Cyclone Jawad Update: 10 ଟି ବିନ୍ଦୁରେ ଜାଣନ୍ତୁ ବାତ୍ୟା ଜୱାଦର ବର୍ତ୍ତମାନର ଅପଡେଟ୍
Advertisement
Article Detail0/zeeodisha/odisha1039883

Cyclone Jawad Update: 10 ଟି ବିନ୍ଦୁରେ ଜାଣନ୍ତୁ ବାତ୍ୟା ଜୱାଦର ବର୍ତ୍ତମାନର ଅପଡେଟ୍

ଓଡ଼ିଶା, ଆନ୍ଦ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ବାତ୍ୟା ଜୱାଦ ଯୋଗୁଁ ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ମୁକାବିଲା କରିବାକୁ IMD ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ NDRF ଡ଼ିଜି ସତ୍ୟ ନାରାୟଣ ପ୍ରଧାନ ଏକ ପ୍ରେସ ବାର୍ତ୍ତା ଜାରି କରିଛନ୍ତି । 

ପ୍ରତୀକାତ୍ମକ ଛବି

ଭୁବନେଶ୍ୱର: Cyclone Jawad Update; ବଙ୍ଗୋପସାଗରରେ (Bay of Bengal) ସୃଷ୍ଟି ହୋଇଥିବା ଅବପାତ ଜୱାଦ ଆଜି ତୀବ୍ର ଅବପାତର ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ ଆସନ୍ତା 5 ତାରିଖ ଅପରାହ୍ନରେ ପୁରୀ ଜିଲ୍ଲାରେ (Puri Cyclone) ସ୍ଥଳଭାଗ ଛୁଇଁବ (Cyclone, landfall) ବାତ୍ୟା ଜୱାଦ । ଆମ ରାଜ୍ୟର ପୁରୀ, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲା ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବ ଓ ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 60-80 କିମି ରହିବ । ସବୁଦିନ ସମୁଦ୍ରରେ ହାରାହାରି 4 ମିଟର ଜୁଆର ଉଠୁଥିବାବେଳେ ବାତ୍ୟା ଯୋଗୁଁ ଏହା 5 ମିଟରକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଓ ଆଜି ଅମାବାସ୍ୟା ତିଥି ହୋଇଥିବାରୁ ଜୁଆରର ଉଚ୍ଚତା ଟିକେ ଅଧିକ ରହିବ ।

ଓଡ଼ିଶା, ଆନ୍ଦ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ବାତ୍ୟା ଜୱାଦ ଯୋଗୁଁ ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ମୁକାବିଲା କରିବାକୁ IMD ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଓ NDRF ଡ଼ିଜି ସତ୍ୟ ନାରାୟଣ ପ୍ରଧାନ ଏକ ପ୍ରେସ ବାର୍ତ୍ତା ଜାରି କରିଛନ୍ତି । ଅନ୍ୟପକ୍ଷରେ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ସରକାରୀ କର୍ମଚାରୀଙ୍କର ଛୁଟି ବାତିଲ କରି ତୁରନ୍ତ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ନିବେଦନ କରିଛନ୍ତି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଦୁଇଦିନ ପାଇଁ ପାନୀୟ ଜଳ ସାଇତି ରଖିବାକୁ ମଧ୍ୟ ପରମର୍ଶ ଦିଆଯାଇଛି ।

Cyclone Jawad Update:

>> ବାତ୍ୟା ଜୱାଦ 5 ତାରିଖ ମାଧ୍ୟାଣ୍ଣରେ ଉପକୂଳ ଛୁଇଁବ
>> ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ରହିବ ବାତ୍ୟାର ପ୍ରଭାବ
>> 5 ତାରିଖ ଅପରାହ୍ନରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ ବାତ୍ୟା ଜୱାଦ 
>> ବର୍ତ୍ତମାନ ଏହା ଘଣ୍ଟା ପ୍ରତି 32 କିମି ବେଗରେ ସ୍ଥଳଭାଗ ଆଡକୁ ମୁହାଉଁଛି
>> ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ାରେ ପବନର ବେଗ ସର୍ବାଧିକ 60-80 କିମି ରହିବ
>> ଅଧିକ ଦିଗ ବଦଳାଇଲେ ବାତ୍ୟା ସ୍ଥଳଭାଗ ଛୁଇଁ ନ ପାରେ
>> ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବ ଜୱାଦ
>> ଏହି ବାତ୍ୟା 'ଗୁଲାବ'ଭଳି ଅଧିକ ପ୍ରଭାବଶାଳୀ ହେବ ନାହିଁ
>> ବାତ୍ୟାର ମୁକାବିଲା ପାଇଁ 3 ଟି ରାଜ୍ୟରେ 46 ଟି NDRF ଟିମ୍ ମୁତୟନ ହୋଇଛି 
>> ପରିସ୍ଥିତିକୁ ସମ୍ନା କରିବାକୁ 8 ଟି NDRF ଟିମ୍ ରିଜର୍ଭ ଅଛନ୍ତି 
>> ସ୍ୱତନ୍ତ୍ର ରିଲିଫ କମିଶନର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି
>> ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରାଯାଇଛି 
>> ଓଡ଼ିଶା, ଆନ୍ଦ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ବାତ୍ୟା ପ୍ରଭାବିତ ହେବାର ସମ୍ଭାବନା

ଏହା ବି ପଢ଼ନ୍ତୁ: ପୁରୀ ଆଡକୁ ମାଡ଼ିଆସୁଛି ବାତ୍ୟା ଜୱାଦ!

ଏହା ବି ପଢ଼ନ୍ତୁ: ପୁରୁଷ ମାନଙ୍କର ଷ୍ଟାମିନା ବଢ଼ାଇବାର ରାମବାଣ, ଏହି ଜିନିଷ ଖାଇଲେ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