କଙ୍ଗନାଙ୍କ କନଭୟକୁ ଅଟକାଇଲେ କୃଷକ, କ୍ଷମା ମାଗିବା ପରେ ଅଭିନେତ୍ରୀଙ୍କୁ ଯିବାକୁ ଦେଲେ
ଅଭିନେତ୍ରୀଙ୍କ ସୁରକ୍ଷା ସହ ଜଡିତ ସୈନିକମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଛି ଓ ଶେଷରେ ଯେତେବେଳେ କଙ୍ଗନା ଚାଷୀଙ୍କ ନିକଟରେ କ୍ଷମା ମାଗିଲେ, କୃଷକମାନେ ତାଙ୍କୁ ଛାଡିଦେଲେ । କଙ୍ଗନା ରାଣାୱତ ଫିଲ୍ମର ସୁଟିଂ ପାଇଁ ଚଣ୍ଡିଗଡ଼କୁ ଯାଉଥିଲେ ।
ଚଣ୍ଡିଗଡ଼: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ (Kangana Ranaut) କନଭୟକୁ ପଞ୍ଜାବରେ ଘେରାଉ କରାଯାଇଛି । ସୂଚନାନୁସାରେ, ବିକ୍ଷୋଭକାରୀ କୃଷକମାନେ (Farmers) କଙ୍ଗନାଙ୍କ କନଭୟକୁ ଅଟକାଇ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ । କୃଷି ଆଇନ (Farms Laws) ପ୍ରତ୍ୟାବର୍ତ୍ତନ ପାଇଁ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧରେ ଅଭିନେତ୍ରୀ ଏକ ବୟାନ ଦେଇଥିଲେ । ଯାହାକୁ ନେଇ ପଞ୍ଜାବର କୃଷକମାନେ ତାଙ୍କ ଉପରେ ଅତ୍ୟଧିକ ରାଗିଛନ୍ତି ।
କଙ୍ଗନାଙ୍କ ବୟାନକୁ ନେଇ ରାଗିଛନ୍ତି କୃଷକ
କଙ୍ଗନା କନଭୟ ଅଟକାଇବା ହେବା କାରଣରୁ ଚଣ୍ଡିଗଡ଼-ଉନ୍ନା ରାଜପଥରେ ଏକ ଲମ୍ବା ଜାମ ଲାଗି ରହିଥିଲା । କୃଷକମାନେ କହିଛନ୍ତି ଯେ କଙ୍ଗନା କୃଷକମାନଙ୍କୁ ଖାଲିସ୍ତାନୀ ଆତଙ୍କବାଦୀ ବୋଲି କହିଛନ୍ତି । କର୍ତାରପୁର ସାହିବର ବଙ୍ଗା ସାହେବ ନିକଟରେ ଅଭିନେତ୍ରୀଙ୍କ କନଭୟକୁ ଅଟକାଯାଇଥିଲା ।
ଅଭିନେତ୍ରୀଙ୍କ ସୁରକ୍ଷା ସହ ଜଡିତ ସୈନିକମାନଙ୍କୁ ବହୁ ସଂଘର୍ଷ କରିବାକୁ ପଡିଛି ଏବଂ ଶେଷରେ ଯେତେବେଳେ କଙ୍ଗନା ଚାଷୀଙ୍କ ନିକଟରେ କ୍ଷମା ମାଗିଲେ, କୃଷକମାନେ ତାଙ୍କୁ ଛାଡି ଦେଇଥିଲେ । କଙ୍ଗନା ରାଣାୱତ ଫିଲ୍ମର ସୁଟିଂ ପାଇଁ ଚଣ୍ଡିଗଡ଼କୁ ଯାଉଥିଲେ ।
ଲିଞ୍ଚିଂକୁ ନେଇ ଭୟ କରିଥିଲେ ଅଭିନେତ୍ରୀ
ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏହି ଘଟଣା ସମ୍ପର୍କରେ କଙ୍ଗନା କହିଛନ୍ତି ଯେ ବିରୋଧକାରୀମାନେ ତାଙ୍କ କାରକୁ ଘେରି ରହିଥିଲେ, ଯେଉଁଥିପାଇଁ ସେ ଦୀର୍ଘ ସମୟ ଧରି ଜାମରେ ରହିଥିଲେ । କଙ୍ଗନା କହିଛନ୍ତି ଯେ ହିମାଚଳ ଛାଡିବା ପରେ ମୁଁ ପଞ୍ଜାବରେ ପ୍ରବେଶ କରିବା ମାତ୍ରେ ବିକ୍ଷୋଭକାରୀ ମୋତେ ଘେରି ରହିଥିଲେ ଏବଂ ନିଜକୁ କୃଷକ ବୋଲି କହୁଥିବା ଲୋକମାନେ ମୋତେ ଦୁର୍ବ୍ୟବହାର କରିବା ସହ ଧମକ ଦେବା ଆରମ୍ଭ କରିଥିଲେ ।
ସେ ଏହା ମଧ୍ୟ କହିଛନ୍ତି ଯଦି ମୋ ସହ କୌଣସି ସୁରକ୍ଷାକର୍ମୀ ନ ଥାନ୍ତା ତେବେ କ'ଣ ହୋଇଥାନ୍ତା । କଙ୍ଗନା କହିଛନ୍ତି ଯେ ଏତେ ସଂଖ୍ୟକ ପୋଲିସ ରହିବା ପରେ ମଧ୍ୟ ମୋତେ ଯିବାକୁ ଅନୁମତି ଦିଆଯାଇନଥିଲା । ସେ କହିଛନ୍ତି ଯେ ବିକ୍ଷୋଭକାରୀମାନେ ମୋତେ ଘେରି ରହିଥିଲେ ଏବଂ ଯଦି ପୋଲିସ ସେଠାରେ ନଥାନ୍ତେ, ତେବେ ମୋ ସହ ଲିଞ୍ଚିଂ ହୋଇଥାନ୍ତା । ଅଭିନେତ୍ରୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ସେ ବର୍ତ୍ତମାନ ନିରାପଦରେ ଚାଲିଯାଇଛନ୍ତି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଞ୍ଜାବ ପୋଲିସ ସମେତ ତାଙ୍କ ସୁରକ୍ଷା ସହିତ ଜଡ଼ିତ CRPF କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ବି ପଢ଼ନ୍ତୁ: IND vs NZ, 2nd Test, Day 1: ମୟଙ୍କ ଅଗ୍ରୱାଲ ଶତକ ବଳରେ ମଜବୁତ ସ୍ଥିତିରେ ପହଞ୍ଚିଲା ଟିମ୍ ଇଣ୍ଡିଆ
ଏହା ବି ପଢ଼ନ୍ତୁ: Cyclone Jawad Update: 10 ଟି ବିନ୍ଦୁରେ ଜାଣନ୍ତୁ ବାତ୍ୟା ଜୱାଦର ବର୍ତ୍ତମାନର ଅପଡେଟ୍