ନୂଆଦିଲ୍ଲୀ: Delhi Government Liquor Policy: ଦିଲ୍ଲୀ ସରକାର ମଦକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ଅନ୍ତର୍ଗତ ବାର ଅପରେଟରମାନ (Delhi Bar Operators) ଙ୍କୁ ଭୋର ୩ଟା ପର୍ଯ୍ୟନ୍ତ ମଦ (Liquor) ବିକ୍ରି କରିବାକୁ ଅନୁମତି ଦିଆଯିବ । ଜଣେ ବରିଷ୍ଠ ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ, ସରକାର ଏକ୍ସାଇଜ୍ ବିଭାଗକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି ଓ ଏକ୍ସାଇଜ୍ ପଲିସି ୨୦୨୧-୨୨ ଅନୁଯାୟୀ ଶୀଘ୍ର ଏକ ନିର୍ଦ୍ଦେଶ ଜାରି ହେବାର ସମ୍ଭାବନା ଅଛି ।


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି ଯେ, "ରେଷ୍ଟୁରାଣ୍ଟଗୁଡିକରେ ଥିବା ବାରଗୁଡିକ ରାତି ୧ଟା ପର୍ଯ୍ୟନ୍ତ ସଞ୍ଚାଳିତ କରିବାକୁ ଅନୁମତି ଦିଆଯାଇଛି । ଯଦି ସମୟ ରାତି ୩ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଏ, ତେବେ ଅବକାରୀ ବିଭାଗ ପୋଲିସ ସମେତ ଅନ୍ୟାନ୍ୟ ଏଜେନ୍ସି ସହିତ କାମ କରିବ । ନଭେମ୍ବର ୨୦୨୧ରୁ ଲାଗୁ ହୋଇଥିବା ନୂତନ ଅବକାରୀ ନୀତିରେ ସୁପାରିଶ କରାଯାଇଛି ଯେ ବାରର ସଞ୍ଚାଳନର ସମୟକୁ ପଡ଼ୋଶୀ ସହର ସହିତ ବରାବର ଅଣାଯାଇପାରିବ ।


ଏନସିଆର ସହର, ହରିୟାଣାର ଗୁରୁଗ୍ରାମ ଓ ଫରିଦାବାଦରେ ବାର୍ ଗୁଡିକ ଭୋର ୩ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ରହିଛି । ତେବେ ଉତ୍ତର ପ୍ରଦେଶର ନୋଏଡା ଓ ଗାଜିଆବାଦରେ ବାରଗୁଡ଼ିକ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିଥାଏ । ଜାତୀୟ ରାଜଧାନୀରେ ପ୍ରାୟ ୫୫୦ ସ୍ୱତନ୍ତ୍ର ରେଷ୍ଟୁରାଣ୍ଟ ଅଛି ଯାହା ଅବକାରୀ ବିଭାଗର L-17 ଲାଇସେନ୍ସରେ ଭାରତୀୟ ଓ ବିଦେଶୀ ବ୍ରାଣ୍ଡର ମଦ ପରିବେଷଣ କରିଥାଏ । ପ୍ରାୟ ୧୫୦ରୁ ଅଧିକ ହୋଟେଲ ଓ ମୋଟେଲ ରେଷ୍ଟୁରାଣ୍ଟରେ ପୂର୍ବରୁ ହିଁ ୨୪ ଘଣ୍ଟା ମଦ୍ୟପାନର  ଅନୁମତି ରହିଛି । ଏହିପରି ରେଷ୍ଟୁରାଣ୍ଟଗୁଡ଼ିକୁ ଅବକାରୀ ବିଭାଗ ଦ୍ୱାରା L-16 ଲାଇସେନ୍ସ ଦିଆଯାଇଛି ।


