କୃଷକଙ୍କ ପାଇଁ ଅଗ୍ନି ପରୀକ୍ଷା! ଆନ୍ଦୋଳନ ଶେଷ କରିବାକୁ ସରକାର ନେଲେ ଏହି ପଦକ୍ଷେପ
ଗତ ୨୬ ତାରିଖରେ କଥାକଥିକ କୃଷକମାନେ ଲାଲକିଲ୍ଲାରେ ଯେଉଁ ତାଣ୍ଡବ ରଚିଥିଲେ, ତାହା ଆନ୍ଦୋଳନ ଉପରେ ଗଭୀର ପ୍ରଭାବ ପକାଇଛି। ସେପଟେ କୃଷକଙ୍କୁ ଦୁର୍ବଳତାର ସୁଯୋଗ ନେଇ ସରକାର ଆନ୍ଦୋଳନକୁ ଦମନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି।
ନୂଆଦିଲ୍ଲୀ: ୬୫ରୁ ଊର୍ଦ୍ଧ୍ୱ ଦିନ ହେଲା ଦିଲ୍ଲୀର ବିଭିନ୍ନ ସୀମାରେ କୃଷକଙ୍କ ଅନ୍ଦୋଳନ ଚାଲିଛି। କୃଷକ ନେତାଙ୍କ ସହ ୧୨ ଥର ସରକାର ଆଲୋଚନା କରି ବି ବିଫଳ ହୋଇଛି। ଗତ ୨୬ ତାରିଖରେ କଥାକଥିକ କୃଷକମାନେ ଲାଲକିଲ୍ଲାରେ ଯେଉଁ ତାଣ୍ଡବ ରଚିଥିଲେ, ତାହା ଆନ୍ଦୋଳନ ଉପରେ ଗଭୀର ପ୍ରଭାବ ପକାଇଛି। ସେପଟେ କୃଷକଙ୍କୁ ଦୁର୍ବଳତାର ସୁଯୋଗ ନେଇ ସରକାର ଆନ୍ଦୋଳନକୁ ଦମନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି।
ଗତ ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀ କୃଷକ ନେତାମାନେ ଟ୍ରାକ୍ଟର ରାଲି (Tractor Rally) କରିବାକୁ ସରକାରଙ୍କ ଅନୁମତି ଦେଇଥିଲେ। କିନ୍ତୁ କୌଣସି ଷଡଯନ୍ତ୍ର ହେଉ ଅବା ଦୁର୍ଘଟଣା ବଶତଃ ରାଲିବେଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ (Delhi violence) ଟିଥିଲା। ଏଥି ପାଇଁ ଉଭୟ ପୋଲିସ ପ୍ରଶାସନ ବା ଗୃହମନ୍ତ୍ରାଳୟ ଓ ଆନ୍ଦୋଳନକାରୀ କୃଷକ ନେତାଙ୍କ ଅବହେଳା ଦାୟୀ। ଯାହା ଏବେ କୃଷକ ଆନ୍ଦୋଳନ ଉପରେ ଭାରି ପଡିଛି। ଆଉ ସେହି ହିଂସାକାଣ୍ଡ ଆନ୍ଦୋଳନ (Farmer Protest) ର ଏକ ଦୁର୍ବଳ ଶିକୁଳି ପାଲଟିଛି।
Also Read: କୃଷକ ଲଙ୍ଘିଲେ ଲକ୍ଷ୍ମଣ ରେଖା, ରାବଣ ଚେହେରା ଲାଗୁଛି ଚିହ୍ନା ଚିହ୍ନା !
