ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ
Advertisement
Article Detail0/zeeodisha/odisha738803

ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଧନ । ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । 

ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଧନ । ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ଥିଲେ । ନିକଟରେ ପ୍ରଣବ ମୁଖାର୍ଜୀଙ୍କୁ କୋରୋନା ପଜିଟିଭ୍ ମିଳିଥିଲା, ତାଙ୍କର ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ୍ କରି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପ୍ରଣବ ମୁଖାର୍ଜୀ କୋରୋନା ଭୂତାଣୁ ପଜିଟିଭ୍ ଥିଲେ । ତାଙ୍କର ନିକଟ ଅତୀତରେ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା । ୨୦୧୨ରେ ପ୍ରଣବ ମୁଖାର୍ଜୀ ଦେଶର ରାଷ୍ଟ୍ରପତି ହୋଇଥିଲେ । ୨୦୧୭ ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଥିଲେ । ୨୦୧୯ ମସିହାରେ ତାଙ୍କୁ ଭରତ ରତ୍ନ ପ୍ରଦାନ କରାଯାଇଥିଲା ।

ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ପ୍ରଣବ ମୁଖାର୍ଜୀଙ୍କୁ ଅଗଷ୍ଟ ୧୦ରେ ଦିଲ୍ଲୀର ଆରଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ପରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ।

ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ପିଏମ ମୋଦି ଲେଖିଛନ୍ତି ଯେ, ପ୍ରଣବ ମୁଖାର୍ଜୀଙ୍କ ନିଧନରେ ସମଗ୍ର ଦେଶ ଦୁଃଖିତ, ସେ ଜଣେ ଷ୍ଟେଟମ୍ୟାନ୍ ଥିଲେ । ଯିଏ ରାଜନୈତିକ କ୍ଷେତ୍ର ଏବଂ ସାମାଜିକ କ୍ଷେତ୍ରରେ ସେବା କରିଛନ୍ତି । ରାଜନୈତିକ କ୍ୟାରିଅରରେ ପ୍ରଣବ ମୁଖାର୍ଜୀ ଆର୍ଥିକ ଏବଂ ସାମରିକ କ୍ଷେତ୍ରରେ ଯୋଗଦାନ ଦେଇଛନ୍ତି । ସେ ଜଣେ ଉଜ୍ଜ୍ୱଳ ସାଂସଦ ଥିଲେ, ଯିଏ ସର୍ବଦା ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଜବାବ ଦେଉଥିଲେ ।