ସମୁଦ୍ରରେ ବୁଡ଼ି ଯାଇଛି ଜାହାଜ ; ଆଣିପାରେ ଭୟଙ୍କର ବିପଦ
Advertisement
Article Detail0/zeeodisha/odisha1157148

ସମୁଦ୍ରରେ ବୁଡ଼ି ଯାଇଛି ଜାହାଜ ; ଆଣିପାରେ ଭୟଙ୍କର ବିପଦ

ଯଦି ଏନେଇ କୌଣସି ପଦପେକ୍ଷ ନିଆ ନ  ଯାଏ ତାହେଲେ ପ୍ରାକୃତିକ  ବିପର୍ଯ୍ୟୟ ଭଳି  ସମ୍ଭାବନାକୁ  ଏଡ଼ାଇ ଦିଆଯାଇ ନ ପାରେ।    

ସମୁଦ୍ରରେ ବୁଡ଼ି ଯାଇଛି  ଜାହାଜ ;  ଆଣିପାରେ ଭୟଙ୍କର ବିପଦ

 ସମୁଦ୍ରରେ ବୁଡ଼ି ଯାଇଛି  ଜାହାଜ।  ଏହି କାରଣରୁ ଆସିପାରେ  ଭୟଙ୍କର ବିପଦ।  ଯାହାକୁ  ନେଇ ହୋଇସାରିଛି  ପୂର୍ବାନୁମାନ।   ଯଦି ଏନେଇ କୌଣସି ପଦପେକ୍ଷ ନିଆ ନ  ଯାଏ ତାହେଲେ ପ୍ରାକୃତିକ  ବିପର୍ଯ୍ୟୟ ଭଳି  ସମ୍ଭାବନାକୁ  ଏଡ଼ାଇ ଦିଆଯାଇ ନ ପାରେ।    

 ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ  ୫୪  ଦିନ  ପୂରଣ  ହୋଇସାରିଛି। ଗତ ଗୁରୁବାର  ୟୁକ୍ରେନ ପକ୍ଷରୁ କରାଯାଇଥିବା କ୍ଷେପଣାସ୍ତ୍ର  ଆକ୍ରମଣରେ ଋଷୀୟ ଯୁଦ୍ଧ  ଜାହାଜ  ମସ୍କୋବା  କୃଷ୍ଣ ସାଗରରେ ବୁଡ଼ି ଯାଇଛି।  ସମୁଦ୍ରରେ ବୁଡ଼ିଯାଇଥିବା ଏହି ଜାହାଜରେ   ପରମାଣୁ ଅସ୍ତ୍ର ରହିଥିବା ସନ୍ଦେହ  କରାଯାଉଛି।!!  ଯୁଦ୍ଧ ବେଳେ ଏଭଳି ଏକ ଚାଞ୍ଚଲ୍ୟକର ଦାବି  କରିଛନ୍ତିୁ ୟୁକ୍ରେନ ବିଶେଷଜ୍ଞ। 

କୃଷ୍ଣ ସାଗରରେ  ଜାହାଜ ବୁଡ଼ି  ଯିବା ପ୍ରସଙ୍ଗରେ  ପ୍ରତିକ୍ରିୟା ରଖି ବ୍ଲାକ  ସି  ଇନଷ୍ଟିଚ୍ୟୁଟ  ଫର୍   ଷ୍ଟ୍ରାଟେଜିକ  ଷ୍ଟଡ଼ିଜ୍  ପ୍ରୋଜେକ୍ଟ  ମ୍ୟାନେଜର  ଏଣ୍ଡ୍ରି କାଇମେଙ୍କୋ  କହିଛନ୍ତି  ମସ୍କୋବା  ଜାହାଜରେ  କ୍ରୁଜ୍  ମିସାଇଲ ଲାଗି  ୨  ପରମାଣୁ  ଅସ୍ତ୍ର  ରହିଥିଲା।  ଏହା ହୁଏତ ଏକ  ଖବର  ହୋଇଥାଇପାରେ  ମାତ୍ର  ବୁଡି  ଯାଇଥିବା ଯୁଦ୍ଧ ଜାହାଜ ପରମାଣୁ  ଅସ୍ତ୍ରଶସ୍ତ୍ର ପରିବହନ କରିବାକୁ  ସକ୍ଷମ।   ଏଭଳି ଅତ୍ୟାଧୁନିକ ଅସ୍ତ୍ର ବର୍ତ୍ତମାନ କୁଆଡେ ଗଲା?  ଯେତେବେଳେ ଗୋଳା ବାରୁଦ  ବିସ୍ଫୋରଣ  ହୋଇଥିଲା  ସେତେବେଳେ ଏହି  ଅସ୍ତ୍ର କେଉଁଠି ଥିଲା?  ଏହାକୁ  କିଏ  ପରିଚାଳନା କରୁଥିଲା?  ଏଭଳି ଘଟଣା ଜାତିସଂଘ  କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଉଥିବା କହିଛନ୍ତି ସେ।  

