Diwali 2023: ସରକାରଙ୍କ ବଡ଼ ଘୋଷଣା, ଏଥର ଦୀପାବଳିରେ ବାଣ ଫୁଟା ଓ ବିକ୍ରି ମନା!
Advertisement
Article Detail0/zeeodisha/odisha1867339

Diwali 2023: ସରକାରଙ୍କ ବଡ଼ ଘୋଷଣା, ଏଥର ଦୀପାବଳିରେ ବାଣ ଫୁଟା ଓ ବିକ୍ରି ମନା!

Diwali 2023 ​: ସବୁଜ ଫୋଟକା ସମେତ ସମସ୍ତ ପ୍ରକାର ବାଣ ଉପରେ ସରକାର ଏହି ଆଦେଶ କାର୍ଯ୍ୟକାରୀ କରିଛନ୍ତି। ଏହାଦ୍ୱାରା ଦିଲ୍ଲୀରେ କୌଣସି ପ୍ରକାର ବାଣ ଦୋକାନ ଖେଲିବ ନାହିଁ କି କାରବାର ହେବନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଦିଲ୍ଲୀ ପୋଲିସକୁ ଏନେଇ ଆବଶ୍ୟକ ଆଦେଶ ପ୍ରଦାନ କରାଯିବ ବୋଲି ରାଜ୍ୟ ପ୍ରଦୂଷଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୌ(ସୋସିଆଲ ମିଡିଆ)

Crackers Ban in Delhi: ଦୀପାବଳି (Diwali 2023)  ପାଇଁ ଗାଇଡ଼ଲାଇନ ଆଣିଲେ ଦିଲ୍ଲୀ ସରକାର (Delhi Government) । ଚଳିତ ବର୍ଷ ରାଜଧାନୀ ଦିଲ୍ଲୀ ସମେତ ଏହାର ଆାଖପାଖ ଅଞ୍ଚଳ ତଥା ଏନ୍‍ସିଆର୍‍ ରେ ବାଣ ବିକ୍ରି, ଗଚ୍ଛିତ ରଖିବା, ଫୁଟାଇବା ଓ ପରିବହନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ (Crackers Ban in Delhi) ଜାରି କରିଛନ୍ତି ସରକାର । ସବୁଜ ଫୋଟକା ସମେତ ସମସ୍ତ ପ୍ରକାର ବାଣ ଉପରେ ସରକାର ଏହି ଆଦେଶ କାର୍ଯ୍ୟକାରୀ କରିଛନ୍ତି। ଏହାଦ୍ୱାରା ଦିଲ୍ଲୀରେ କୌଣସି ପ୍ରକାର ବାଣ ଦୋକାନ ଖେଲିବ ନାହିଁ କି କାରବାର ହେବନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଦିଲ୍ଲୀ ପୋଲିସକୁ ଏନେଇ ଆବଶ୍ୟକ ଆଦେଶ ପ୍ରଦାନ କରାଯିବ ବୋଲି ରାଜ୍ୟ ପ୍ରଦୂଷଣ ମନ୍ତ୍ରୀ (Delhi Environment Minister Gopal Rai) ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ (Delhi) ଫିକା ପଡ଼ିବ ଆଲୋକର ପର୍ବ ଦୀପାବଳି  । ଦୀପାବଳିରେ ଦିଲ୍ଲୀ ସମେତ ଏହାର ଆଖପାଖ ଅଞ୍ଚଳରେ ବାଣ ତିଆରି, ବିକ୍ରି, ଗଚ୍ଛିତ ରଖିବା ସହ ଫୁଟାଇବାକୁ ନିଷିଦ୍ଧ କରାଯାଇଛି । ଆଗକୁ ଶୀତ ଋତୁ ଆସୁଥିବାରୁ ପରିବେଶ ପ୍ରଦୂଷଣ (Pollution) ରୋକିବା ନେଇ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରିବେଶ ମନ୍ତ୍ରୀ ଗୋପାଳ ରାୟ । ସହର ସାରା ଏହି କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ନେଇ ଦିଲ୍ଲୀ ପୋଲିସକୁ (Delhi Police) ନିର୍ଦ୍ଦେଶ ଦିଆଯିବ। ବିଗତ ତିନି ବର୍ଷ ହେବ ଦିଲ୍ଲୀରେ ବାଣ ଉପରେ କଟକଣା ଲାଗି ଆସୁଛି। ଗତ ୫ରୁ ୬ ବର୍ଷ ହେବ ଦିଲ୍ଲୀରେ ବାୟୁ ମାନରେ ଉନ୍ନତି ଘଟିଥିଲେ ମଧ୍ୟ ଏହାକୁ ଆହୁରି ଉନ୍ନତ କରିବା ନେଇ ଆବଶ୍ୟକ ରହିଛି । ତେଣୁ ପ୍ରଦୂଷଣ ରୋକିବା ନେଇ ଚଳିତ ବର୍ଷ ବାଣ ଉପରେ କଟକଣା ଲଗାଯାଇଥିବା ରାଜ୍ୟ ପ୍ରଦୂଷଣ ମନ୍ତ୍ରୀ ସୂଚନା ଦେଇଛନ୍ତି । ସେପେଟେ ଏନ୍‌ସିଆର ରାଜ୍ୟ ଗୁଡ଼ିକ ବାଣ ଲାଇସେନ୍ସ (Cracker Licence) ଦେବାରୁ ନିବୃତ୍ତ ରହିବା ନେଇ ସେ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ଏଥର ଦିଲ୍ଲୀବାସୀ କେବଳ ଦୀପ ଜାଳି ଦୀପାବଳି ପାଳନ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

Also Read-Morocco Earthquake: ମରକ୍କୋରେ ଛାତି ଥରା ଭୂମିକମ୍ପ, ୩ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ପ୍ରକାଶ ଥାଉ କି, ଗତ ବର୍ଷ ଦୀପାବଳିରେ (Diwali 2023) ବାଣ ଫୁଟାଇଲେ ୬ ମାସ ଜେଲ ସହ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସରକାରଙ୍କ (Delhi Government) ପକ୍ଷରୁ ଘୋଷଣା କରାଯାଇଥିଲା । ସେହିପରି ବାଣ ବିକ୍ରି ଓ ଗଚ୍ଛିତ କରି ରଖିବା ପାଇଁ ବିସ୍ଫୋରକ ଆଇନର ଧାରା ୯ (ବି) ଅନୁଯାୟୀ ୩ ବର୍ଷ ଜେଲଦଣ୍ତ ସହ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।