ନୂଆଦିଲ୍ଲୀ: Gold-Silver Price: ଶନିବାର ସୁନା-ରୁପା ଦର (Gold-Silver Rate) ରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଶୁକ୍ରବାର ସୁନା ମୂଲ୍ୟରେ ୧୨୦ ଟଙ୍କାର ହ୍ରାସ ଘଟି ଥିଲା । ସେହିପରି ଶନିବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୨୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୭୮୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଏହାର ମୂଲ୍ୟ ୪୮,୭୬୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୨୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୭୪୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗୁରୁବାର ଏହାର ମୂଲ୍ୟ ୪୭,୭୬୦ ଟଙ୍କା ଥିଲା ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-'ଯଦି କୋରୋନା ଭ୍ୟାକ୍ସିନର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ଅଧିକ ରଖାଯାଏ ତେବେ ବଢିପାରେ ବିପଦ'


ସେହିପରି ଶନିବାର ଦେଶରେ ରୁପା ମୂଲ୍ୟ (Silver Price) ରେ ହ୍ରାସ ଘଟିଛି । ଶୁକ୍ରବାର ଦେଶରେ ରୁପା ମୂଲ୍ୟରେ ୧୦୦୦ ଟଙ୍କାର ବୃଦ୍ଧି ଘଟି ଥିବାବେଳେ ଶନିବାର ରୁପା ମୂଲ୍ୟରେ ୨୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୨,୪୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୨୨୦ ଟଙ୍କା ରହିଛି । ଯାହା ବୁଧବାର ୭,୨୪୦ ଟଙ୍କା ଥିଲା ।


ଅଧିକ ପଢ଼ନ୍ତୁ:-ଲଘୁଚାପ ଓ ମୌସୁମୀ ସକ୍ରିୟ, ଆସନ୍ତା ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା


ଶନିବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ହ୍ରାସ ଘଟିଛି । ଶୁକ୍ରବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୩୩୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପକ୍ଷେ ଶନିବାର ୧୦ ଗ୍ରାମ ସୁନା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୯୦୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟ ୫୦,୩୦୦ ଟଙ୍କାରେ ବନ୍ଦ ହୋଇଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୪୦୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୭୫୦ ଟଙ୍କାରେ ପହଞ୍ଚିଛି । ଯାହା ଶୁକ୍ରବାର ୪୬,୧୦୦ ଟଙ୍କା ଥିଲା ।


ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେବେ ମୋଦି ସରକାର! ମହଙ୍ଗା ଭତ୍ତା, TA ଏବଂ Appraisal ର ମିଳିବ ଉପହାର


ଅନ୍ୟପଟେ ଶନିବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଶୁକ୍ରବାର ରାଜଧାନୀରେ ରୁପା ମୂଲ୍ୟରେ ୧୨୦୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପକ୍ଷେ ଶନିବାର ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ଶନିବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୭,୩୦୦ ଟଙ୍କା ରହିଛି । ଯାହା ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୭୭,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୭,୭୩୦ ଟଙ୍କା ରହିଛି । ଯାହା ଶୁକ୍ରବାର ୭,୭୩୦ ଟଙ୍କା ଥିଲା ।