କେତେ ଭୟଙ୍କର କୋରୋନାର ଡେଲଟାକ୍ରନ: ବୈଜ୍ଞାନିକ ଦେଲେ ଏହି ଚେତାବନୀ
Advertisement

କେତେ ଭୟଙ୍କର କୋରୋନାର ଡେଲଟାକ୍ରନ: ବୈଜ୍ଞାନିକ ଦେଲେ ଏହି ଚେତାବନୀ

ବର୍ତ୍ତମାନ ଏହା ବିଷୟରେ ସଠିକ୍ ଭାବେ କିଛି କୁହାଯାଇ ପାରିବନାହିଁ। ଏଥିପାଇଁ ଏହାର କ୍ଲିନିକାଲ୍ ଅନୁସନ୍ଧାନ କରିବାକୁ ପଡିବ, ଏହାର ବିସ୍ତାରତା ଯାଞ୍ଚ କରିବାକୁ, ମହାମାରୀ ତଥ୍ୟ ଦେଖିବାକୁ ପଡ଼ିବ। 

କେତେ ଭୟଙ୍କର କୋରୋନାର ଡେଲଟାକ୍ରନ: ବୈଜ୍ଞାନିକ ଦେଲେ ଏହି ଚେତାବନୀ

ନୂଆଦିଲ୍ଲୀ: ସାରାବିଶ୍ୱରୁ କୋରୋନା ମହାମାରୀ ସରିନି। ବରଂ ଦିନକୁ ଦିନ କୋରୋନା ନୂଆ ଭାରିଏଣ୍ଟ ନେଇ ସାମ୍ନାକୁ ଆସୁଛି। କୋରୋନାର ଓମିକ୍ରନର ପ୍ରକୋପ ଏବେ ସୁଦ୍ଧା ସରିନଥିବା ବେଳେ ସାମ୍ନାକୁ ଆସିଲାଣି ନୂଆ ଭାରିଏଣ୍ଟ ଡେଲଟାକ୍ରନ। କାରଣ ଏବେ ବ୍ରିଟେନ, ଆମେରିକା ଏବଂ ଅଷ୍ଟ୍ରେଲିଆରେ ମାରାତ୍ମକ ଡେଲଟାକ୍ରନକୁ ନେଇ କେତେକ ମାମଲା ଦେଖିବାକୁ ମିଳିଛି। ହେଲେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । କିନ୍ତୁ ଏହି ଡେଲଟାକ୍ରନକୁ ନେଇ ବୈଜ୍ଞାନିକମାନେ ସତର୍କ ହୋଇପଡି଼ଛନ୍ତି। ଭାରତୀୟ ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି । 

ଭାରତୀୟ ବୈଜ୍ଞାନିକ ମାନେ କହିଛନ୍ତି ଯେ, କୋରୋନାର ନୂଆ ଭାରିଏଣ୍ଟ (New Variant) ଓ କୋରୋନାର ମ୍ୟୁଟାଣ୍ଟ ମଧ୍ୟରେ ଅନେକ ପ୍ରଭେଦ ରହିଛି। ମ୍ୟୁଟେସନ ଏବଂ ପରିସ୍ଥିତି ହେତୁ ଭୂତାଣୁ ମଧ୍ୟରେ ପରିବର୍ତ୍ତନ ଦେଖାଦେଇଥାଏ। ଯେତେବେଳେ କି ତଥାକଥିତ ଡେଲଟାକ୍ରନକୁ ବିଭିନ୍ନ ଭୂତାଣୁର ମିଶ୍ରଣରେ ଗଠିତ ଏକ ନୂତନ ଭୂତାଣୁ ବୋଲି ବର୍ଣ୍ଣନା କରାଯାଏ । ବର୍ତ୍ତମାନ ଏହା ବିଷୟରେ ସଠିକ୍ ଭାବେ କିଛି କୁହାଯାଇ ପାରିବନାହିଁ। ଏଥିପାଇଁ ଏହାର କ୍ଲିନିକାଲ୍ ଅନୁସନ୍ଧାନ କରିବାକୁ ପଡିବ, ଏହାର ବିସ୍ତାରତା ଯାଞ୍ଚ କରିବାକୁ, ମହାମାରୀ ତଥ୍ୟ ଦେଖିବାକୁ ପଡ଼ିବ। କେବଳ ସେତେବେଳେ ହିଁ ଏହି ଭୂତାଣୁ ବିଷୟରେ ସଠିକ୍ ଭାବେ କହିପାରିବା। 