କୃଷକ ନେତାଙ୍କ ନାଁରେ ଦେଶଦ୍ରହ ମାମଲା:
ଲାଲକିଲ୍ଲା (Lal Quila) ହିଂସାକାଣ୍ଡକୁ ନେଇ ଦିଲ୍ଲୀର ବିଭିନ୍ନ ଥାନାରେ ୨୫ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହୋଇଛି। ୨୦୦ରୁ ଅଧିକ ଲୋକଙ୍କୁ ପୋଲିସ ହେପାଜତକୁ ନେଇ ପଚରା ଉଚୁରା କରୁଛି। ସେପଟେ କୃଷକ ନେତାମାନଙ୍କ ନାଁରେ ଦେଶଦ୍ରୋହ (Sedition charge) ଦଫା ଲାଗିଛି। ଗିରଫ ପାଇଁ ନୋଟିସ ପଠାଯାଇଥିବା ବେଳେ ଲୋକ ସମର୍ଥନ ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନେବାରେ ବାଧା ପାଲଟିଛି।
କୃଷକ ନେତାଙ୍କ ମଧ୍ୟରେ ଫାଟ:
ଦିଲ୍ଲୀ ହିଂସା ପରେ ଆନ୍ଦୋଳନକାରୀ କୃଷକ ନେତା (Farmer Leader) ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଭାନୁ ପ୍ରତାପ ସିଂହ ଓ ଭିକେ ସିଂହଙ୍କ ସଂଗଠନ ଆନ୍ଦୋଳନରୁ ଓହରିଛନ୍ତି। ଲାଲକିଲ୍ଲାରେ ଯାହାସବୁ ଘଟିଗଲା ତାହା ନିନ୍ଦନୀୟ ଏବଂ କୃଷକ ଆନ୍ଦୋଳନ ଦିଗହରା ହେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି। ୨ଟି ସଂଗଠନ ଆନ୍ଦୋଳନରୁ ଓହରିବା ପରେ ସୀମାରୁ କୃଷକମାନେ ଘର ମୁହାଁ ହୋଇଛନ୍ତି।
Also Read: ଆଇନ ଛାତ୍ରରୁ କୃଷକ ନେତା ରାକେଶ ଟିକାୟତ, ୪୪ ଥର ଯାଇଛନ୍ତି ଜେଲ
ସ୍ଥାନୀୟ ଲୋକଙ୍କ ବିରୋଧ:
ଦୀର୍ଘ ୬୩ ଦିନରେ ଯାହା ହୋଇନଥିଲା ତାହା ଗୋଟିଏ ଓଳିରେ ଘଟିଗଲା। ଯେଉଁ ଲୋକମାନେ କୃଷକଙ୍କୁ ଅନ୍ନଦାତା ବୋଲି କହି ଆନ୍ଦୋଳନକୁ ସମର୍ଥନ କରୁଥିଲେ ସେମାନେ ଆଜି ତାହାରି ବିରୁଦ୍ଧରେ ପ୍ରଦର୍ଶନ କରୁଛନ୍ତି। ସିଙ୍ଘୁ ଓ ଟିକିରି ସୀମାରେ ଜନ ଅସନ୍ତୋଷ ଦେଖାଦେଇଛି। କୃଷକ ଆନ୍ଦୋଳନ ପାଇଁ ବ୍ୟବସାୟରେ ବାଧା ଉପୁଜୁଥିବା ଓ ଖାଲିସ୍ତାନୀ ସମର୍ଥନ ଅଭିଯୋଗ ଆଣି ସେମାନେ ସ୍ଥାନ ଖାଲି କରିବାକୁ ଦାବି କରିଛନ୍ତି। ତେବେ ଏହି ସମୟରେ ଆନ୍ଦୋଳନକାରୀ କୃଷକ ଓ ସ୍ଥାନୀୟବାସିନ୍ଦା ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ପୋଲିସ ଟିୟର ଗ୍ୟାସ ସହ ମୃଦୁ ଲାଠିଚାର୍ଜ କରିଛି।
ଆନ୍ଦୋଳନରୁ ଓହରିବାକୁ ନୋଟିସ:
