ପୁଣି ଖସିଲା ସୁନା ମୂଲ୍ୟ, ଜାଣି ନିଅନ୍ତୁ କ'ଣ ରହିଛି ରୁପା ରେଟ୍
Advertisement

ପୁଣି ଖସିଲା ସୁନା ମୂଲ୍ୟ, ଜାଣି ନିଅନ୍ତୁ କ'ଣ ରହିଛି ରୁପା ରେଟ୍

ସୋମବାର ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ରବିବାର ଦେଶରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ସୋମବାର ରୁପା ମୂଲ୍ୟରେ ୧,୦୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୭୦୦ ଟଙ୍କାରେ ପହଞ୍ଚିଛି ।

ପୁଣି ଖସିଲା ସୁନା ମୂଲ୍ୟ, ଜାଣି ନିଅନ୍ତୁ କ'ଣ ରହିଛି ରୁପା ରେଟ୍

ନୂଆଦିଲ୍ଲୀ: ସପ୍ତାହର ପ୍ରଥମ ଦିନ ସୁନା ମୂଲ୍ୟ (Gold Price) ରେ ହ୍ରାସ ଘଟିଥିବା ବେଳେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ରେକର୍ଡ କରାଯାଇଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ସମାନ ପରିସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ରବିବାର ସୁନା ମୂଲ୍ୟରେ ୧୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ସୋମବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୩,୯୮୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଏହାର ମୂଲ୍ୟ ୪୩,୯୯୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୨,୯୮୦ ଟଙ୍କାରେ ପହଞ୍ଚିଛି । ସେହିପରି ରବିବାର ଏହାର ମୂଲ୍ୟ ୪୨,୯୯୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଦେଶରେ ତାଣ୍ଡବ କରୁଛି କୋରୋନା, ଚଳିତ ବର୍ଷ ଗୋଟିଏ ଦିନରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

ଅନ୍ୟପଟେ ସୋମବାର ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ରବିବାର ଦେଶରେ ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ସୋମବାର ରୁପା ମୂଲ୍ୟରେ ୧,୦୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୫,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୭୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୫୭୦ ଟଙ୍କା ରହିଛି । ଯାହା ରବିବାର ୬,୪୭୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ପାୱାରଙ୍କ ସହ ଶାହଙ୍କ ସାକ୍ଷାତ, ଭାଙ୍ଗିଯିବ କି ଉଦ୍ଧବ ସରକାର?

ସୋମବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ରବିବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ସୋମବାର ୧୦ ଗ୍ରାମ ସୁନା ମୂଲ୍ୟରେ ୨୩୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୪୯୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୪୫,୭୨୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୨୧୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୧,୭୦୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ୪୧,୯୧୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-କିଡନୀ ସମସ୍ୟାରେ ଲାଭଦାୟକ ହୋଇଥାଏ ମେଥିର ସେବନ

ସେପଟେ ସୋମବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ରବିବାର ରାଜଧାନୀରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଅନ୍ୟପଟେ ସୋମବାର ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ସୋମବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୩୦୦ ଟଙ୍କା ରହିଛି । ଯାହା ରବିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୯,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୯୩୦ ଟଙ୍କା ରହିଛି । ଯାହା ରବିବାର ୬,୯୩୦ ଟଙ୍କା ଥିଲା ।