Farmers protest: ଚର୍ଚ୍ଚାରେ ପୋଷ୍ଟର ବୟ ରାକେଶ ଟିକେତ୍, ସରକାରଙ୍କୁ ଦେଲେ ନୂଆ ଧମକ
Advertisement
Article Detail0/zeeodisha/odisha847346

Farmers protest: ଚର୍ଚ୍ଚାରେ ପୋଷ୍ଟର ବୟ ରାକେଶ ଟିକେତ୍, ସରକାରଙ୍କୁ ଦେଲେ ନୂଆ ଧମକ

ଟିକେତ୍ କହିଛନ୍ତି ଯେ ସେମାନଙ୍କୁ ରୋକିବା ପାଇଁ ସରକାର ରାସ୍ତାରେ କଣ୍ଟା ବିଛାଇଛନ୍ତି । ତେବେ ସରକାର ଯଦି ତାଙ୍କ ରାସ୍ତାରୁ କଣ୍ଟା ନହଟାନ୍ତି ତେବେ ସେମାନେ ସେଠାରୁ ଫେରିବେ ନାହିଁ । 

Farmers protest: ଚର୍ଚ୍ଚାରେ ପୋଷ୍ଟର ବୟ ରାକେଶ ଟିକେତ୍, ସରକାରଙ୍କୁ ଦେଲେ ନୂଆ ଧମକ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରିବାକୁ ଯାଇ ପାଖାପାଖି ଏହାରି ମଧ୍ୟରେ ତିନି ମାସ ବିତିଗଲାଣି । ଦିଲ୍ଲୀର ଗାଜିପୁର ସୀମା ବିରୋଧରେ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଭାରତୀୟ କୃଷକ ସଂଘର ନେତା ରାକେଶ ଟିକେତ ପୁଣି ଥରେ ସରକାରଙ୍କୁ ଧମକ ଦେଇଛନ୍ତି। ଟିକେତ୍ କହିଛନ୍ତି ଯେ ସେମାନଙ୍କୁ ରୋକିବା ପାଇଁ ସରକାର ରାସ୍ତାରେ କଣ୍ଟା ବିଛାଇଛନ୍ତି । ତେବେ ସରକାର ଯଦି ତାଙ୍କ ରାସ୍ତାରୁ କଣ୍ଟା ନହଟାନ୍ତି ତେବେ ସେମାନେ ସେଠାରୁ ଫେରିବେ ନାହିଁ । 

କୃଷକ ନେତା ରାକେଶ ଟିକେତ୍ ( Bku Leader Rakesh Tikait) କହିଛନ୍ତି ଯେ, ଯଦି ଆରଏସଏସ (RSS) ର ସମର୍ଥକ ମାନେ ଯଦି ଲାଠି ଧରି ଯାଆନ୍ତି ତେବେ ଆମ ସମର୍ଥକ ମାନେ ବି ଲାଠି ଧରି ହିଁ ଯିବେ । ଯେବେ ଯାଏଁ ସରକାର ନିଜର ଆରଏସଏସ (RSS) କାର୍ଯ୍ୟକର୍ତ୍ତାଙ୍କୁ ନଅଟକାଇଛନ୍ତି, ସେବେ ଯାଏଁ ଆମର ସମର୍ଥକ ଓ କାର୍ଯ୍ୟକର୍ତ୍ତା ବି ଠିକ୍ ସେମିତି ଲାଠି ଧରି ଆଗକୁ ବଢିବଢି ଚାଲିବେ । ସେ ଏକଥା ବି ନିଜ ସମର୍ଥକଙ୍କୁ କହିଛନ୍ତି ଯେ, ସରକାର (Central Government) କିଛି ବି ଖବର ପ୍ରଚାର ପ୍ରସାର କରିବେ ସେଥିପାଇଁ ଏସବୁରୁ ନିବୃତ୍ତ ରହିବାକୁ ସେ କହିଛନ୍ତି ।

Also Read: ଦିଲ୍ଲୀ Rinku Sharma ହତ୍ୟା ମାମଲାରେ ଢାବା ମାଲିକ ଖୋଲିଲେ ନୂଆ ତଥ୍ୟ

କୃଷକ ନେତା ରାକେଶ ଟିକେତ୍ (Bku Leader Rakesh Tikait)ଏ ଧମକ ଦେଇଛନ୍ତି ଯେ, ଆନ୍ଦୋଳନ ସେବେ ଯାଏ ଜାରି ରହିବ ଯେବେ ଯାଏ ସରକାର ଏହି କୃଷି ଆଇନ (Agricultural Law) କୁ ଫେରାଇ ନନେଇଛନ୍ତି । ସୂଚନାନୁଯାୟୀ, ଆନ୍ଦୋଳନର ପ୍ରାରମ୍ଭରୁ ହିଁ ଦିଲ୍ଲୀର ପ୍ରମୁଖ ସ୍ଥାନ ସିଂଘୁ ସୀମା (Singu Border) ହିଁ ରହିଛି । ମାତ୍ର ୨୬ ଜାନୁଆରୀ ହିଂସା ପରେ ପ୍ରଦର୍ଶନକାରୀ ନିଜ ରାଲିକୁ ଓ ପ୍ରଦର୍ଶନକୁ ଗାଜିପୁର ସୀମା(Ghazipur Border)ପର୍ଯ୍ୟନ୍ତ ଆଣିଥିଲେ । ସେ ଏକଥା କହିଛନ୍ତି ଯେ, ସରକାର ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଛନ୍ତି ।

Also Read: Tamil Nadu ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ଅନେକଙ୍କ ମୃତ୍ୟୁ

ରାକେଶ ଟିକେତଙ୍କ ବୟାନ ପରେ ଆନ୍ଦୋଳନର ସମ୍ପୂର୍ଣ୍ଣ ଧ୍ୟାନ ଗାଜିପୁର ସୀମାକୁ ଚାଲିଗଲା । ବିଭିନ୍ନ ଦଳର ନେତା ଗାଜିପୁର ସୀମାରେ ପହଞ୍ଚି ଟିକେତଙ୍କ ସମର୍ଥନ ଦେଉଥିବା ନଜିର ମଧ୍ୟ ରହିଛି । ଏଥିସହ ମୋଦି ସରକାରଙ୍କ (Modi Government) ଉପରେ କ୍ରୋଧରେ ସମସ୍ତ ବିରୋଧୀ ମଧ୍ୟ ଗାଜିପୁର ସୀମାରେ ପହଞ୍ଚି ଟିକେତକୁ ଉତ୍ସାହିତ କରୁଛନ୍ତି । ଏହି ଆନ୍ଦୋଳନର ନୂତନ 'ପୋଷ୍ଟର ବୟ' (Poster Boy) ହୋଇଥିବା ରାକେଶ ଟିକେତ୍ ବର୍ତ୍ତମାନ ସରକାରଙ୍କୁ ପ୍ରତିଦିନ ନୂଆ ଧମକ ଦେଇ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ, କୃଷକ ନେତା ରାକେଶ ଟିକେତ୍ (Rakesh Tikait) ସମ୍ପତ୍ତି ଉପରେ କ୍ରମାଗତ ଭାବରେ ପ୍ରଶ୍ନ ଉଠିଛି । ସୂଚନାନୁସାରେ, ତାଙ୍କର ୧୩ ଟି ରାଜ୍ୟରେ ପ୍ରାୟ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି। ଏଥିମଧ୍ୟରେ ଶୋ ରୁମ୍, ପେଟ୍ରୋଲ୍ ପମ୍ପ (Petrol Pump), କାରଖାନା ଏବଂ ଶହ ଶହ ହେକ୍ଟର ଜମି ରହିଛି ।