ବିଭିନ୍ନ ସୀମାରୁ ଏବେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନୋଟିସ ଜାରି କରିଛି। ଘଟଣାସ୍ଥଳରେ ବିପୁଳ ସୁରକ୍ଷା କର୍ମୀ ସହ ଅର୍ଦ୍ଧ ସାମରିକ ବଳ ମୁତୟନ କରାଯାଇଛି। ଏପରି କି ଯବାନମାନେ ଲଗାତାର ଫ୍ଲାଗମାର୍ଚ୍ଚ ମଧ୍ୟ କରୁଛନ୍ତି। ଆଉ କିଛି ଆନ୍ଦୋଳନକାରୀ ଭୟରେ ସ୍ଥାନଛାଡୁଥିବା ବି ଦେଖିବାକୁ ମିଳିଛି।
Also Read: କୃଷକଙ୍କ ସମର୍ଥନରେ ବାହାରିଲେ ଆନ୍ନା ହଜାରେ, ରାଲେଗାଓଁ ସିଦ୍ଧିରେ ଆରମ୍ଭ କରିବେ ଆମରଣ ଅନଶନ
ଜନସମର୍ଥନ ହ୍ରାସ:
ଗଣତନ୍ତ୍ର ଦିବସର ଟ୍ରାକ୍ଟର ରାଲି ହିଂସାକାଣ୍ଡ ପରେ କୃଷକଙ୍କ ଉପରେ ଲୋକଙ୍କ ସହାନୁଭୂତି କମିଛି। ଆନ୍ଦୋଳନ ସ୍ଥଳର ଚାରିପଟେ ପୋଲିସର ପହରା ରହିଛି। ବ୍ୟାରିକେଡ ସଂଖ୍ୟା ବୃଦ୍ଧି କରାଯାଇଛି। ଫଳରେ କୃଷକ ଆନ୍ଦୋଳନକୁ ଯେଉଁମାନେ ସମର୍ଥନ କରିବାକୁ ଯାଉଥିଲେ, ସେମାନେ ଆଉ ସେଠାକୁ ଯାଇ ପାରୁ ନାହାନ୍ତି। ଯେଉଁଥିପାଇଁ ଆନ୍ଦୋଳନକାରୀଙ୍କ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି।
ସେପଟେ ଲାଲକିଲ୍ଲା ହିଂସା କେନ୍ଦ୍ର ସରକାର ଓ ବିଜେପିର ଏକ ସଡଷନ୍ତ୍ର ବୋଲି ଆନ୍ଦୋଳନକାରୀ କୃଷକ ନେତାମାନେ ଅଭିଯୋଗ ଆଣିଛନ୍ତି। ତଥାପି ଏବେ କୃଷକ ଆନ୍ଦୋଳନରେ ଅନେକ ପ୍ରତିକୂଳ ପରିସ୍ଥିତି ଉପୁଜିଛି। ଯାହା ସେମାନଙ୍କ ପାଇଁ ଏକ ଅଗ୍ନି ପରୀକ୍ଷା ସଦୃଶ୍ୟ। ଗୁରୁବାର ରାତିରେ ରକେଶ ଟିକୟତ (Rakesh Tikait) ଙ୍କୁ ଗିରଫ କରିବାକୁ ପୋଲିସ ଆସିଥିଲା। କିନ୍ତୁ ଟିକୟତ ଭାବପ୍ରବଣ ହେବା ସହ ଆତ୍ମହତ୍ୟାର ଧମକ ଦେଇଥିଲେ। ପୋଲିସ ଫେରି ଯାଇଥିଲା, କିନ୍ତୁ ସେହି ରାତିରୁ ପୁଣି ସୀମାରେ ହଜାର ହଜାର ଆନ୍ଦୋଳନକାରୀଙ୍କ ସମାଗମ ହେଉଛି।
ଏପରି କି ସୋସିଆଲ ମିଡିଆରେ #राकेश_टिकैत_हीरो_है ଓ #मोदी_कायर_हैं ଟ୍ରେଣ୍ଟ କରୁଥିଲା। ତେଣୁ ଗତ ଦିନର ହିଂସା ଏବଂ ବର୍ତ୍ତମାନ ପ୍ରଶାସନର କାର୍ଯ୍ୟାନୁଷ୍ଠାନ କୃଷକଙ୍କ ଆନ୍ଦୋଳନକୁ ଆହୁରି ସୁଦୃଢ କରୁଥିବା କୃଷକ ନେତାମାନେ ଦାବି କରୁଛନ୍ତି। ପରିସ୍ଥିତିକୁ ଦେଖି ସଂସଦ ଘରାଉ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ସେପଟେ ଆନ୍ଦୋଳନରେ ରାଜନୈତିକ ଦଳମାନେ ମଧ୍ୟ ସାମିଲ ହେଉଛନ୍ତି। ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ମଧ୍ୟ କୃଷକଙ୍କ ସମର୍ଥନରେ ଅନସନ ଆରମ୍ଭ କରିଛନ୍ତି।