Food Delivery: ବନ୍ଦ ହେବ ଅନଲାଇନ୍ ଫୁଡ୍ ଡେଲିଭରି ସେବା..
Advertisement
Article Detail0/zeeodisha/odisha1856448

Food Delivery: ବନ୍ଦ ହେବ ଅନଲାଇନ୍ ଫୁଡ୍ ଡେଲିଭରି ସେବା..

Food Delivery:  ଜି-୨୦ ସମ୍ମିଳନୀ ପାଇଁ ଏକଦମ ପ୍ରସ୍ତୁତ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀ(Delhi) । ଆଉ ମାତ୍ର ଦିନ କେଇଟା ପରେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟମାନେ ଭାରତରେ ପହଞ୍ଚିବେ। ସଜେଇ ହେଉଛି ଦିଲ୍ଲୀର ପ୍ରଗତି ମଇଦାନ(Pragati Maidan) । ନୂତନ ଭାରତ ମଣ୍ଡପମ୍ ରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ(G-20 Summit) । 

Food Delivery: ବନ୍ଦ ହେବ ଅନଲାଇନ୍ ଫୁଡ୍ ଡେଲିଭରି ସେବା..

Food Delivery:  ଜି-୨୦ ସମ୍ମିଳନୀ ପାଇଁ ଏକଦମ ପ୍ରସ୍ତୁତ ହେବାରେ ଲାଗିଛି ରାଜଧାନୀ ଦିଲ୍ଲୀ(Delhi) । ଆଉ ମାତ୍ର ଦିନ କେଇଟା ପରେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟମାନେ ଭାରତରେ ପହଞ୍ଚିବେ। ସଜେଇ ହେଉଛି ଦିଲ୍ଲୀର ପ୍ରଗତି ମଇଦାନ(Pragati Maidan) । ନୂତନ ଭାରତ ମଣ୍ଡପମ୍ ରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ(G-20 Summit) । ତେବେ ରାଜଧାନୀରେ ଦିଲ୍ଲୀରେ ହେବାକୁ ଥିବା ଥିବା ଏହି ସମ୍ମିଳନୀ ସମୟରେ କିଛି ସେବା ଉପରେ ସାମୟିକ ରୋକ ଲଗାଯିବା ନେଇ ଘୋଷଣା କରିଛନ୍ତି ସରକାର। ପୂର୍ବରୁ ୭, ୮ ଓ ୯ ତାରିଖରେ ଦିଲ୍ଲୀରେ ଯାତାୟତ ବନ୍ଦ ତଥା ଗାଡ଼ି ଚଳାଚଳ ସେବା ବପନ୍ଦ ହେବା ନେଇ ଘୋଷଣା କରାଯାଇଥିବା ବେଳେ ଏବେ ଆଉ କିଛି ସାଧାରଣ ସେବା ଉପରେ ରୋକ୍ ଲଗାଇଛନ୍ତି। ତେବେ ଆସନ୍ତୁ ଜାଣିବା ସମ୍ମିଳନୀ ସମୟରେ କେଉଁ କେଉଁ ସେବା ମିଳିବ ଏବଂ କେଉଁ ସେବା ବନ୍ଦ ରହିବ…

ଜି-୨୦ ସମ୍ମିଳନୀକୁ ଆଖି ଆଗରେ ରଖି ଦିଲ୍ଲୀ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି ।ଅତିଥିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆ ଦିଲ୍ଲୀରେ କେବଳ ମେଡିସିନ୍ ବ୍ୟତୀତ ଅନ୍ୟ ସମସ୍ତ ଅନଲାଇନ ଡେଲିଭରୀ ସେବା ବନ୍ଦ ରହିବ ବୋଲି କହିଛି ଦିଲ୍ଲୀ ପୋଲିସ । ଏହାପରେ ସ୍ପେଶାଲ ଟ୍ରାଫିକ କମିଶନର ଏସ.ଏସ ଯାଦବ କହିଛନ୍ତି ଯେ, ଅଗଷ୍ଟ ୨୫ ତାରିଖରେ ଦିଲ୍ଲୀ ପୋଲିସ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ହସ୍ପିଟାଲ ସେବା, ମେଡିକାଲ ଯାଞ୍ଚ ପାଇଁ ନମୂନା ସଂଗ୍ରହ ଭଳି କିଛି ଜରୁରୀକାଳୀନ ସେବାକୁ ଦିଲ୍ଲୀ ପୋଲିସ ତରଫରୁ ଅନୁମତି ଦିଆଯାଇଛି, ମାତ୍ର ଖାଦ୍ୟ ଡେଲିଭରି ବା ଅନ୍ୟ କୌଣସି ଜିନିଷର ଡେଲିଭରି ଉପରେ ରୋକ ଲଗାଯାଇଛି ।

ସୂଚନା ଅନୁସାରେ କେବଳ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନ ବ୍ୟତୀତ ମେଟ୍ରୋ ସେବା ସେବା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଯାତାୟତ ପାଇଁ ଷ୍ଟେସନରେ ୧୦-୧୫ ମିନିଟ ବ୍ୟବଧାନରେ ଟ୍ରେନ ଆସିପାରେ। ସେହିପରି ନୂଆଦିଲ୍ଲୀରେ ହୋଟେଲ ବୁକ୍ କରିଥିବା ବ୍ୟକ୍ତିମାନେ ବିମାନବନ୍ଦର ବା ରେଳ ଷ୍ଟେସନରୁ ଯାତାୟତ କରିପାରିବେ । ତେବେ ସେମାନଙ୍କୁ ଟିକେଟ, ବୁକିଂ ସ୍ଲିପ ସମେତ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଦେଖାଇବାକୁ ପଡ଼ିପାରେ।

ଜି-୨୦ ସମ୍ମିଳନୀ ପାଇଁ ଭାରତକୁ ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ଇଂଲଣ୍ଡ, ଆମେରିକା, ଆର୍ଜେଣ୍ଟିନା ସମେତ ଅଷ୍ଟ୍ରେଲିଆ, ବ୍ରାଜିଲ ଆଦି ଦେଶ ଯୋଗ ଦେବାକୁ ଯାଉଛନ୍ତି। ଏହାବ୍ୟତୀତ କାନାଡ଼ା, ୟୁରୋପୀୟ ସଂଘ, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଋଷ, ସାଉଦୀ ଆରବ, ସ୍ପେନ ଇତ୍ୟାଦି ଦେଶର ମୁଖ୍ୟମାନେ ମଧ୍ୟ ସାମିଲ ହୋଇପାରନ୍ତି ।ତେଣୁ ସମ୍ମିଳନୀକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସରକାରଙ୍କ ତରଫରୁ ଏପରି କିଛି କଠୋର ନିଷ୍ପତ୍ତି ନିଆଯାଇଛି।

Also Read: Solar Mission ଆଦିତ୍ୟ L1 ପ୍ରସ୍ତୁତି ବେଳେ ବୈଜ୍ଞାନିକ କାହିଁକି ବ୍ୟବହାର କରିନଥିଲେ Perfume, ଜାଣନ୍ତୁ ରହସ୍ୟ