• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /ବନ୍ଧାହେଲା ଗ୍ୟାଙ୍ଗଷ୍ଟାର ବିକାଶ

ବନ୍ଧାହେଲା ଗ୍ୟାଙ୍ଗଷ୍ଟାର ବିକାଶ

ଉଜ୍ଜୈନରୁ ଗିରଫ ହେଲା ବିକାଶ ଦୁବେ

Edited ByZee Odisha Desk
Published: Jul 09, 2020, 10:19 AM IST|Updated: Jul 09, 2020, 10:19 AM IST
joinshare
ବନ୍ଧାହେଲା ଗ୍ୟାଙ୍ଗଷ୍ଟାର ବିକାଶ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Orissa High Court:ଦଶହରା ପାଇଁ ଏତେ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

    Orissa High Court:ଦଶହରା ପାଇଁ ଏତେ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ

    2

    ଭୋଟର ତାଲିକାକୁ ନେଇ ବଡ଼ ଅପଡେଟ୍‌: SSR ଘୋଷଣା, ଡିଜିଟାଲ୍‌ କପି ଦେବ ନିର୍ବାଚନ ଆୟୋଗ

    3

    Top 10 news: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    4

    Top 10 News: ଅନ୍ତ୍ୟୋଦୟ ଯୋଜନା ଅବଧି ବୃଦ୍ଧି, ସରିଲା ଛାତ୍ର ସଂସଦ ନିର୍ବାଚନ ଓ ଅନ୍ୟ ଖବର

    5

    ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ: ଗିରଫ ହେଲା କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ। ମଧ୍ୟପ୍ରଦେଶର ଉଜ୍ଜୈନ ସହରରୁ ବିକାଶକୁ ଗିରଫ କରିଛି ପୋଲିସ। ଗୁରୁବାର ସକାଳ ସମୟରେ ହିଁ ବିକାଶକୁ ଗିରଫ କରିଛି ପୋଲିସ। ମଧ୍ୟପ୍ରଦେଶ ଉଜ୍ଜୈନ ସହରରେ ଥିବା ମହାକାଳ ମନ୍ଦିରରେ ବସିଥିବା ସମୟରେ ପୋଲିସ ତାକୁ ଗିରଫ କରିଥିଲା। 

    ମନ୍ଦିରରେ ଲୁଚିଥିବା ସମ୍ପରେକରେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ପ୍ରଶାସନର ଏକ ଟିମ ଚଢାଉ କରିଥିଲା। ଉକ୍ତ ଟିମରେ ସୁରକ୍ଷାକର୍ମୀ, ଉଜ୍ଜୈନର ଆରକ୍ଷୀ ଅଧିକ୍ଷକ ପ୍ରମୁଖ ରହିଥିଲେ। ଚଢାଉ କରି ବିକାଶକୁ ପୋଲିସ ନିଜ ହେପାଜତକୁ ନେଇଥିବା ସୂଚନା ରହିଛି। ବିକାଶ ଗିରଫ ହେବା ଖବର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ରାଜ୍ୟ ଡିଜିପି ସୂଚନା ଦେଇଥିଲେ। ଶିବରାଜ ସିହଂ ଚୌହାନ ଫୋନଯୋଗେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଫୋନ ଯୋଗେ ସୂଚନା ଦେଇଥିବା ଜଣାପଡ଼ିଛି।

    ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ବିକାଶ ଓ ତାର କିଛି ସହଯୋଗୀଙ୍କୁ ଗିରଫ କରିବା ଚୌବେପୁର ସ୍ଥିତି ବିକାରୁ ଗ୍ରାମରେ ଚଢାଉ କରିଥିଲେ। ମାତ୍ର ବିକାଶ ଓ ତାର ସହଯୋଗୀ ପୋଲିସ ଉପରକୁ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ୮ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରଠାରୁ ବିକାଶ ଫେରାର ଥିଲା। ପ୍ରାୟ ୫ଟି ରାଜ୍ୟର ପୋଲିସ ତାକୁ ଖୋଜୁଥିଲେ। ଗତକାଲି ନୋଏଡ଼ା ଅଞ୍ଚଳରେ ଏକ ଅଟୋରେ ଯାତାୟତ କରୁଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା। 

    ଫଳରେ ନୋଏଡ଼ ପୋଲିସ ଯାଞ୍ଚକୁ କଡ଼ାକଡ଼ି କରିଥିଲା। ଏପରିକି ନୋଏଡ଼ା ଫିଲ୍ମସିଟି ଅଞ୍ଚଳରେ ରହିଥିବା ନେଇ ଆଶଙ୍କା ଜୋର ଧରିଥିଲା। ନୋଏଡା ଫିଲ୍ମ ସିଟି ଅଞ୍ଚଳରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଗୁଡ଼ିକର କାର୍ଯ୍ୟାଳୟ ରହିଛି। କୁହାଯାଉଥିଲା ଯେ, ଏହି ଅଞ୍ଚଳରେ କୌଣସି ଗଣମାଧ୍ୟମରେ ଆତ୍ମସମର୍ପଣ କରିପାରେ। କାରଣ ମୃତ୍ୟୁକୁ ଭୟ କରି ବିକାଶ ଏଭଳି କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସେପଟେ ଏହି ଗୁଜବ ପ୍ରଚାର ହେବା କ୍ଷଣି ପୋଲିସ ମଧ୍ୟ ନୋଏଡ଼ା ଫିଲ୍ମ ସିଟି ଅଞ୍ଚଳରେ ଯାଞ୍ଚକୁ କଡ଼ାକଡ଼ି କରିଥିଲା। ମାତ୍ର ଆଜି ସକାଳୁ ମଧ୍ୟପ୍ରଦେଶ ପୋଲିସ ଉଜ୍ଜୈନରୁ ଗିରଫ କରିଥିବା ସୂଚନା ରହିଛି। 

    Add Zee News as a Preferred Source
    TAGS:
    Bikash dubey
    Gangstar
    Criminal
    encounter
    Kanpur
    madhyapradesh
    Ujjain