Agnipath schemeକୁ ନେଇ ଆସିଲା ବଡ଼ ଖବର, RTI ଖୋଲିଲା ଗୁମର
Advertisement

Agnipath schemeକୁ ନେଇ ଆସିଲା ବଡ଼ ଖବର, RTI ଖୋଲିଲା ଗୁମର

RTI on Agnipath scheme: RTIର ଧାରା ୮ ଓ ୯ ଆଧାରରେ ବିହାର ଦୁରଭେଙ୍କ ଆବେଦନର ତଥ୍ୟ ଦେବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ମନା କରିଦେଇଛନ୍ତି। ଏହି ଉପରୋକ୍ତ ଧାରାରେ ସରକାର କୌଣସି ସମ୍ବେଦନଶୀଳ ତଥ୍ୟ ଦେବାକୁ ବାଧ୍ୟ ନୁହଁ। ଗତ ଜୁଲାଇ ୧୪ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ Agnipath schemeର ଘୋଷଣା କରିଥିଲେ। 

Agnipath schemeକୁ ନେଇ ଆସିଲା ବଡ଼ ଖବର, RTI ଖୋଲିଲା ଗୁମର

RTI on Agnipath scheme, ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏକ ବଡ ଖବର ଆସିଛି। ଏହି ଯୋଜନାର ତଥ୍ୟ ଗୁପ୍ତ ରହିବ। ଅଗ୍ନିପଥ ଯୋଜନା ସମ୍ପର୍କରେ ତଥ୍ୟ ଦେବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ମନା କରିଦେଇଛନ୍ତି। ସୂଚନା ଅଧିକାର ଆଇନର ଏକ ଆବେଦନର ଉତ୍ତରରେ ମନ୍ତ୍ରାଳୟ ଏହାକୁ ଗୁପ୍ତ ତଥ୍ୟ ବା ସିକ୍ରେଟ ବୋଲି କହିଛି। ବିହାର ଦୁରଭେ ନାମକ ପୁନେର ଜଣେ ସୂଚନା ଅଧିକାର କର୍ମୀ, ଅଗ୍ନିପଥ ଯୋଜନା ବିଷୟକେ ତଥ୍ୟ ମାଗିଥିଲେ। 

RTIର ଧାରା ୮ ଓ ୯ ଆଧାରରେ ବିହାର ଦୁରଭେଙ୍କ ଆବେଦନର ତଥ୍ୟ ଦେବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ମନା କରିଦେଇଛନ୍ତି। ଏହି ଉପରୋକ୍ତ ଧାରାରେ ସରକାର କୌଣସି ସମ୍ବେଦନଶୀଳ ତଥ୍ୟ ଦେବାକୁ ବାଧ୍ୟ ନୁହଁ। ଗତ ଜୁଲାଇ ୧୪ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ Agnipath schemeର ଘୋଷଣା କରିଥିଲେ। ଏହି ଯୋଜନାରେ ଯୁବକ ଯୁବତୀଙ୍କୁ ଭାରତୀୟ ସେନାରେ ନିଯୁକ୍ତି ଦିଆଯିବ। ଡିସେମ୍ବର ୨୦୨୨ ଓ ଫେବୃଆରୀ ୨୦୨୩ରେ ୪୬୦୦୦ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ଏଥିରେ ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ସମୟ ସୀମା ପରେ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଅବସର ଦିଆଯିବ। ଅବସରପ୍ରାପ୍ତ ଜବାନଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ନିଯୁକ୍ତିରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ। 

Also Read: ଅଳ୍ପ ଜ୍ଞାନ ଭୟଙ୍କର! କାବୁଲରେ ଆମେରିକୀୟ ହେଲିକପ୍ଟର ଖସି ୩ ମୃତ, ଦୋଷ ଲୁଚାଇବାକୁ ଏମିତି କହିଲା

