Fire in Russia Crimea Bridge: ପ୍ରାୟ ୮ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ୟୁକ୍ରେନ ଯୁଦ୍ଧରେ ଋଷିଆକୁ ଲାଗିଛି ଜୋରଦାର ଝଟକା। ଦେଶର ମୂଳ ଭୂଖଣ୍ଡରୁ କ୍ରିମିୟା ଉପଦ୍ୱୀପକୁ ସଂଯୋଗ କରୁଥିବା ପୋଲରେ ଭୀଷଣ ଅଗ୍ନିକାଣ୍ଡ ହୋଇଥିବାର ଖବର ମିଳିଛି। ଶନିବାର ଋଷିଆ ସରକାରଙ୍କ ସମର୍ଥକ ଗଣମାଧ୍ୟମ ଏହି ରିପୋର୍ଟ ପ୍ରଦାନ କରିଛି। ଏହି ଘଟଣା ଘଟିବାର କିଛି ଘଣ୍ଟା ପୂର୍ବରୁ ପୂର୍ବ ୟୁକ୍ରେନସ୍ଥିତ ଖାର୍କିଭ ସହର ଶକ୍ତିଶାଳୀ ବୋମା ବିସ୍ଫୋରଣରେ କମ୍ପି ଉଠିଥିଲା।


COMMERCIAL BREAK
SCROLL TO CONTINUE READING

ସ୍ଥାନୀୟ ଋଷୀୟ ଅଧିକାରୀ ଓଲେଗ କ୍ରିୟୁଚକୋବଙ୍କ ପକ୍ଷରୁ ଆରଆଇ ନୋଭୋଷ୍ଟି ଏବଂ ତାସ୍ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଇନ୍ଧନ ସଂରକ୍ଷଣ ଟ୍ୟାଙ୍କ ପରି ଏକ ବସ୍ତୁରେ ନିଆଁ ଲାଗି ଥିବାର ଖବର ମିଳିଛି। ଯାହା ପରେ ଦେଶର ମୂଳ ଭୂଖଣ୍ଡକୁ (Main Land of Russia) କ୍ରିମିୟା ଉପଦ୍ୱୀପକୁ (Crimean Peninsula) ଯୋଡୁଥିବା ପୋଲ ଉପରେ ଯାତାୟତ ବନ୍ଦ କରାଯାଇଛି।


Also Read: Russia Ukraine War: ଆକ୍ରମଣରେ ଥରହର ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର


ଏହି ଘଟଣା ସହ ଜଡ଼ିତ ଅନେକ ଫଟୋ ଭିଡ଼ିଓ ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଋଷିଆ-କ୍ରୀମିୟା ପୋଲରେ (Russia Crimea Bridge) ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି। ଯେଉଁ କାରଣରୁ ଏହି ପୋଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସମ୍ଭାବନା ରହିଛି। ଘଟଣା ସହିତ ଜଡିତ ଖବର ଏବଂ ଫଟୋ ଭିଡ଼ିଓ କୁ  ତତ୍କାଳ ନିଶ୍ଚିତ କରା ଯାଇନାହିଁ।


ଏହି ଘଟଣା ଘଟିବା ସମୟରେ ଟ୍ୱିଟ କରିଛି ପ୍ରତିକ୍ରିୟା ରଖିଛି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ (Ukraine Defence Ministry)। ଏନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ କ୍ରୀମିୟା ଅଞ୍ଚଳରେ ଋଷିଆ ଶକ୍ତିର ଦୁଇଟି କୁଖ୍ୟାତ ପ୍ରତୀକ ଦି ଗାଇଡ୍ ମିସାଇଲ୍ କ୍ରୁଜର ମସ୍କୋଭା ଏବଂ କେର୍ଚ ବ୍ରିଜ୍ ଭୁଷୁଡି ପଡିଛି। ଗତ ୨୦୧୪ ବର୍ଷରେ ଋଷିଆ (Russia) ଆନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରି ୟୁକ୍ରେନ (Ukraine) ନିୟନ୍ତ୍ରିତ କ୍ରୀମୀୟା ଉପଦ୍ୱୀପକୁ ଦଖଲ କରି ନେଇଥିଲା। ଋଷିଆ କ୍ରୀମିୟା ଅଧିକୃତ କରାଯିବା ପରେ ଗତ ୨୦୧୮ ବର୍ଷରେ ଦେଶର ମୂଳ ଭୂଖଣ୍ଡ ସହ ଏହି ଉପଦ୍ୱୀପକୁ ଯୋଡ଼ିବା ପାଇଁ ଏକ ପୋଲ ନିର୍ମାଣ କରା ଯାଇଥିଲା। 


ଏହି ପୋଲକୁ ଋଷିଆ ପରିବହନ ନେଟୱାର୍କ ସହିତ ଉପଦ୍ୱୀପକୁ ସଂଯୋଗ କରିବା ପାଇଁ ପରିକଳ୍ପନା କରାଯାଇଥିଲା। ମୋଟ ୧୯ କିଲୋମିଟର ଲମ୍ବା ବ୍ରିଜ୍, କେର୍ଚ୍ ଷ୍ଟ୍ରେଟ୍ ଠାରୁ ଆରମ୍ଭ କରି କ୍ରୀମିୟା ଉପଦ୍ୱୀପକୁ ଋଷିଆ ମୂଳ ଭୂଖଣ୍ଡ ସହ ଯୋଡ଼ିଥାଏ। ଯେଉଁଥିରେ ରେଳ ଏବଂ ସଡ଼କ ପଥେ ଯୋଗେ କରା ଯାଉଥିବା ପରିବହନ ପାଇଁ ବ୍ୟବସ୍ଥା ରହିଛି। ଏହି ପୋଲ ଗତ ୨୦୨୦ ବର୍ଷରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିଲା।


Also Read: ସମୁଦ୍ରରେ ବୁଡ଼ି ଯାଇଛି ଜାହାଜ; ଆଣିପାରେ ଭୟଙ୍କର ବିପଦ


କେତେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଯୁଦ୍ଧ ବେଳେ ୟୁକ୍ରେନ ସେନା ଲାଗି କ୍ରୀମିୟା ପୋଲ ହେଉଛି ଏକ ମୁଖ୍ୟ ଟାର୍ଗେଟ। ଯାହା ଯୁଦ୍ଧ ସମୟରେ ଋଷିଆ ସେନାକୁ ଆନୁଷଙ୍ଗୀକ ସୁବିଧା ସୁଯୋଗ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।