Russia Ukraine War: ଆକ୍ରମଣରେ ଥରହର ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର
Advertisement
Article Detail0/zeeodisha/odisha1292752

Russia Ukraine War: ଆକ୍ରମଣରେ ଥରହର ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର

Attack on Nuclear Power Plants: ଜାପୋରିଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଛଅଟି ଚାପଯୁକ୍ତ ଜଳ ରିଆକ୍ଟର ଏବଂ ରେଡିଓଆକ୍ଟିଭ୍ ବର୍ଜ୍ୟବସ୍ତୁ ଗଚ୍ଛିତ ରହିଛି। ମାତ୍ର ଏଠାରେ ହୋଇଥିବା ଆକ୍ରମଣ କାରଣରୁ ହାଇଡ୍ରୋଜେନ୍ ଲିକେଜ୍ ଏବଂ ରେଡିଓଆକ୍ଟିଭ୍ କଣିକା ବିସ୍ତାର ହେବାର ଆଶଙ୍କା ରହିଛି। ଯାହା ନିଆଁ ବ୍ୟାପିଯିବାର ସମ୍ଭାବନା ରହିଛି।

Russia Ukraine War: ଆକ୍ରମଣରେ ଥରହର ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର

Attack on Nuclear Power Plants: ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିଜୟୀ କିଏ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରୁନାହିଁ। ହେଲେ ବର୍ତ୍ତମାନ ଡୋନାବସ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ସୀମାରେ ଆରମ୍ଭ ହୋଇଯାଇଛି ଭୟାନକ ଯୁଦ୍ଧ। ଏଠାରେ ଅବସ୍ଥିତ ଜେପୋରେଝିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଉଭୟ ଦେଶ ପରସ୍ପର ଉପରେ ଗୁଳିମାଡ଼ କରିଥିବା ନେଇ ଅଭିଯୋଗ କରିଛନ୍ତି। ଏହି ଭୟଙ୍କର ଯୁଦ୍ଧ ମଧ୍ୟରେ ୟୁକ୍ରେନ ଠାରୁ ଖାଦ୍ୟ ଶସ୍ୟ ନେଇ ଯାତ୍ରା କରୁଥିବା ଆଉ ତିନୋଟି ଜାହାଜ ମୁକ୍ତ କରାଯାଇଥିଲା।

ଶନିବାର ଋଷୀୟ ରକେଟ ଯୋଗେ କରାଯାଇଥିବା ଗୁଳି ବିନିମୟରେ ଜାପୋରିଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର (Zaporizhia Nuclear Power Plant) ରିଆକ୍ଟର ଏହାର ପାୱାର ଗ୍ରୀଡ ସହ ସମ୍ପର୍କ ହରାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ୟୁକ୍ରେନ ଆଣବିକ ଏଜେନ୍ସି (Ukraine Nuclear Agency) ପକ୍ଷରୁ କୁହାଯାଇଛି ଋଷିଆ ନିୟନ୍ତ୍ରିତ ଏହି ଅଞ୍ଚଳରେ ଥିବା ଏକ ଆଣବିକ ଶକ୍ତି କେନ୍ଦ୍ରର କିଛି ଅଂଶ ଋଷୀୟ ରକେଟ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ଏହା ଦକ୍ଷିଣ ୟୁକ୍ରେନର (Southern Ukraine) ସବୁଠାରୁ ବଡ଼ ଶକ୍ତି ଉତ୍ପାଦନ କେନ୍ଦ୍ର। ହେଲେ ଏହି ଆଣବିକ ଶକ୍ତି କେନ୍ଦ୍ରରେ ହୋଇଥିବା ଆକ୍ରମଣ କାରଣରୁ କୌଣସି ବିକିରଣ ହୋଇନଥିବା ୟୁକ୍ରେନ (Ukraine) ପକ୍ଷରୁ କୁହାଯାଇଛି।

ଏନେଇ ପ୍ରତିକିୟା ରଖି ଏନର୍ହୋଦର (Enerhodar Province of Ukraine) ଗଭର୍ଣ୍ଣର କହିଛନ୍ତି ଯେ ଯୁଦ୍ଧ ବେଳେ ହୋଇଥିବା ଆକ୍ରମଣ ବେଳେ ଜାପୋରିଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଏକ ନାଇଟ୍ରୋଜେନ୍-ଅମ୍ଳଜାନ ୟୁନିଟ୍ ଏବଂ ଏକ ହାଇ ଭୋଲଟେଜ୍ ବିଦ୍ୟୁତ୍ ଲାଇନ ନଷ୍ଟ ହୋଇଯାଇଛି। ଆତଙ୍କବାଦୀ କୌଶଳ ପ୍ରୟୋଗ କରି ଜନବସତି ଋଷୀୟ ସେନା (Russian Army) ରକେଟ୍ ଆକ୍ରମଣ କରିଥିବା ଅଭିଯୋଗ କରିଛି ୟୁକ୍ରେନ। ହେଲେ ଏଠାରେ ମୁତୟନ ହୋଇଥିବା ଋଷୀୟ ସୈନ୍ୟ ଅଧିକାରୀ ଗୁଳିମାଡ଼ ପାଇଁ ୟୁକ୍ରେନକୁ ଦାୟୀ କରିଛନ୍ତି।

ଜାପୋରିଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ଛଅଟି ଚାପଯୁକ୍ତ ଜଳ ରିଆକ୍ଟର ଏବଂ ରେଡିଓଆକ୍ଟିଭ୍ ବର୍ଜ୍ୟବସ୍ତୁ ଗଚ୍ଛିତ ରହିଛି। ମାତ୍ର ଏଠାରେ ହୋଇଥିବା ଆକ୍ରମଣ କାରଣରୁ ହାଇଡ୍ରୋଜେନ୍ ଲିକେଜ୍ ଏବଂ ରେଡିଓଆକ୍ଟିଭ୍ କଣିକା ବିସ୍ତାର ହେବାର ଆଶଙ୍କା ରହିଛି। ଯାହା ନିଆଁ ବ୍ୟାପିଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ସମୟରେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇଥିବାର ସମ୍ଭାବନା ନାହିଁ। ଗତ ମାର୍ଚ୍ଚରେ ଋଷୀୟ ସେନା ଦ୍ୱାରା ଏହି କାରଖାନାକୁ ଦଖଲ କରି ନିଆଯାଇଥିଲା। ଋଷିଆ ଏହାର ଆଖପାଖ ଅଞ୍ଚଳକୁ ମଧ୍ୟ ନିୟନ୍ତ୍ରଣରେ ରଖିଛି। 

ୟୁକ୍ରେନର ଜାପୋରିଜିଆ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଦେଶର ଏନର୍ହୋଦର ପ୍ରଦେଶ ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ନୀପର ନଦୀ (Dnieper River) କୂଳରେ ରହିଛି। ଏଠାରେ ନିଯୁକ୍ତ ହୋଇଥିବା ଋଷୀୟ ଅଧିକାର କହିଛନ୍ତି ଗତ ଶୁକ୍ରବାର ବିଳମ୍ବିତ ରାତିରେ ନୀପର ନଦୀର ବିପରୀତ କୂଳରୁ ୟୁକ୍ରେନ ସୈନ୍ୟ ପ୍ରଥମେ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଆଣବିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ଦୁଇଟି ପାୱାର୍ ଲାଇନ୍ ୟୁକ୍ରେନ ସେନା ଦ୍ୱାରା କରା ଯାଇଥିବା ତୋପ ଆକ୍ରମଣରେ  ଜଳି ଉଠିଥିଲା। ଏହି ଅଗ୍ନିକାଣ୍ଡକୁ ଋଷୀୟ ସେନା ଆୟତ୍ତ କରିଥିଲା। ଏଠାରେ କେତୋଟି ବିଦ୍ୟୁତ୍ ଲାଇନ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Also Read: ସମୁଦ୍ରରେ ବୁଡ଼ି ଯାଇଛି ଜାହାଜ ; ଆଣିପାରେ ଭୟଙ୍କର ବିପଦ

ଋଷିଆ ସମର୍ଥିତ ରେଗ୍ନୁମ୍ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆ କୂଟନୈତିକ ପ୍ରକ୍ରିୟା ମାଧ୍ୟମରେ ସ୍ପଷ୍ଟ କରିଛି ସେ ଋଷିଷକୁ ଯୁଦ୍ଧରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଛି। ଋଷିଆ ସପକ୍ଷରେ ସନ୍ତୁଳନ ରକ୍ଷା କରିବାକୁ ସେ ଏକ ବିରାଟ ଯୁଦ୍ଧ ଶକ୍ତି ଯୋଗାଇବାକୁ ପ୍ରସ୍ତୁତ। ଲୋହାନସ୍କ ଏବଂ ଦୋନେସ୍କ ଅଞ୍ଚଳରେ ମୁତୟନ ହୋଇଥିବା ଋଷିଆ ସମର୍ଥିତ ବିଚ୍ଛିନ୍ନତାବାଦୀ ବାହିନୀରେ ସେମାନଙ୍କୁ ନିୟୋଜିତ କରାଯିବ। ଋଷିଆ ଅଧିକୃତ ଏହି ଅଞ୍ଚଳଙ୍କୁ ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ୍ ସ୍ୱାଧିନ ଦେଶ ଭାବେ ସ୍ୱୀକୃତି ପ୍ରଦାନ କରିଛନ୍ତି। ସୈନ୍ୟ ସହଯୋଗ ବଦଳରେ ଉତ୍ତର କୋରିଆର ଖରାପ ଅର୍ଥନୀତିକୁ ଶକ୍ତି ଏବଂ ଶସ୍ୟ ଯୋଗାଇବ ଋଷିଆ।