ମହାମେଣ୍ଟରେ ଆସନ ବଣ୍ଟାକୁ ନେଇ ଚର୍ଚ୍ଚା ଆରମ୍ଭ, ବାମଦଳର ଦାବିକୁ ନେଇ କଂଗ୍ରେସ ନାରାଜ
Advertisement

ମହାମେଣ୍ଟରେ ଆସନ ବଣ୍ଟାକୁ ନେଇ ଚର୍ଚ୍ଚା ଆରମ୍ଭ, ବାମଦଳର ଦାବିକୁ ନେଇ କଂଗ୍ରେସ ନାରାଜ

ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ, ମହାମେଣ୍ଟରେ ସାମିଲ ଥିବା ଦଳଙ୍କ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ କଥାବାର୍ତ୍ତା ଆରମ୍ଭ ହୋଇଗଲାଣି । 

ମହାମେଣ୍ଟରେ ଆସନ ବଣ୍ଟାକୁ ନେଇ ଚର୍ଚ୍ଚା ଆରମ୍ଭ, ବାମଦଳର ଦାବିକୁ ନେଇ କଂଗ୍ରେସ ନାରାଜ

ପାଟନା: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର(October-November) ରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ (Bihar Assembly Elelction)। ଏହାକୁ ଦୃଷ୍ଟିରେ ରଖି ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଲେଣୀ।

ଚଳିତ ଥର ବିହାର ବିଧାନସଭା ନିର୍ବାଚନରେ ଦ୍ୱିପାକ୍ଷିକ ମୁକାବିଲା ହେବାକୁ ଯାଉଛି । ଏଥର ନିର୍ବାଚନ ମୈଦାନରେ ମୁହାଁମୁହାଁ ହେବେ ଭାରତୀୟ ଜନତା ପାର୍ଟି-ବିଜେପି(BJP-Bhartiya Janata Party) ନେତୃତ୍ୱାଧିନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ-ଏନଡିଏ(NDA-National Democratic Alliance), କଂଗ୍ରେସ (Congress) ନେତୃତ୍ୱାଧିନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ-ୟୁପିଏ(UPA-United Progressive Alliance)।

ଏନଡିଏରେ ଅଂଶୀଦାର ଥିବା ଦଳ ହେଉଛନ୍ତି ଜନତାଦଳ ୟୁନାଇଟେଡ-ଜେଡିୟୁ(JDU-Janata Dal United), ଲୋକ ଜନଶକ୍ତି ପାର୍ଟି-ଏଲଜେପି(LJP-Lok Janashakti Party)। ଅନ୍ୟପଟେ ବିହାରରେ ୟୁପିଏ ଯାହା ମହାମେଣ୍ଟ ଭାବେ ପରିଚିତ ସେଥିରେ ଥିବା ଦଳ ହେଉଛନ୍ତି ରାଷ୍ଟ୍ରୀୟ ଲୋକ ସମତା ପାର୍ଟି-ଆରଏଲଏସପି(RLSP-Rastriya Lok Samata Party), ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି(RJD-Rastriya Janata Dal), ବିକାଶଶୀଳ ଇନସାନ ପାର୍ଟି-ବିଆଇପି(VIP-Vikassheel Insaan Party)। 

ବିହାରରେ ଏନଡିଏମର ନେତୃତ୍ୱ ଜେଡିୟୁ ନେଉଥିବା ବେଳେ, ମହାମେଣ୍ଟର ନେତୃତ୍ୱ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ଆରଜେଡି ହାତରେ ରହିଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହାମେଣ୍ଟରେ ସାମିଲ ଥିବା ପୂର୍ବତନ ସହଯୋଗୀ ହିନ୍ଦୁସ୍ଥାନ ଆୱାମୀ ମୋର୍ଚ୍ଚା-ହାମ(HAM-Hinustani Awami Morcha) ଏବେସ ଏନଡିଏ ସହ ଯୋଗାଯୋଗରେ ରହିଛି । ଏନଡିଏର ନେତୃତ୍ୱ ନେଉଥିବା ଜେଡିୟୁ ନିର୍ବାଚନ ପୂର୍ବରୁ ଟାର୍ଗେଟ କରିବାରେ ଲାଗିଛି ଏହାର ସହଯୋଗୀ ଏଲଜେପି । 
 
ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ମହାମେଣ୍ଟରେ ଆସନ (Seat) ବୁଝାମଣାକୁ ନେଇ ଏହାର ଅଂଶୀଦାର ଦଳଙ୍କ ମଧ୍ୟରେ କଥାବର୍ତ୍ତା ଆରମ୍ଭ ହୋଇଗଲାଣି । ମହାମେଣ୍ଟରୁ ହାମ ବାହାରି ଯାଇଥିବା ବେଳେ ଏବେ ବାମଦଳ (Left Party) ପ୍ରବେଶ କରିଛି । ଆସନ ଭାଗବଣ୍ଟାକୁ ନେଇ ଆରଜେଡି ନେତା ତେଜସ୍ୱୀ ଯାଦବ (Tejaswi Yadav), ଆରଏଲଏସପି ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା (Upendra Kushwaha), ବିଆଇପି ମୁଖିଆ ମୁକେଶ ସାହାନୀ (Mukesh Sahani) ଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । 
 
ହେଲେ ଆସନ ବଣ୍ଟାକୁ ନେଇ ମହାମେଣ୍ଟରେ ସାମିଲ ଥିବା ଦଳଙ୍କ ମଧ୍ୟରେ କୌଣସି ସହମତି ପ୍ରକାଶ ପାଇନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ ଭାଗବଣ୍ଟାକୁ ନେଇ ବାମଦଳ ପକ୍ଷରୁ ହେଉଥିବା ଦାବିକୁ ନେଇ ନାରାଜ ହୋଇଉଠିଛି କଂଗ୍ରେସ । ବାମଦଳ ବିହାର ବିଧାନସଭା ନିର୍ବାଚନ ଲାଗି ୫୩ଟି ଆସନ ଦାବି କରିଛି । ମହାମେଣ୍ଟରେ ସାମିଲ ଥିବା ଅନ୍ୟ ଦଳ ବିଆଇପିକୁ ନିଜ ଭାଗରୁ କେତେକ ଆସନ ଛାଡିବ ଆରଜେଡି । ଆରଏଲଏସପିକୁ ୧୫-୨୦ ଆସନ ମିଳିପାରେ ।        
 
ସେହପରି କଂଗ୍ରେସକୁ ୬୫-୭୫ ଆସନ ମିଳିପାରେ । ମହାମେଣ୍ଟର ନେତୃତ୍ୱ ନେଉଥିବା ଆରଜେଡି ରାଜ୍ୟର ମୋଟ ଆସନରୁ ଅଧାରୁ ଅଧିକ ଦାବି କରିଛି । ବିହାରରେ ମୋଟ ୨୪୩  ଆସନ ରହିଥିବା ବେଳେ, ଆରଜେଡି ପ୍ରାୟ ୧୪୦ ଆସନ ଦାବି କରୁଛି । ଚୂଡାନ୍ତ ଆସନ ବଣ୍ଟାକୁ ନେଇ ମହାମେଣ୍ଟରେ କ'ଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ରହିଛି ନଜର । 
 
ଅନ୍ୟପଟେ ଆସନ ବଣ୍ଟାକୁ ନେଇ ଏନଡିଏରେ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ । ଏନଡିଏରେ ସାମିଲ ଥିବା ଏଲଜେପି ୨୦ ପସନ୍ଦଯୋଗ୍ୟ ସହ ମୋଟ ୧୪୩ଟି ଆସନ ଦାବି କରିଛି । ହେଲେ ଏ ପ୍ରସଙ୍ଗରେ ଜେଡିୟୁ କିମ୍ବା ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ଉଭୟ ଏନଡିଏ ଓ ମହାମେଣ୍ଟରେ ସାମିଲ ଥିବା ଦଳକୁ କେତେ ଆସନ ମିଳିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।