ଜମ୍ମୁ କାଶ୍ମୀର ଗସ୍ତ ଅବସରରେ ବାବା ଅମରନାଥଙ୍କୁ ପୂଜା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
Trending Photos
ନୂଆଦିଲ୍ଲୀ: ଶନିବାର(ଜୁଲାଇ୧୮, ୨୦୨୦) ଜମ୍ମୁ କାଶ୍ମୀର ଗସ୍ତ ବେଳେ ମନ୍ତ୍ର ଉଚ୍ଚାରଣ ସହ ବାବା ଅମରନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାବା ବର୍ଫାନୀଙ୍କ ପୂଜା ସମୟରେ ଚିଫ ଅଫ ଡିଫେନ୍ସ ଅଫ ଷ୍ଟାଫ-(Chief of Defence Staff-CDS) ବିପିନ ରାୱତ ଏବଂ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ପ୍ରମୁଖ ଉପସ୍ଥିତ ଥିଲେ ।
ଶୁକ୍ରବାର ଠାରୁ ୨ ଦିନଆ ଜାମ୍ମୁ କାଶ୍ମୀର ଗସ୍ତରେ ଆସିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଗତକାଲି ଲେହ ଗସ୍ତ ଅବସରରେ ଯୁଦ୍ଧାଭ୍ୟାସରେ ଭାଗ ନେବା ସହ ମଲ୍ଟି ବ୍ୟାରେଲ ବନ୍ଧୁକରୁ ଗୁଳି ଚଳାଇଥିଲେ। ଶୁକ୍ରବାର ପ୍ରତିରକ୍ଷା ମନ୍ତ୍ରୀ ଭାରତ-ଚୀନ୍ ସୀମାକୁ ପୃଥକ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି(LAC-Line of Actual Control) ଠାରେ ଭାରତୀୟ ସେନାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲ । ଶନିବାର ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ନିୟନ୍ତ୍ରଣ ସୀମା ରେଖା-ଏଲଓସି(LOC-line of Control) ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା କରିବେ।
Feeling extremely blessed after praying at Shri Amarnathji Holy Cave in Jammu and Kashmir.
बर्फ़ानी बाबा की जय! pic.twitter.com/Ib5jgLUpkt
— Rajnath Singh (@rajnathsingh) July 18, 2020
କାଶ୍ମୀର ଘାଟିରେ ଜାରି ରହିଥିବା ଆତଙ୍କବାଦ ଦମନ ଅଭିଯାନକୁ ନେଇ ଭୟଭୀତ ହୋଇ ପଡିଛନ୍ତି ଆତଙ୍କୀ । ଏହାର ବଦଲା ନେବାକୁ ଯାଇ ଅମରନାଥ ଯାତ୍ରାକୁ ଟାର୍ଗେଟ କରିପାରିନ୍ତି । ବାବା ବର୍ଫାନୀକୁ ଧାମକୁ ଯୋଡୁଥିବା କାଶ୍ମୀରର ୪୪ ନମ୍ବର ରାଜପଥରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ । ହେଲେ ଏପରି ସାମ୍ଭାବ୍ୟ ବିପଦର ମୁକାବିଲା ଲାଗି ସେନାବାହିନୀକୁ ସତର୍କ ରଖାଯାଇଛି । ଅମରନାଥ ଯାତ୍ରା ଚଳିତ ବର୍ଷ ଜୁଲାଇ ୨୧ ତାରିଖ ସୋମବାର ଠାରୁ ଆରମ୍ଭ ହେଉଛି ।
ବର୍ତ୍ତାମାନ ଚାଲିଥିବା କୋରୋନା ସଂକଟ କାରଣରୁ ଦୈନିକ କେବଳ ୫୦୦ ତୀର୍ଥଯାତ୍ରୀଙ୍କୁ ଭଗବାନ ଶିବଙ୍କ ପବିତ୍ର ଗୁମ୍ଫା ପରିଦର୍ଶନ କରିବାକୁ ଅନୁମତି ମିଳିବ। କେବଳ ୫୫ ବର୍ଷରୁ କମ ଲୋକ ଏହି ଯାତ୍ରା କରିପାରିବେ। ବାବାଙ୍କ ଯାତ୍ରା ସମୟରେ କରୋନା ମୁାକବିଲା ପାଇଁ ଜାରି ହୋଇଥିବା ସମସ୍ତ ନିୟମର ପାଳନ କରାଯିବ ।