ଅଗ୍ନିପଥ ଯୋଜନାର ଅନେକ ତଥ୍ୟ ଏବେ ବି ଅସ୍ପଷ୍ଟ ରହିଥିବା ଆଶାୟୀମାନେ ଅଭିଯୋଗ କରିଥିଲେ। ଯାହା ପରେ  ବିହାର ଦୁରଭେ, ପ୍ରତିରକ୍ଷା ମନ୍ତ୍ରାଳୟରେ ଏକ RTI ଆବେଦନ କରିଥିଲେ। ସେ ଜାଣିବାକୁ ଚାହୁଁଥିଲେ ଯେ, ଅଗ୍ନିପଥ ଯୋଜନାକୁ ନେଇ ଆନ୍ତଃମନ୍ତ୍ରୀସ୍ତରୀୟ ବିଚାରବିମର୍ଶ ହୋଇଛି କି? ପୂର୍ବରୁ ଥିବା ସ୍ଥାୟୀ ବା ଦୀର୍ଘକାଳିନ ନିଯୁକ୍ତି ଯୋଜନାକୁ ବଦଳାଇବାର କାରଣ କଣ? ଜୁଲାଇ ୨୩ରେ ଦାଖଲ ହୋଇଥିବା ଆବେଦନରେ ଦୁରଭେ, ଅଗ୍ନିପଥ ଯୋଜନା ଅନ୍ତର୍ଗତ ନିଯୁକ୍ତି ପ୍ୟାକେଜ୍ ଏବଂ ଭତ୍ତା ସମ୍ବନ୍ଧର ମଧ୍ୟ ପଚାରିଥିଲେ।

ତେବେ ବିହାର ଦୁରଭେଙ୍କୁ RTIର ଜବାବରେ ମିଲିଟାରୀ ବ୍ୟାପାର ବିଭାଗର ସୂଚନାଧିକାରୀ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ ଏହି ତଥ୍ୟ ଦିଆଯାଇ ପାରିବ ନାହିଁ। ସେପଟେ ଭୁଲ ବଶତଃ ତଥ୍ୟ ଦେବାକୁ ମନା କରାଯାଇଥିବା ନେଇ  ବିଭାଗର ଫାଷ୍ଟ ଅପିଲ ବା ପ୍ରଥମ ଅପିଲ ଅଧିକାରୀ ଅଭିମନ୍ୟୁ ସାହୁଙ୍କୁ ଦୁରଭେ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ, ଭୁଲ ବଶତଃ ବିଭାଗ ତାଙ୍କ RTIର ମଗାଯାଇଥିବା ତଥ୍ୟ ଦେବାକୁ ମନା କରିଦେଇଛି। ମଗାଯାଇଥିବା ତଥ୍ୟରେ କୌଣସି ଅସୁବିଧା ନାହିଁ। 

Also Read: Contractual Employees Protest: ଆଜି ମହାସଙ୍ଘର ମହାଆନ୍ଦୋଳନ, ୪୦୦୦୦ ଠିକା କର୍ମଚାରୀ ଘେରିବେ..

ଅନ୍ୟପଟେ, ଭାରତର ମୁଖ୍ୟ ସୂଚନା କମିଶନର ୱାଜାହତ ହାବିବୁଲ୍ଲା କହିଛନ୍ତି ଯେ, confidential ବା secret ତଥ୍ୟ ଦେବାକୁ ମନା କରାଯାଏ ନାହିଁ। କିନ୍ତୁ ସେଥିରେ RTI Actର ଧାରା ୮ ଓ ୯ର ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରାଯାଏ। ସୂଚନାଧିକାରୀ RTI Actର ଉପଯୁକ୍ତ ଧାରା ଲେଖିବା ସହ କାହିଁକି ତଥ୍ୟ ଦିଆଯିବ ନାହିଁ ସେ ବିଷୟରେ ଉଲ୍ଲେଖ କରିବା ଉଚିତ ବେଲି ମୁଖ୍ୟ ସୂଚନା କମିଶନର କହିଛନ୍ତି।