Drishti IAS Sealed : ଲୋକପ୍ରିୟ ଦୃଷ୍ଟି IAS କୋଚିଂ ସେଣ୍ଟରରେ ପଡ଼ିଲା ତାଲା
Advertisement
Article Detail0/zeeodisha/odisha2359124

Drishti IAS Sealed : ଲୋକପ୍ରିୟ ଦୃଷ୍ଟି IAS କୋଚିଂ ସେଣ୍ଟରରେ ପଡ଼ିଲା ତାଲା

Drishti IAS Sealed : ରାଜେନ୍ଦ୍ର ନଗରସ୍ଥିତ ରାଓ ଆଇଏସଏସ ଷ୍ଟଡି ସର୍କଲ ଦୁର୍ଘଟଣା ପରେ ଅଧିକାଂଶ କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଲୋକପ୍ରିୟ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରକୁ ମଧ୍ୟ ସିଲ୍‌ କରିଦିଆଯାଇଛି।

ias student

Drishti IAS Sealed : ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ରାଓ ଆଇଏସଏସ ଷ୍ଟଡି ସର୍କଲ ବେସମେଣ୍ଟରେ ପାଣି ପଶିବା ଯୋଗୁଁ ତିନି ଛାତ୍ରଙ୍କ ମୃତ୍ୟୁ ପରେ ଦିଲ୍ଲୀ ନଗର ନିଗମ ଅଧିକାଂଶ କୋଚିଂ ସେଣ୍ଟର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 

ନେହେରୁ ବିହାର ବର୍ଦ୍ଧମାନ ମଲ୍‌ର ବେସମେଣ୍ଟରେ ଚାଲିଥିବା ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରକୁ ସିଲ୍‌ କରିଦିଆଯାଇଛି  । ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି କୋଚିଂ ସେଣ୍ଟର ଲୋକପ୍ରିୟ ଅଟେ  । ଆଇଏଏସ ସେବାରୁ ସ୍ବେଚ୍ଛାକୃତ ଅବସର ନେବାପରେ ଦିଲ୍ଲୀରେ ଆଇଏଏସ ଆଶାୟୀଙ୍କ ପାଇଁ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ଖୋଲିଛନ୍ତି ବିକାଶ ଦିବ୍ୟକିର୍ତ୍ତୀ ।

ଏହା ପୂର୍ବରୁ ରବିବାର ଦିନ ପାଖାପାଖି ୧୩ଟି କୋଚିଂ ସେଣ୍ଟର ସିଲ୍‌ କରାଯାଇଥିଲା  । ଏଥିରେ ଆଇଏଏସ ଗୁରୁକୂଳ, ଚହଲ ଏକାଡେମୀ, ପ୍ଲୁଟସ ଏକାଡେମୀ, ସାଇ ଟ୍ରେଡିଂ, ଆଇଏଏସ ସେତୁ, ଟପର୍ସ ଏକାଡେମୀ, ଦୈନିକ ସମ୍ବାଦ, ସିଭିଲ୍ସ ଡେଲି ଆଇଏଏସ, କ୍ୟାରିଅର ପାୱାର, ୯୯ ନୋଟସ, ବିଦ୍ୟା ଗୁରୁ, ଗାଇଡାନ୍ସ ଆଇଏଏସ ଓ ଇଜି ଫର ଆଇଏଏସ ସାମିଲ ଅଛି  ।

ଏହି ସମସ୍ତ କୋଚିଂ ସେଣ୍ଟର ନିୟମର ଉଲଙ୍ଘନ କରିଥିବାରୁ ଦିଲ୍ଲୀ ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛି । ଗତ ବର୍ଷ ଦିଲ୍ଲୀ ମହାନଗର ନିଗମ ମୁଖାର୍ଜୀ ନଗରରେ ଥିବା ଏକ କୋଚିଂ ସେଣ୍ଟରରେ ଭୀଷଣ ଅଗ୍ନିକାଣ୍ଡ ପରେ ଏପରି କୋଚିଂ ସେଣ୍ଟର ପାଇଁ ସର୍ଭେ କରାଯାଇଥିଲା । ରାଓ ଆଇଏଏସ ଷ୍ଟଡି ସର୍କଲର ବେସମେଣ୍ଟରେ ପାଣି ପଶିବା କାରଣରୁ ତିନି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ସେଠାରେ ପିଲାଙ୍କ ପାଇଁ ଲାଇବ୍ରେରୀର ବ୍ୟବସ୍ଥା କରାଯାଇଥିଲା  ।