ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ୫ଟି ରାଜ୍ୟକୁ ଚିଠି ଲେଖିଲା ନିର୍ବାଚନ ଆୟୋଗ, ଦେଲା ଏହି ବଡ଼ ନିର୍ଦ୍ଦେଶ
Advertisement

ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ୫ଟି ରାଜ୍ୟକୁ ଚିଠି ଲେଖିଲା ନିର୍ବାଚନ ଆୟୋଗ, ଦେଲା ଏହି ବଡ଼ ନିର୍ଦ୍ଦେଶ

କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଚିନ୍ତା ମଧ୍ୟରେ ଆଶ୍ୱସ୍ତିକର ଖବର ଆସିବା ପରେ ନିର୍ବାଚନ ଆୟୋଗର ଏହି ଚିଠିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆର ସଚିବମାନଙ୍କୁ ଆୟୋଗ ଏକ ଚିଠି ଲେଖିଛି ।

ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ୫ଟି ରାଜ୍ୟକୁ ଚିଠି ଲେଖିଲା ନିର୍ବାଚନ ଆୟୋଗ, ଦେଲା ଏହି ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏଥିପାଇଁ ପ୍ରସ୍ତୁତି ଜୋରସରରେ ଚାଲିଛି । କିନ୍ତୁ ଦେଶରେ କୋରୋନା ମାମଲା (COVID19 Cases) ଲଗାତର ବଢ଼ିବା ଓ ଓମିକ୍ରନ ଭାରିଆଣ୍ଟ (Omicron Variant) କୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ କ୍ରମାଗତ ସ୍ଥିତି ଉପରେ ନଜର ରଖିଛି । ଏହି କ୍ରମରେ ନିର୍ବାଚନ ଆୟୋଗ (Election Commission of India) ତରଫରୁ ବିଧାନସଭା ନିର୍ବାଚନ ପାଇଁ ୫ଟି ରାଜ୍ୟକୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି । କୋରୋନା ଟିକାକରଣ (Corona Vaccination) ର ଗତି ତ୍ୱରାନ୍ୱିତ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ (ECI) ସମସ୍ତ ନିର୍ବାଚନ ରାଜ୍ୟକୁ ଏକ ଚିଠି ଲେଖିଛି ।

କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ଚିନ୍ତା ମଧ୍ୟରେ ଆଶ୍ୱସ୍ତିକର ଖବର ଆସିବା ପରେ ନିର୍ବାଚନ ଆୟୋଗ ((Election Commission) ର ଏହି ଚିଠିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆର ସଚିବମାନଙ୍କୁ ଆୟୋଗ ଏକ ଚିଠି ଲେଖିଛି ।

କୋରୋନା ଟିକାର ପ୍ରଥମ ଡୋଜ୍ ଓ ଦ୍ୱିତୀୟ ଡୋଜର ଗତି ବଢ଼ାଇବାକୁ ଅପିଲ କରାଯାଇଛି । ସେହିପରି ଆୟୋଗ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ଯେ କୋରୋନା ଟିକାକରଣର ପ୍ରଥମ ଡୋଜର ପ୍ରତିଶତ ଅଧିକ ହେବା ଆବଶ୍ୟକ ଓ ଦ୍ୱିତୀୟ ଡୋଜର ପ୍ରତିଶତ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି କରାଯିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-କିଏ ଜିତିବେ ଉତ୍ତରାଖଣ୍ଡ, ବିଜେପି ନା କଂଗ୍ରେସ, ନା ଖେଳ ବିଗାଡ଼ିବ ଆପ୍? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ସର୍ଭେ

ଏହା ବି ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୩୩ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

ସୂଚନାଯୋଗ୍ୟ, ବିଶେଷକରି ମଣିପୁରରେ କୋରୋନା ଟିକାକରଣର ପ୍ରଥମ ଡୋଜର ପ୍ରତିଶତ ବହୁତ କମ୍ ରହିଛି, ଯାହାକୁ ନେଇ  ନିର୍ବାଚନ ଆୟୋଗ ଅତ୍ୟନ୍ତ ଚିନ୍ତିତ, ସେଥିପାଇଁ ଏହି ଚିଠିକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।