ଏହି ପଦକ୍ଷେପକୁ ସ୍ୱାଗତ କରି ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (NRIA) ର ଅଧ୍ୟକ୍ଷ କବୀର ସୁରୀ ଏହି ପଦକ୍ଷେପର ସ୍ୱାଗତ କରି କହିଛନ୍ତି ଯେ, ଆମେ ଦିଲ୍ଲୀ ସରକାର ଠାରୁ ଏହି ଦାବି ସହିତ ସମ୍ପର୍କ କରିଥିଲୁ କି ବାର ଖୋଲିବାର ସମୟ ୩ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । କାରଣ ପଲିସିରେ ଏହାର ସୁପାରିଶ କରାଯାଇଛି ।


ଏହା ବି ପଢ଼ନ୍ତୁ:-'ଆପଣ ୱାୟନାଡରୁ ମଧ୍ୟ ହାରିବେ, ଆସନ୍ତୁ ହାଇଦ୍ରାବାଦରୁ ନିଜ ଭାଗ୍ୟ ପରୀକ୍ଷା କରନ୍ତୁ', ରାହୁଲଙ୍କୁ ଓୱେସୀଙ୍କ ଚ୍ୟାଲେଞ୍ଜ


ଏହା ବି ପଢ଼ନ୍ତୁ:-'ଏହି ରାଜ୍ୟର ବିଧାୟକଙ୍କ ପୁଣି ବଢ଼ିବ ଦରମା, ଜାଣନ୍ତୁ ଆମ ରାଜ୍ୟର ବିଧାୟକଙ୍କ ଦରମା କେତେ?


ଏହା ବି ପଢ଼ନ୍ତୁ:-'ଭୋଟ୍ ଦେବା ପୂର୍ବରୁ ଗ୍ୟାସ ସିଲିଣ୍ଡରକୁ ନମସ୍କାର କରନ୍ତୁ', LPG ମୂଲ୍ୟରେ ବୃଦ୍ଧି ପରେ ଭାଇରାଲ ହେଉଛି ପିଏମ ମୋଦିଙ୍କ ଭିଡିଓ


 


ଏଠାରେ କହି ରଖୁଛୁ ଯେ, ଦିଲ୍ଲୀରେ ବିୟର ବ୍ରାଣ୍ଡ ଦର (Beer Brand Rates) ହ୍ରାସ କରାଯାଇଛି । କେବଳ ଏତିକି ନୁହେଁ, ଯେକୌଣସି ବ୍ରାଣ୍ଡ ହେଉ ଏହାର ଦରରେ ବହୁତ ହ୍ରାସ ଘଟିଛି । ସୂଚନା ଅନୁଯାୟୀ, ବଟୱାଇଜର ମଧ୍ୟ ୧୪୦ରୁ ୧୩୦କୁ ଖସି ଆସିଛି । ସେହିପରି ହାୱାର୍ଡ -5000 ମଧ୍ୟ ୧୪୦ରୁ ୧୩୦କୁ ଖସି ଆସିଛି । ଦିଲ୍ଲୀରେ ବ୍ରାଣ୍ଡର ବ୍ରାଣ୍ଡ (Beer) ବିଷୟରେ କହିବାକୁ ଗଲେ ବଜାରରେ ପ୍ରାୟ ୫୦ ରୁ ୬୦ ବ୍ରାଣ୍ଡ ମହଜୁଦ  ଅଛି । ଯେଉଁଠାରେ ପୂର୍ବରୁ ବିୟରର ମୂଲ୍ୟ ୧୫୬୦ ଟଙ୍କା ଥିଲା, ଏହା ୧୪୪୦କୁ ଖସି ଆସିଛି । ଏଥି ସହିତ ଅନ୍ୟ ବ୍ରାଣ୍ଡର ମଦ ପାଞ୍ଚରୁ ସାତ ପ୍ରତିଶତ ଶସ୍ତା ହୋଇଛି । ଦିଲ୍ଲୀରେ ମଦ ମୂଲ୍ୟରେ ୨୫ ପ୍ରତିଶତ ହ୍ରାସ କରାଯାଇଛି ।