ଖୋଲାରେ ନମାଜ ପଢିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କଲେ ଏହି ରାଜ୍ୟ ସରକାର
Advertisement
Article Detail0/zeeodisha/odisha1045527

ଖୋଲାରେ ନମାଜ ପଢିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କଲେ ଏହି ରାଜ୍ୟ ସରକାର

ଖୋଲା ସ୍ଥାନରେ ନମାଜ ପଢିବାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

ଖୋଲାରେ ନମାଜ ପଢିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କଲେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ: ଖୋଲାରେ ନମାଜ ପଢିବାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହରିୟାଣା ସରକାର। ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଖୋଲାଖୋଲି ଭାବେ ନମାଜ ପଢା ଯାଇପାରିବ ନାହିଁ। ନମାଜ ଅର୍ପଣ କରିବାକୁ ଧାର୍ମିକ ସ୍ଥାନକୁ ଯାଆନ୍ତୁ।

ଗତ ଶୁକ୍ରବାର ଗୁରୁଗ୍ରାମ ଠାରେ ପହଞ୍ଚିଥିବା ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି କୌଣସି ପରିସ୍ଥିତି ଖୋଲାସ୍ଥାନରେ ନମାଜ ପଢିବାକୁ ଅନୁମତି ଦିଆଯିବ ନାହିଁ। ଏହି ପ୍ରସଙ୍ଗରେ କୌଣସି ବିବାଦ ନହେବା ପାଇଁ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ଡେପୁଟି କମିଶନରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ନିଜ ଧାର୍ମିକ ସ୍ଥାନରେ ନମାଜ ପଢନ୍ତି କିମ୍ବା ପାଠ କୌଣସି ପ୍ରକାର ଧାର୍ମିକ କାର୍ଯ୍ୟ କରନ୍ତି ସେଥିଲେ ଆମର କୌଣସି ଅସୁବିଧା ନାହିଁ। ଧାର୍ମିକ କାର୍ଯ୍ୟ ପାଇଁ ଧର୍ମାନୁଷ୍ଠାନ ରହିଛି। କାହାର ଅଧିକାରରେ କେହି ହସ୍ତକ୍ଷେପ କରିବା ଠିକ ନୁହେଁ। ଖୋଲା ସ୍ଥାନରେ ନମାଜ ପଢିବାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

ମୁସଲମାନ ସମ୍ପ୍ରଦାୟ (Muslim Community) ପାଖରେ ଅନେକ ଅନେକ ଜମି ରହିଛି ଯେଉଁଠାରେ ସେମାନଙ୍କୁ ଅନୁମତି ଦିଆଯାଉ। କିଛି ଜମି ମଧ୍ୟ ଅଛି, ଯାହା ସେମାନଙ୍କର କିମ୍ବା ୱାକଫ୍ ବୋର୍ଡ (Muslim Waqf Board) ଭଳି ସଂସ୍ଥାର ହେବ। ଏହି ସ୍ଥାନ ବିବାଦୀୟ ନୁହେଁ। ତାଙ୍କୁ ସେହି ସ୍ଥାନ ଯୋଗାଇ ଦିଆଯିବା ଆବଶ୍ୟକ ନଚେତ୍ ସେମାନେ ତାଙ୍କ ଘରେ ରହି ନମାଜ (Namaz) ପଢନ୍ତୁ। ଖୋଲା ସ୍ଥାନରେ ନମାଜ ଅର୍ପଣ କରି ପାରସ୍ପରିକ ବିବାଦ ଭଳି ଘଟଣା ଘଟିବାକୁ ଅନୁମତି ଦିଆଯିବ ନାହିଁଯ। କାହାକୁ କୌଣସି ପ୍ରକାରର ବାଧ୍ୟ ବାଧକତା କରିବାକୁ ଦିଆଯିବ ନାହିଁ।

Also Read: ଘରେ ରହି ଇଦ ନମାଜ ପଢିବାକୁ ଝାଡଖଣ୍ଡ ଡିଜିପିଙ୍କ ନିବେଦନ

ମୁସଲମାନ ସମ୍ପ୍ରଦାୟ ସହିତ ବସି ଏହି ପ୍ରସଙ୍ଗରେ ଏକ ନିର୍ଦ୍ଦିଷ୍ଟ ସମାଧାନ ବାହାର କରାଯିବ। ଏହି ସମସ୍ୟାର ସମାଧାନ ହେବାକୁ ହେବ। ହେଲେ ଏପରି କାର୍ଯ୍ୟକୁ ଖୋଲା ସ୍ଥାନରେ କରିବା ଠିକ ନୁହେଁ। ଏ ବାବଦରେ ପୂର୍ବରୁ ନିଆଯାଇଥିବା ସମସ୍ତ ନିଷ୍ପତ୍ତି ବର୍ତ୍ତମାନ ସବୁ ରଦ୍ଦ ହୋଇଯାଇଛି। ବର୍ତ୍ତମାନ ଆଉ ଥରେ ଆଲୋଚନା କରି ଏହି ସମସ୍ୟାର ସମାଧାନ କରାଯିବ।