Also Read: War Against Ukraine : କେତେ କ୍ଷତି ସହିଛି Russia?

ବିଶେଷଜ୍ଞ ଆହୁରି ମଧ୍ୟ କୃଷ୍ଣ  ସାଗର ଉପକୂଳରେ ଅବସ୍ଥିତ ଦେଶ ତୁର୍କୀ,  ରୋମାନିଆ, ବୁଲଗେରିଆ,  ଜର୍ଜିଆ ପ୍ରଭୃତି ଦେଶ ଏହି ଘଟଣା ବାବଦରେ ଖବର ନେବା  ଆବଶ୍ୟକ।  ଗତ ଅପ୍ରେଲ ୧୩  ତାରିଖ  ସନ୍ଧ୍ୟାରେ  ଏହି  ସମୁଦ୍ରରେ  ଏକ ୟୁକ୍ରେନ ଆଣ୍ଟି ସିପ୍  ମିସାଇଲ ନେପ ଚ୍ୟୁନ୍ ,  ଗୋଟିଏ ମିସାଇଲ କ୍ରୁଜର ଯୁଦ୍ଧ ଜାହାଜ ଉପରେ ଆକ୍ରମଣ କରିଥିଲା।  ଏହି ଆକ୍ରମଣରେ ୧୬ କ୍ରୁଜ୍ କ୍ଷେପଣାସ୍ତ୍ର ସହିତ କ୍ରୁଜର ନି ଷ୍କ୍ରିୟ ହୋଇଯାଇ ସମୁଦ୍ରରେ ବୁଡ଼ି ଯାଇଥିଲା।

ଏହାର ପର  ଦିନ ଅର୍ଥାତ ଅପ୍ରେଲ ୧୪  ତାରିଖରେ ଋଷୀୟ  ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ କୃଷ୍ଣ  ସାଗରରେ ଏକ ଯୁଦ୍ଧ ପୋତରେ ନିଆଁ ଲାଗିଯାଇଛି। ହଠାତ୍ ଗୁଳିଗୋଳା ବିସ୍ଫୋରଣ ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ମନ୍ତ୍ରଣାଳୟ କହିଛି।  ଏହା ସହ ଏଥିରେ ଦର୍ଶାଯାଇଛି ଯେ ଏହି ଘଟଣା ବାବଦରେ ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ  ଅବଗତ କରାଯାଇଛି।

ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୪  ଦିନ ପୂରଣ  ହୋଇଯାଇଥିବା ବେଳେ  ଏହି  ଋଷିଆ ଲାଗି କୌଣସି ବଡ଼ ଝଟକା  ଠାରୁ କମ ନୁହେଁ।    କାରଣ ଋଷୀୟ ନୌସେନାର ସ୍ଲାବ୍ କ୍ଲାସ୍ କ୍ରୁଜର ମସ୍କୋବା  କ୍ଷେପଣାସ୍ତ୍ର ଆକ୍ରମଣ କାରଣରୁ   କୃଷ୍ଣ ସାଗରରେ ବୁଡ଼ି ଯାଇଛି।  ଅନ୍ୟପଟେ  ଗତ ୧୪  ତାରିଖରେ  ୟୁକ୍ରେନ ସେନା ପକ୍ଷରୁ ଘୋଷଣା କରାଯାଇଥିଲା ଯେ ସେମାନଙ୍କ ପକ୍ଷରୁ କରାଯାଇଥିବା  କ୍ଷେପଣାସ୍ତ୍ର ଆକ୍ରମଣ କାରଣରୁ  ଋଷୀୟ ଯୁଦ୍ଧ  ଜାହାଜ  ମସ୍କୋବ  ସମୁଦ୍ରରେ ବୁଡି଼ଯାଇଛି।  ଏନେଇ  କୁହାଯାଇଛି ଯେ  ସିବାସ୍ତପୋଲ ଅଭିମୁଖେ ଯାଉଥିବା ବେଳେ  ଏକ  ବିଶାଳକାୟ ଯୁଦ୍ଧପୋତ  ବୁଡ଼ି ଯାଇଛି। ମିସାଇଲ ଆକ୍ରମଣ କାରଣରୁ  ମସ୍କୋବ ବୁଡିଯାଇଥିବା ନେଇ ୟୁକ୍ରେନ ପକ୍ଷରୁ ଦାବି  କରାଯାଉଥିବା ବେଳେ  ଏହାକୁ ଖଣ୍ଡନ  କରିଛି  ଋଷିଆ।  

Also Read: ଋଷୀୟ ଆକ୍ରମଣରେ ଧ୍ୱଂସସ୍ତୁପ ପାଲଟିଛି ୟୁକ୍ରେନ ସହର; ମେୟର ହୋଇଛନ୍ତି ଅପହରଣ

 

 ଏନେଇ ପ୍ରଥମେ  ଋଷୀୟ ନୌ ସେନା ପକ୍ଷରୁ କୁହାଯାଇଥିଲା  ଅଗ୍ନିକାଣ୍ଡ  କାରଣରୁ ଯୁଦ୍ଧ ଜାହାଜ କ୍ଷତିଗ୍ରସ୍ତ ହୋଇଛି।  ଏହା ଉପରେ କୌଣସି  କ୍ଷେପଣାସ୍ତ୍ର ଆକ୍ରମଣ ହୋଇନାହିଁ।  ବନ୍ଦର ଅଭିମୁଖେ ଯାତ୍ରା କରୁଥିବା  ବେଳେ ଗୁରୁବାର ଝଡ଼  ତୋଫାନ କାରଣରୁ  ଜାହାଜ ବୁଡ଼ି ଯାଇଥିଲା।  ଯୁଦ୍ଧ ଜା ହାଜରେ ସାଧାରଣତ ୫୦୦  ନାବିକ ରହିଥାନ୍ତି।   ଜାହାଜ ବୁଡ଼ି ଯିବା ପୂର୍ବରୁ  ସମସ୍ତ ଚାଳକ ଦଳ  ସଦସ୍ୟଙ୍କୁ  ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲ। ଏହା ପରେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା।   ଏହି ଯୁଦ୍ଧ ଜାହାଜ ୧୬ ଦୂରଗାମୀ କ୍ଷେପଣାସ୍ତ୍ର ବହନ କରିବାକୁ ସକ୍ଷମ ଥିଲା। ବିଶେଷଜ୍ଞ  କହିଛନ୍ତି ଯେ ଯୁଦ୍ଧ ଜାହାଜର ବୁଡ଼ିଯିବା ଦ୍ୱାରା କୃଷ୍ଣ  ସାଗରରେ ସାମରିକ ସାମର୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିପାରେ । ଏହା  ସହ ଏହି  ଘଟଣା ୟୁକ୍ରେନ ବିରୋଧି ଯୁଦ୍ଧରେ ଋଷିଆ ସୈନ୍ୟ ବାହିନୀର ପ୍ରତିଷ୍ଠା ଉପରେ  ଏକ ବଡ଼  ଝ ଟକା।  ଯାହାକୁ  ଏକ ପ୍ରମୁଖ  ଐତିହାସିକ ଭୁଲ  ଭାବେ ଦେଖାଯାଉଛି।