PM Modi on LPG Price Hike: LPG ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ଦିଲ୍ଲୀରେ ପ୍ରଦର୍ଶନ କରିଛି । ଯୁବ କଂଗ୍ରେସ କର୍ମୀମାନେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆସିଥିଲେ । ଶନିବାର ଦିନ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି, ଏହା ପରେ ଦେଶର ଅନେକ ସହରରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୦୦୦ ଟଙ୍କା ଅତିକ୍ରମ କରିଛି ।
Trending Photos
ନୂଆଦିଲ୍ଲୀ: PM Modi on LPG Price Hike: ପେଟ୍ରୋଲ-ଡିଜେଲ (Petrol-Diesel Price) ଓ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର (Commercial LPG cylinders) ରେ ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ( LPG cylinder Price Hike) ସାଧାରଣ ଲୋକଙ୍କ ଉପରେ ବୋଝ ବଢ଼ାଇଦେଇଛି । ଏଥି ସହିତ ଏହି ବୃଦ୍ଧି ପରେ ବିରୋଧୀ ଦଳ କେନ୍ଦ୍ରର ମୋଦି ସରକାର (Modi Government) ଙ୍କୁ ଟାର୍ଗେଟ କରୁଛନ୍ତି ଓ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ବିଜେପି (BJP) କୁ ଘେରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ପିଏମ ମୋଦି (PM Modi) କହୁଛନ୍ତି, "ଭୋଟ୍ ଦେବାକୁ ଯାଉଛନ୍ତି ତ ଘରରେ ଯେଉଁ ଗ୍ୟାସ ସିଲିଣ୍ଡର ପଡ଼ିଛି, ତାହାକୁ ନମସ୍କାର କରି ଯିବେ ।"
ଏହି ଭିଡିଓରେ ପିଏମ ମୋଦି (PM Modi) ଆହୁରି ମଧ୍ୟ କହିଛନ୍ତି ଯେ, "ଏହି ଲୋକମାନେ ଗ୍ୟାସ ସିଲିଣ୍ଡର ଛଡ଼ାଇ ନେଇଛନ୍ତି ଓ ଗ୍ୟାସ ସିଲିଣ୍ଡରକୁ ଅଧିକ ମହଙ୍ଗା କରିଛନ୍ତି ।" ବାସ୍ତବରେ, ଏହି ଭିଡିଓ ସେହି ସମୟର ଯେତେବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଓ ସେତେବେଳେ ସେ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ (Manmohan Singh) ଙ୍କୁ ଜରଦାର ଟାର୍ଗେଟ କରୁଥିଲେ ।
ଭାଇରାଲ ହେଉଥିବା ପିଏମ ମୋଦି (PM Modi) ଙ୍କ ୧.୧୬ ମିନିଟର ଭିଡିଓରେ ସେ କହୁଛନ୍ତି ଯେ, "ଯଦି ମୁଦ୍ରାସ୍ଫୀତି ଏହିପରି ବଢ଼ିଚାଲିବ ତ ଗରିବ ଲୋକ କ'ଣ ଖାଇବେ? ଆଜି ପ୍ରଧାନମନ୍ତ୍ରୀ (ମନମୋହନ ସିଂ) ଏଠାକୁ ଆସିଥିଲେ କିନ୍ତୁ ପ୍ରଧାନମନ୍ତ୍ରୀ ମୁଦ୍ରାସ୍ଫୀତିର 'ମ' କହିବାକୁ ପ୍ରସ୍ତୁତ ନୁହଁନ୍ତି । ସେମାନଙ୍କର ଅହଂକାର ଏତେ ଯେ ସେମାନେ ମୁଦ୍ରାସ୍ଫୀତି ବିଷୟରେ କହିବାକୁ ପ୍ରସ୍ତୁତ ନୁହଁନ୍ତି । ମରିବେ ତ ମରିବେ, ଆପଣଙ୍କ ଭାଗ୍ୟ ।"
ଏହି ଭିଡିଓରେ ମୋଦି ତତ୍କାଳୀନ କଂଗ୍ରେସ ସରକାର (Congress Government) ଙ୍କୁ ଟାର୍ଗେଟ କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଗରିବଙ୍କ ଘରେ ଚୁଲି ଜଳୁନାହିଁ, ରାତିସାରା ପିଲା କାନ୍ଦୁଛି, ମା' ଲୁହ ପିଇ ଶୋଉଛି ଏବଂ ଦେଶର ନେତାମାନଙ୍କୁ ଗରିବ ଲୋକଙ୍କର ଚିନ୍ତା ନାହିଁ, ସେମାନେ ଦାରିଦ୍ର୍ୟର ଅବସ୍ଥା ସୃଷ୍ଟି କରିଛନ୍ତି । ଭୋଟ୍ ଦେବାକୁ ଯାଆନ୍ତି ତ ଯେଉଁ ଘରେ ଗ୍ୟାସ୍ ସିଲିଣ୍ଡର ଅଛି ତାହାକୁ ନମସ୍କାର କରିଯିବେ । ଗ୍ୟାସ୍ ସିଲିଣ୍ଡର ଛଡ଼ାଇ ନେଇଛନ୍ତି ଏହି ଲୋକମାନେ ଓ ଗ୍ୟାସ ସିଲିଣ୍ଡର ଅଧିକ ମହଙ୍ଗା କରିଛନ୍ତି ।
ଏହା ବି ପଢ଼ନ୍ତୁ:-'ଦେଶବାସୀ ମୋ ଚେତାବନୀକୁ ମନେ ରଖନ୍ତୁ', ଜାଣନ୍ତୁ କାହିଁକି ଏମିତି କହିଲେ କୁମାର ବିଶ୍ୱାସ
ଏହା ବି ପଢ଼ନ୍ତୁ:-ରାମ ମନ୍ଦିର ନିର୍ମାଣ ପାଇଁ ୯୦ ଲକ୍ଷ ଟଙ୍କାର ସମ୍ପତ୍ତି ଦାନ କରିବ ଏହି ମୁଲସିମ ପରିବାର
ଏହା ବି ପଢ଼ନ୍ତୁ:-ରାସନ କାର୍ଡଧାରୀଙ୍କ ପାଇଁ ଜରୁରୀ ଖବର: କେନ୍ଦ୍ର ସରକାର ହ୍ରାସ କଲେ କୋଟା, ଜାଣନ୍ତୁ ବର୍ତ୍ତମାନ ଜୁନ ଠାରୁ କେତେ ମିଳିବ ରାସନ
ସେପଟେ LPG ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ ଦିଲ୍ଲୀରେ ପ୍ରଦର୍ଶନ କରିଛି । ଯୁବ କଂଗ୍ରେସ କର୍ମୀମାନେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆସିଥିଲେ । ଶନିବାର ଦିନ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି, ଏହା ପରେ ଦେଶର ଅନେକ ସହରରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୦୦୦ ଟଙ୍କା ଅତିକ୍ରମ କରିଛି ।