ୍ୟକ। 


COMMERCIAL BREAK
SCROLL TO CONTINUE READING

ତବଲିଗ ଜମାତ ବିରୁଦ୍ଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ପ୍ରଥମ ଥର ପାଇଁ ସାଉଦି ଆରବ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛି ଦାରୁଲ ଉଲୁମ ଦେୱବନ୍ଦ (Darul Uloom Deoband)। ଏହି ସୁନ୍ନୀ ଇସଲାମୀୟ ସଙ୍ଗଠନ ଆତଙ୍କବାଦ ପାଇଁ ଦ୍ୱାର ପ୍ରସ୍ତୁତ କରୁଥିବା ନେଇ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଦେଓବନ୍ଦ ପକ୍ଷରୁ କୁହାଯାଇଛି। 


Also Read: ତବଲିଗ ଜମାତ ସଙ୍ଗଠନ ଉପରେ ବ୍ୟାନ ଲଗାଇଲା ମୁସଲିମ ଦେଶ ସାଉଦି ଆରବ


ମୋହତାମ ମୌଲାନା ମୁଫତି ଅବୁଲ କାସୀମ ନୌମାନୀ କହିଛନ୍ତି ପ୍ରାୟ ୧୦୦ ବର୍ଷ ପୂର୍ବେ ହଜରତ ମୌଲାନା ମହମ୍ମଦ ହାସନଙ୍କ ଶିଷ୍ୟ ସ୍ୱର୍ଗତ ମୌଲାନା ମହମ୍ମଦ ଇଲିୟାସ ତବଲିଗ ଜମାତ ଆରମ୍ଭ କରିଥିଲେ। ସାମାନ୍ୟ ସ୍ତରରେ ବିରୋଧ ସତ୍ତ୍ୱେ ଜାମାତ ଏହାର ଉଦ୍ଦେଶ୍ୟରେ ସଫଳ ହୋଇଥିଲା। ତବଲିଗ ଜାମାତ ମୁଖ୍ୟାଳୟ ଦିଲ୍ଲୀସ୍ଥିତ ନିଜାମୁଦ୍ଦିନ ଠାରେ ରହିଛି।


ସାରା ବିଶ୍ୱରେ ଇସଲାମର ପୃଷ୍ଠପୋଷକ ତଥା ବିଶ୍ୱର ଚତୁର୍ଥ ସର୍ବବୃହତ୍ତ ସୁନ୍ନୀ ଇସଲାମୀୟ ଦେଶ (Sunni Islamic Country) କୁହାଯାଉଥିବା ସାଉଦି ଆରବ (Saudi Arabia) ସୁନ୍ନୀ ଇସଲାମୀୟ ସଙ୍ଗଠନ (Sunni Islamic Organization) ତବଲିଗ ଜମାତକୁ ନିଷିଦ୍ଧ ଘୋଷଣା କରିଛି। ଏହି ସୁନ୍ନୀ ଇସଲାମୀୟ ସଙ୍ଗଠନ ହେଉଛି ଆତଙ୍କବାଦର ଏକ ଦ୍ୱାର ଏବଂ ସମାଜ ପାଇଁ ବିପଦ ବୋଲି ସାଉଦି ସରକାରଙ୍କ (Saudi Govt) ପକ୍ଷରୁ କୁହାଯାଇଛି। 


Also Read: ଖୋଲାରେ ନମାଜ ପଢିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କଲେ ଏହି ରାଜ୍ୟ ସରକାର


ଏନେଇ ସାଉଦି ସରକାରଙ୍କ (Saudi Govt) ଇସଲାମ ବ୍ୟାପାର ମନ୍ତ୍ରଣାଳୟ (Ministry of Islamic Affair) ପକ୍ଷରୁ କୁହାଯାଇଛି ଇସଲାମ ବ୍ୟାପାର ମନ୍ତ୍ରୀ (Saudi Islamic Affairs Minister) ଡକ୍ଟର ଅବଦୁଲତିଫ ଅଲ ଅଲଶେଖ (Dr. Abdullatif Al Alsheikh) ମସଜିଦ ପ୍ରଚାରକଙ୍କ (Mosque Preacher) ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଶୁକ୍ରବାର ଅନୁଷ୍ଠିତ ହେଉଥିବା ପ୍ରାର୍ଥନା ସଭାରେ ସେମାନେ ତବଲିଗ ଜମାତ (Tablighi Jamaat) ଏବଂ ଦାୱା (Dawah) ଭଳି ସଙ୍ଗଠନ ବାବଦରେ ଲୋକଙ୍କୁ ଅବଗତ କରାନ୍ତୁ। ଯାହାକୁ ଅଲ ଅହବାବ (Al Ahbab) କୁହାଯାଇଥାଏ।


ତବଲିଗ ଜମାତ ସହ ଜଡିତ ଲୋକ ମୁସଲମାନ ବସବାସ କରୁଥିବା ଅଞ୍ଚଳକୁ ଯାତ୍ରା କରିଥାନ୍ତି ଏବଂ ସେଠାକାର ଲୋକଙ୍କୁ ଧାର୍ମିକ ପଥ ଅନୁସରଣ କରିବାକୁ କହିଥାନ୍ତି। ଏହି ସଙ୍ଗଠନ ମୁସଲମାନ ପୁରୁଷଙ୍କୁ ପଠାନୀ ସାଲୱାର ପିନ୍ଧିବା, ନିଶ କାଟିବା, ଦାଢି ବଢାଇବା ଉତ୍ସାହିତ କରିଥାଏ। ଦିନକୁ ୫ ଥର ନମାଜ ପଢିବା ଏବଂ ମହିଳାଙ୍କୁ ବୁର୍ଖା କିମ୍ବା ପର୍ଦ୍ଦା ମଧ୍ୟରେ ରଖିବା ଉପରେ ଏହି ସଙ୍ଗଠନ ଗୁରୁତ୍ୱ ଦେଇଥାଏ।


Also Read: Maharashtra Violence ଘଟଣାକୁ ନେଇ ବିବାଦରେ Raza Academy; ପୂର୍ବରୁ ଦଙ୍ଗାରେ ଜଡିତ ରହିଛି ସଙ୍ଗଠନ


ଭାରତରେ ବସବାସ କରୁଥିବା ଅଧିକାଂଶ ମୁସଲମାନ କୌଣସି ନା କୌଣସି ସମୟରେ ହିନ୍ଦୁ ରହିଥିଲେ। ଧର୍ମ ପରିବର୍ତ୍ତନ ସତ୍ତ୍ୱେ ସେମାନଙ୍କ ମଧ୍ୟରୁ ଅନେକ ହିନ୍ଦୁଙ୍କ ଭଳି ଅନ୍ୟ ଏକ ଗ୍ରାମରେ ବିବାହ କରିବା ପରି ପରମ୍ପରାକୁ ଅନୁସରଣ କରିଥାନ୍ତି। ଏପରି ପରିସ୍ଥିତିରେ, ତବଲିଗି ଜମାତ୍ ସେହି ଲୋକଙ୍କ ପାଖକୁ ଯାଇ ହିନ୍ଦୁଙ୍କ ଉପନାମ ଏବଂ ରୀତିନୀତିକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ପାଇଁ ସେମାନଙ୍କ ଉପରେ ଚାପ ପକାଇଥାଏ।