ଗତ ସୋମବାର ଗୁରୁଗ୍ରାମର ଡେପୁଟି କମିଶନର କହିଥିଲେ ଯେ ମୁସଲମାନ ଏବଂ ହିନ୍ଦୁ ସମାଜର ଏକ ବୈଠକ ଡକାଯାଇଥିଲା ଯେଉଁଥିରେ ଅନେକ ନିଷ୍ପତ୍ତି ନିଆଯାଇଥିଲା। ଏବେ ନମାଜ ପଢିବାକୁ ନେଇ ବିରୋଧ ହେବ ନାହିଁ। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ସର୍ବସାଧାରଣ ସ୍ଥାନରେ ନମାଜ ପଢାଯିବ ନାହିଁ। ୧୨ଟି ମସଜିଦରେ ଶୁକ୍ରବାର ପ୍ରାର୍ଥନା କରାଯିବ। ୬ଟି ସର୍ବସାଧାରଣ ସ୍ଥାନରେ ନମଜ୍ ପଢିବା ପାଇଁ ଭଡା ଦେବାକୁ ହେବ। ୱାକଫ ବୋର୍ଡ ଜମି ଉପଲବ୍ଧ ହେବା ମାତ୍ରେ ସର୍ବସାଧାରାଣ ସ୍ଥାନରେ ନମାଜ ପଢିବାକୁ ବନ୍ଦ କରାଯିବ।

Also Read: ଅଯୋଧ୍ୟା ମସଜିଦରେ ନମାଜ ପଢିବା ହାରାମ: ଅସାଦୁଦ୍ଦିନ ଓୱେସୀ

ଖୋଲାରେ ନମାଜ ପଢିବାକୁ ନେଇ ବିଗତ କିଛି ମାସ ଧରି ହରିୟାଣାରେ ବିବାଦ ଲାଗି ରହିଛି। ଗୁରୁଗ୍ରାମରେ କେତେକ ହିନ୍ଦୁ ସଙ୍ଗଠନ ଏବଂ ସ୍ଥାନୀୟ ବାସିନ୍ଦା ଶୁକ୍ରବାର ଖୋଲାରେ ନମାଜ ପଢିବାକୁ ବିରୋଧ କରିଥିଲେ। ଏହା ପରେ ମଧ୍ୟ ଗତ ନଭେମ୍ବର ୨୭ ତାରିଖରେ ସେକ୍ଟର-୩୭ ଠାର ମୁସଲମାନ ସମ୍ପ୍ରଦାୟର ଲୋକେ ପୋଲିସ ସୁରକ୍ଷା ମଧ୍ୟରେ ନମାଜ ପଢିଥିଲେ। ଏହି ପ୍ରାର୍ଥନା ସମୟରେ ହିନ୍ଦୁ ସଙ୍ଗଠନର ଲୋକେ ଏଠାରେ ପହଞ୍ଚି ୨୬/୧୧ ଆକ୍ରମଣରେ ଶହୀଦଙ୍କ ପାଇଁ ଯଜ୍ଞ ଏବଂ ହନୁମାନ ଚାଳିସା ପାଠ କରିଥିଲେ।

ଅନ୍ୟପଡଟେ ଲାଉଡ ସ୍ପିକର ଯୋଗେ ଆଜାନ (Azan on Loudspeaker) କରିବାକୁ ନେଇ ବିଭିନ୍ନ ସମୟରେ ବିବାଦ ଉପୁଜିଛି। ଏହା ମଧ୍ୟରେ ପଶ୍ଚିମବଙ୍ଗ ଜଳପାଇରିଗୁଡି ସ୍ଥିତ ଏକ ମସଜିଦ ଇମାମ (Mosque Imam) ଏ ପ୍ରସଙ୍ଗରେ ଏକ ନିଷ୍ପତ୍ତି ନେଇଛନ୍ତି। ଏଣିକି ମସଜିଦ ଠାରେ ଆଉ ଲାଉଡ ସ୍ପିକର ଯୋଗେ ଆଉ ଆଜାନ ହେବ ନାହିଁ ନଜିମୁଲ ହକ ନାମକ ଜଣେ ଇମାମ ନିଷ୍ପତ୍ତି ନେଇଛନ୍ତି। ଏପରି କରିବା ପଛରେ କାରଣ ହେଉଛି ନିକଟରେ ଏକ ସ୍କୁଲ ରହିଛି। ଯେତେବେଳେ ଲାଉଡ ସ୍ପିକର ମାଧ୍ୟମରେ ଆଜାନ ହୋଇଥାଏ ସେତେବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ଏହା ସମସ୍ୟା ସୃଷ୍ଟି କରିଥାଏ। ବର୍ତ୍ତମାନ ଠାରୁ ଆମେ ଲାଉଡ ସ୍ପିକର ବିନା ମସଜିଦ ଠାରେ ଆଜାନ କରିବୁ। ଯାହା ଦ୍ୱାରା କୌଣସି ଶବ୍ଦ ପ୍ରଦୂଷଣ ହେବ ନାହିଁ ଏବଂ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ଭାବରେ ଅଧ୍ୟୟନ କରିବାକୁ ସମର୍ଥ ହେବେ।

fallback

Also Read: ଏଆଇଏମଆଇଏମ ସାଂସଦଙ୍କ ଧମକ; 'ମସଜିଦ ଖୋଲ ନହେଲେ ରାସ୍ତାରେ ବସି ପଢିବୁ ନମାଜ'

ମସଜିଦ ନିକଟରେ ଥିବା ବିଦ୍ୟାଳୟର ଶିକ୍ଷକ ଇନ୍ଦ୍ରାନିଲ ସାହା କହିଛନ୍ତି ଯେ ମସଜିଦ ପ୍ରଶାସନ ଆମ ସହ ଭଲ ସହଯୋଗ କରିଛି। କୋଭିଡ୧୯ ମାମଲା ହ୍ରାସ ପାଇବା ପରେ ବିଦ୍ୟାଳୟ ଖୋଲିଛିଯ। ଆଜାନ ପାଇଁ ମସଜିଦ ଠାରେ ଲାଉଡ ସ୍ପିକର ବ୍ୟବହାର ନକରିବା ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ।