ନେପାଳ ଛାଡିଲା ପାଣି, ଭାରତରେ ହୋଇଗଲା ବନ୍ୟା
Advertisement
Article Detail0/zeeodisha/odisha722168

ନେପାଳ ଛାଡିଲା ପାଣି, ଭାରତରେ ହୋଇଗଲା ବନ୍ୟା

ନେପାଳ ପକ୍ଷରୁ ଲକ୍ଷ ଲକ୍ଷ କ୍ୟୁସେକ ପାଣି ଛଡା ଯିବା ପରେ ଭାରତରେ ବନ୍ୟା ହୋଇଯାଇଛି । 

ନେପାଳ ଛାଡିଲା ପାଣି, ଭାରତରେ ହୋଇଗଲା ବନ୍ୟା

ଲକ୍ଷ୍ନୌ: ସୀମା ପରେ ଏବେ ପାଣି ଛାଡି ଭାରତଠୁ ବଦଲା ନେଉଛି ନେପାଳ। ଯାହର ପ୍ରଭାବ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାରେ। ନେପାଳ ପକ୍ଷରୁ ଛଡା ଯାଇଥିବା ଲକ୍ଷ ଲକ୍ଷ କ୍ୟୁସେକ୍ ଜଳ ଭାରତୀୟ ସୀମାରେ ପ୍ରବେଶ କରିବା ପରେ ଏହି ଜିଲ୍ଲାର ଅନେକ ଗାଁ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି। ସ୍ଥାନୀୟ ଘାଘରା ନଦୀରେ ବୁଡିଯିବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। 

ରବିବାର ଏ ଘଟଣା ବାବଦେର ମତ ରଖି ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଜୟଚନ୍ଦ୍ର ପାଣ୍ଡେ କହିଛନ୍ତି, ନେପାଳରୁ ଲକ୍ଷ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରିବା ପରେ ଜିଲ୍ଲାର ପ୍ରାୟ ୬୦ଟି ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ବନ୍ୟା ପୀଡିତଙ୍କୁ ରିଲିଫ ଯୋଗାଇବାକୁ ଚେଷ୍ଟା ଜାରି ରହିଛି । ଘାଘରା ନଦୀ ସହ ଯୋଡି ହୋଇଥିବା କେନାଲ ଏବଂ ଡ୍ରେନରେ ଜଳସ୍ତର ବୃଦ୍ଧି ପାଇଛି। ଶନିବାର ପଶୁଙ୍କୁ ପାଣି ପିଆଉଥିବା ସମୟରେ ଶନିବାର ବୁଣ୍ଡି ଥାନା ଅଧିନସ୍ଥ ଶୁକଲପୁରୱାରେ ପାଦ ଖସିଯିବା କାରଣରୁ ଏହି ନଦୀରେ ବୁଡ଼ି ଯାଇ ପରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି ।

ଏହା ସହିତ ଜିଲ୍ଲାର କେସିଆରଗଞ୍ଜ ଥାନା ଅନ୍ତର୍ଗତ ବାହରୈଚାନ୍ ପୁରବାର ବବଲୁ, ପାସିନପୁରୱାର ରାମ ସାମ୍ଭାରେ ଘାଘରା ନଦୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ସେମାନଙ୍କ ମୃତଦେହକୁ ସ୍କୃବା ଡ୍ରାଇଭରଙ୍କ ସହାୟତାରେ ଉଦ୍ଧାର କରାଯାଇଛି। ଶବ ବ୍ୟବଚ୍ଛେଦ କରାଯିବା ପରେ ସେମାନଙ୍କ ମୃତଦେହକୁ, ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି।

ସାମ୍ଭାବ୍ୟ ବନ୍ୟା ସ୍ଥିତି ଉପରେ ମତ ରଖି ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶୋଭିତ କୁଶୱାହା କହିଛନ୍ତି, ଶାରଦା, ଗିରିଜାପୁରୀ ଏବଂ ସାରୁ ବ୍ୟାରେଜରୁ ୩.୧୫ ଲକ୍ଷ କ୍ୟୁସେକ ଜଳ ଛାଡି ଦିଆଯାଇଛି।ଏହି ୩ଟି ସ୍ଥାନରେ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି ହେଲେ ଏଠାକାର ଏଲଜିନ୍ ବ୍ରିଜ୍ ଠାରେ ଘାଘରା ନଦୀରେ ଜଳସ୍ତର ବିପଦ ସଙ୍କେତ ଠାରୁ ୧୦୮ ସେମି ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଜଳସ୍ତର ୨ ସେଣ୍ଟିମିଟର ବୃଦ୍ଧି ପାଇଛି। ବ୍ୟାରେଜ୍ ସହିତ ୧୧୦ କିଲୋମିଟର ଦୂରତା ବିଶିଷ୍ଟ ବନ୍ଧ ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି।

ଅନ୍ୟପଟେ ଡେପୁଟି କଲେକ୍ଟର କହିଛନ୍ତି, ଜିଲ୍ଲାର କେସିଆରଗଞ୍ଜ, ମହସି ଏବଂ ମିହିମପୁରୱା ତହସିଲର ଅଧିନସ୍ଥ ୬୧ଟି ଗାଁର ପ୍ରାୟ ୧.୫ ଲକ୍ଷରୁ ଅଧିକ ଲୋକ ଏବଂ ୧୫,୫୦୦ ହେକ୍ଟର ଜମି ବନ୍ୟା ପ୍ଲାବିତ ହୋଇଛି। ୭ଟି ଗାଁରେ ଅବସ୍ଥା ଅଧିକ ଖରାପ ହୋଇଛି। ବନ୍ୟା କାରଣରୁ ଏପର୍ଯ୍ୟନ୍ତ ୧୩୧ଟି ଘର ନଷ୍ଟ ହୋଇଯାଇଛି। ରିଲିଫ୍ କାର୍ଯ୍ୟ ଲାଗି ୨3ଟି ବନ୍ୟା ପୋଷ୍ଟ ଏବଂ ଗୋଟିଏ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି ।

ଗୋଟିଏ ମୋଟର ଡଙ୍ଗା, ୧୭୯ଡଙ୍ଗା,  ଗୋଟିଏ ଏନଡିଆରଏଫ ପ୍ଲାଟୁନ୍, ୪୮ଟି ମେଡିକାଲ୍ ଟିମ ରିଲିଫ୍ ପ୍ରଦାନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।  ବନ୍ୟାର ମୁକାବିଲା ଲାଗି ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି, ଯଦି ପରିସ୍ଥିତ ଅଧିକ ସଂକଟାପର୍ଣ୍ଣ ହୁଏ, ରିଲିଫ ଯୋଗାଣ ଜାରି ରହିବ। ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଚିକିତ୍ସା ସୁବିଧା, ପଶୁ ଟୀକାକରଣ, ଏବଂ ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଉଛି।