Road Accident: ଭୟଙ୍କର ଦୁର୍ଘଟଣା, ୫ ମୃତ , ଏକାଧିକ ଆହତ
Advertisement
Article Detail0/zeeodisha/odisha1854977

Road Accident: ଭୟଙ୍କର ଦୁର୍ଘଟଣା, ୫ ମୃତ , ଏକାଧିକ ଆହତ

Road Accident:  ଭୟଙ୍କର ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର । ମନ୍ଦିର ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇ(Five killed) ଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇଛାନଭିନ୍ ଚଳାଇଛି । 

ସୌଜନ୍ୟ -ସୋସିଆଲ ମିଡି଼ଆ

Road Accident: ଏମିତି ବି ଆସେ ମୃତ୍ୟୁ ।  ଚାହୁଁଚାହୁଁ ଚାଲିଗଲା  ଅକାଳର ୫ ନିରିହ ଜୀବନ (Five killed in Road Accident)।  କେହି କିଛି ଭାବିବା ପୂର୍ବରୁ ଓଲଟପାଲଟ ହୋଇଗଲା ସବୁକିଛି ।  ଭୟଙ୍କର ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର । ମନ୍ଦିର ଫେରିବା ବାଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇ(Five killed) ଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇଛାନଭିନ୍ ଚଳାଇଛି । ବାପାଟାଲା ଜିଲ୍ଲାର ସନ୍ଥମଗୁଲୁରୁ ରେ ଏହି ଅଘଟଣ ଘଟିଛି । 

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଏକ ପରିବାର ୫ ସଦସ୍ୟ ଏକ ଅଟୋ ଯୋଗେ ରବିବାର ଦିନ ପଶ୍ଚିମ ଗୋଦାବରି ଜିଲ୍ଲାକୁ ମନ୍ଦିରକୁ ଯାଇ ଫେରୁ ଥିଲେ। ଏହି ସମୟରେ ଏକ ଟ୍ରକ୍   ପଶ୍ଚିମ ଗୋଦାବରି ଜିଲ୍ଲାରୁ (Anaparthi in East Godavari district) ମର୍କାପୁରମ୍ (Markapuram) ଅଭିମୁଖେ ଯାତ୍ରା କରୁଥିଲା।  ଏହି ସମୟରେ ସାମ୍ନା ପଟୁ ଆସୁଥିବା ଅଟୋ ରିକ୍ସାକୁ ଧକ୍କା ଦେଇଥିଲା ଟ୍ରକ୍ । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତା ରେ ଉଦ୍ଧାର କରି ଆହତଙ୍କୁ ମେଡିକାଲରେ ଭର୍ତ୍ତୀ କରିଥିଲା। ଚିକିତ୍ସାଧିନ ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକ ମଧ୍ୟରେ ମାଆ , ବାପା ଓ ତାଙ୍କ ତିନି ଛୁଆ ରହିଛନ୍ତି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଚମ୍ପଟ ମାରିଛି। ସେପଟେ ଅଟୋ ଡ୍ରାଇଭରର ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ଜଣେ ବାଟୋଇ ମଧ୍ୟ ଆହତ ହୋଇଛନ୍ତି। 

ନିକଟରେ ଏଭଳି ଏକ ଦୁର୍ଘଟଣା ବିହାରରେ ଘଟିଛି  । ରାସ୍ତା ଉପରେ ଛିଡ଼ା ହୋଇଥିବା କଣ୍ଟେନରକୁ ପଛରୁ ପିଟିଲା ସ୍କର୍ପିଓ । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି । ସମସ୍ତ ମୃତକ କୁଡାରି ଗାଁର ବାସିନ୍ଦା ବୋଲି ଜଣାପଡି଼ଛି । ସୂଚନା ଅନୁଯାୟୀ, ସିଦ୍ଧେଶ୍ୱର ଶର୍ମା ନାମକ ଜଣେ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ବୋଧ ଗୟାରୁ କେମୁରି ଜିଲ୍ଲା ଅନ୍ତର୍ଗତ କୁଡାରି ଗାଁକୁ ଫେରୁଥିଲେ । ଭୋର ସମୟରେ ଡ୍ରାଇଭରଙ୍କ ଆଖି୍ ଲାଗି ଯାଇଥିଲା । ଫଳରେ ଗାଡ଼ି଼ଟି ଆଗରେ ଯାଉଥିବା ଏକ କଣ୍ଟେନରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓର ସମ୍ମୁଖ ଭାଗ କଣ୍ଟେନର ଭିତରେ ପଶିଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସ ସୂଚନା ଦେବା ପରେ ସ୍କର୍ପିଓ ଟାଣି ବାହାର କରିଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଦର ହସ୍ପିଟାଲରେ ଚିକିତ୍ସା ବେଳେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସିଦ୍ଧେଶ୍ୱର ଶର୍ମା ମାତ୍ର ତିନି ଦିନ ପୂର୍ବରୁ ଏହି ସ୍କର୍ପିଓ କାରଟି କିଣିଥିଲେ। ଗାଡ଼ି ପୂଜା କରିବା ନେଇ ସମ୍ପର୍କୀୟଙ୍କ ସହ ସିଦ୍ଧେଶ୍ୱର ରଜରପ୍ପା ସ୍ଥିତ ଛିନ୍ନମସ୍ତିକା ଦେବୀ ମନ୍ଦିରକୁ ଯାଇଥିଲେ। ସେଠାରୁ ପୂଜା ସାରି ମଙ୍ଗଳବାର ଦିନ ଦର୍ଶନ ପାଇଁ ବୋଧ ଗୟା ଯାଇଥିଲେ। ଏହାପରେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ବୋଧ ଗୟା ଠାରୁ ଗାଁ ଅଭିମୁଖେ ବାହାରି ଥିଲେ । ଭୋର ପ୍ରାୟ ୪ଟା ବେଳେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ପୋଲିସ କହିଛି । ତେବେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।