Also Read: ପଞ୍ଚାୟତ ଭୋଟ ବେଳେ ହଙ୍ଗାମା, ସାମ୍ବାଦିକଙ୍କ ପିଠିକୁ କାମୁଡିଦେଲେ ଦୁର୍ବୃତ୍ତ

ଭାରତରେ କୋରୋନା (Corona) ବିଷୟରେ କହିବାକୁ ଗଲେ, ବୈଜ୍ଞାନିକ ମାନେ କହିଛନ୍ତି ଯେ, ଏହି ଭାଇରସ ଡେଲଟାକ୍ରନ କି ନୁହେଁ ତାହା ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ। ଏହାକୁ ସେତେ ଗମ୍ଭୀର ସେତେବେଳେ କୁହାଯାଇପାରିବ ଯେତେବେଳେ ଏହାର ସଂଖ୍ୟା ଦିନକୁ ଦିନ ବେଶି ବଢିବ। ସେତେବେଳେ ଏହାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଚିକିତ୍ସା ପଦ୍ଧତିକୁ ଜୋରଦାର କରାଯିବ।  ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦ୍ୱାରା ଏହା ଜଣାପଡ଼ିବ ଯେ ଏହି ଡେଲଟାକ୍ରନ ଭୂତାଣୁ ଦ୍ୱାରା ଏହା ଶରୀରକୁ ସୁରକ୍ଷିତ ରଖିବାରେ କେତେ ସକ୍ଷମ ହୋଇପାରିବ। 

Also Read: ଏହି କମ୍ପାନୀ ଦେଉଛି ବମ୍ପର ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ

ସୂଚନାନୁସାରେ, ଡେଲଟାକ୍ରନ (Deltacron) ବିଷୟରେ ପ୍ରଥମେ ବ୍ରିଟେନରୁ ଜଣାପଡ଼ିଥଲା। ସେଠାରେ ଜଣେ ବ୍ୟକ୍ତି ଡେଲଟା ଓ ଓମିକ୍ରନ ଭାରିଏଣ୍ଟରେ ଏକାସାଥୀରେ ସଂକ୍ରମିତ ହୋଇଥିଲେ। ତାଙ୍କ ଠାରେ ପ୍ରଥମେ ଏହି ଦୁଇ ପ୍ରକାରର ଭାରିଏଣ୍ଟ ଦେଖିବାକୁ ମିଳିଥିଲା। ଭାରତରେ ସାର୍ସ- କୋଭିଡ 2 ଜିନୋମ ସହିତ ଜଡିତ ବିଶେଷଜ୍ଞ ମାନେ କହିଛନ୍ତି ଯେ, ବ୍ରିଟେନ ଏବେ ଏହାକୁ ଭାରିଏଣ୍ଟ ଅଫ୍ ଇନଭେସ୍ଟିଗେସନର କ୍ୟାଟାଗୋରୀରେ ସାମିଲ କରିଛି। ବିଶେଷଜ୍ଞଙ୍କ କହିବା କଥା ଯେ, ଏହା କେତେ ଗମ୍ଭୀର ତାହା ଜଣାପଡିନାହିଁ। ଏହା ଉପରେ  INSACOGର କଡା ନଜର  ରହିଛି। ମାତ୍ର ବିଶେଷଜ୍ଞ କହିଛନ୍ତି ଯେ ଏହାକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଏପର୍ଯ୍ୟନ୍ତ ଡେଲଟାକ୍ରନର କୌଣସି ମାମଲା ରିପୋର୍ଟ ହୋଇନାହିଁ।