IND vs NZ, 2nd Test, Day 1: ମୟଙ୍କ ଅଗ୍ରୱାଲ ଶତକ ବଳରେ ମଜବୁତ ସ୍ଥିତିରେ ପହଞ୍ଚିଲା ଟିମ୍ ଇଣ୍ଡିଆ
Advertisement
Article Detail0/zeeodisha/odisha1040032

IND vs NZ, 2nd Test, Day 1: ମୟଙ୍କ ଅଗ୍ରୱାଲ ଶତକ ବଳରେ ମଜବୁତ ସ୍ଥିତିରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ କାନପୁରରେ ଖେଳାଯାଇଥିଲା ଯାହାର ଫଳାଫଳ ଡ୍ର ହୋଇଥିଲା । ବର୍ତ୍ତମାନ ମୁମ୍ବାଇରେ ହେବାକୁ ଥିବା ମ୍ୟାଚରେ ଉଭୟ ଦଳ ଜିତିବାକୁ ଚାହୁଁଛନ୍ତି ।

IND vs NZ, 2nd Test, Day 1: ମୟଙ୍କ ଅଗ୍ରୱାଲ ଶତକ ବଳରେ ମଜବୁତ ସ୍ଥିତିରେ ପହଞ୍ଚିଲା ଟିମ୍ ଇଣ୍ଡିଆ

IND vs NZ, 2nd Test, Day 1: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ (India Vs New Zealand) ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହୋଇଛି । ଯାହା ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ପ୍ରଥମ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା 4 ୱିକେଟ୍ ହରାଇ ଭାରତର 221 ରନ୍ ସ୍କୋର କରିବାରେ ସଫଳ ହୋଇଛି । 

ମୟଙ୍କ ଅଗ୍ରୱାଲ ବର୍ତ୍ତମାନ ପର୍ଯ୍ୟନ୍ତ 246 ବଲରେ 120 ରନ୍ ସଂଗ୍ରହ କରି ଅପରାଜିତ ଅଛନ୍ତି ଏବଂ ରିଦ୍ଧିମାନ ସାହା 53 ବଲରେ 25 ରନ୍ ସଂଗ୍ରହ କରି ଅପରାଜିତ ଅଛନ୍ତି । ଏଥିସହ ଏଜାଜ ପଟେଲ ନ୍ୟୁଜିଲାଣ୍ଡ ପାଇଁ 29 ଓଭର ବୋଲିଂ କରି 73 ରନ୍ ଦେଇ 4 ଟି ୱିକେଟ୍ ନେଇଥିଲେ।  ଅଜିଜ୍ ପଟେଲ 10 ଓଭର ମେଡେନ ବୋଲିଂ କରିଛନ୍ତି । ପ୍ରଥମ ଦିନର ଖେଳରେ ଭାରତ ଶୁଭମନ ଗିଲ (44), ଚେତେଶ୍ୱର ପୂଜାରା (0), ଅଧିନାୟକ ବିରାଟ କୋହଲି (0) ଏବଂ ଶ୍ରେୟସ ଆୟର (18) କରି ଆଉଟହୋଇ ଯାଇଥିଲେ ।

ମୟଙ୍କ​ ଅଗ୍ରୱାଲଙ୍କ ଚମତ୍କାର ଶତକ
ଭାରତୀୟ ଓପନର୍ ମୟଙ୍କ ଅଗ୍ରୱାଲ ଏକ ସମ୍ବେଦନଶୀଳ ଇନିଂସ ଖେଳି 196 ବଲରେ ନିଜର ଶତକ ପୂରଣ କରିଥିଲେ । ତାଙ୍କ ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ଏକ ମଜବୁତ ସ୍ଥିତିରେ ପହଞ୍ଚିଛି । ଗୋଟିଏ ପାର୍ଶ୍ୱରୁ ୱିକେଟ୍ ଲଗାତର ଗଡି ପଡୁଥିବାବେଳେ ମୟଙ୍କ ଅନ୍ୟ ପଟେ ଚଟାଣ ପରି ଠିଆ ହୋଇଥିଲେ । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ସେ 246 ବଲରେ 120 ରନ୍ କରି ଅପରାଜିତ ଅଛନ୍ତି । ସେ ଏପର୍ଯ୍ୟନ୍ତ ନିଜ ଇନିଂସରେ 14 ଚୌକା ଓ ଚାରି ଛକା ମାରି ସାରିଛନ୍ତି ।

ଏଜାଜ ପଟେଲଙ୍କ ଆତଙ୍କ
ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ କରିବା ନିଷ୍ପତି ନେବାପରେ ଭାରତ ପାଇଁ ଆତଙ୍କ ସାଜିଥିଲେ ଏଜାଜ ପଟେଲ । ସେ ନିଜ ବୋଲିଂରେ ହଇଚଇ ସୃଷ୍ଟି କରିଥିଲେ । ସେ ପ୍ରଥମ ଦିନର ଚାରିଟି ୱିକେଟ୍ ନେଇଥିଲେ । ଯେଉଁଥିରେ କ୍ୟାପଟେନ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ଭଳି କିମ୍ବଦନ୍ତୀର ନାମ ମଧ୍ୟ ୱିକେଟ୍ ରହିଛି ।

ଏହା ବି ପଢ଼ନ୍ତୁ: Cyclone Jawad Update: 10 ଟି ବିନ୍ଦୁରେ ଜାଣନ୍ତୁ ବାତ୍ୟା ଜୱାଦର ବର୍ତ୍ତମାନର ଅପଡେଟ୍

ଏହା ବି ପଢ଼ନ୍ତୁ: ପୁରୁଷ ମାନଙ୍କର ଷ୍ଟାମିନା ବଢ଼ାଇବାର ରାମବାଣ, ଏହି ଜିନିଷ ଖାଇଲେ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