ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେବେ ମୋଦି ସରକାର! ମହଙ୍ଗା ଭତ୍ତା, TA ଏବଂ Appraisal ର ମିଳିବ ଉପହାର
Advertisement

ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେବେ ମୋଦି ସରକାର! ମହଙ୍ଗା ଭତ୍ତା, TA ଏବଂ Appraisal ର ମିଳିବ ଉପହାର

EPFO ଦ୍ୱାରା ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ (APAR) ମଡ୍ୟୁଲର HR-Soft ଅନଲାଇନ୍ ୱିଣ୍ଡୋ ଲଞ୍ଚ କରାଯାଇଛି । Group A, Group B ଓ Group C କର୍ମଚାରୀଙ୍କ ପାଇଁ ଏହି ୱିଣ୍ଡୋ ଖୋଲା ଅଛି । ଏହି ୱିଣ୍ଡୋକୁ ଯାଇ ସମସ୍ତ କେନ୍ଦ୍ର କର୍ମଚାରୀଙ୍କୁ ସେମାନଙ୍କର ରିଭ୍ୟୁ ଓ ରିପୋର୍ଟ ଦାଖଲ କରିବାକୁ ପଡିବ । ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ପଡିବ ।

ଖୁବ୍ ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେବେ ମୋଦି ସରକାର! ମହଙ୍ଗା ଭତ୍ତା, TA ଏବଂ Appraisal ର ମିଳିବ ଉପହାର

ନୂଆଦିଲ୍ଲୀ: ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ଜୁଲାଇ ୧ରେ କେନ୍ଦ୍ର କର୍ମଚାରୀଙ୍କୁ ଅନେକ ଗୁଡ୍ ନ୍ୟୁଜ ମିଳିବାକୁ ଯାଉଛି । ଏହି ଦିନ ବର୍ଦ୍ଧିତ ମହଙ୍ଗା ଭତ୍ତା ସହ ଯାତ୍ରା ଭତ୍ତା ମଧ୍ୟ ବଢ଼ିଯିବ । ଏହା ବ୍ୟତୀତ  କେନ୍ଦ୍ର କର୍ମଚାରୀଙ୍କ ଦରମା ବୃଦ୍ଧି ଓ ପଦୋନ୍ନତିର ସମୟ ଆସିଯାଇଛି । ଅର୍ଥାତ୍ କର୍ମଚାରୀଙ୍କ ଆପ୍ରାଇଜାଲ୍ (Appraisal) ଗାଡ଼ି ବର୍ତ୍ତମାନ ଚାଲି ପଡ଼ିଛି । କର୍ମଚାରୀମାନେ ନିଜର self-appraisal ଜୁନ୍ ୩୦ ସୁଦ୍ଧା ନିଜ ରିପୋର୍ଟ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡିବ । ଜୁଲାଇ ୧ରୁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ହେବାର ଖୁସି ପରେ ଆପ୍ରାଇଜାଲର ଆରମ୍ଭ କର୍ମଚାରୀଙ୍କ ପାଇଁ ବର୍ତ୍ତମାନ ଦ୍ୱିଗୁଣ ଖୁସି ଖବର ଆଣିଛି ।

ଅଧିକ ପଢ଼ନ୍ତୁ:-ବିଜେପିରେ ଯୋଗଦେବା ମାତ୍ରେ ଜିତିନ ପ୍ରସାଦଙ୍କୁ ମିଳିବାକୁ ଯାଉଛି ଏହି ବଡ଼ ଉପହାର!

Appraisal ପାଇଁ ଅନଲାଇନ୍ ୱିଣ୍ଡୋ ଲଞ୍ଚ

EPFO ଦ୍ୱାରା ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ (APAR) ମଡ୍ୟୁଲର HR-Soft ଅନଲାଇନ୍ ୱିଣ୍ଡୋ ଲଞ୍ଚ କରାଯାଇଛି । Group A, Group B ଓ Group C କର୍ମଚାରୀଙ୍କ ପାଇଁ ଏହି ୱିଣ୍ଡୋ ଖୋଲା ଅଛି । ଏହି ୱିଣ୍ଡୋକୁ ଯାଇ ସମସ୍ତ କେନ୍ଦ୍ର କର୍ମଚାରୀଙ୍କୁ ସେମାନଙ୍କର ରିଭ୍ୟୁ ଓ ରିପୋର୍ଟ ଦାଖଲ କରିବାକୁ ପଡିବ । ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ପଡିବ ।

ଦୁଇ ଥର ସ୍ଥଗିତ ରଖାଯାଇଥିଲା Appraisal

ଏହାପୂର୍ବରୁ କୋରୋନା ଭୂତାଣୁ କାରଣରୁ ୨୦୨୦-୨୧ ଆର୍ଥିକ ବର୍ଷର ବାର୍ଷିକ Appraisal କୁ ଆଗକୁ ସ୍ଥଗିତ ରଖାଯାଇଥିଲା । ଡିପାର୍ଟମେଣ୍ଟ ଅଫ ପର୍ସନଲ ଟ୍ରେନିଂ (DoPT) ଏପ୍ରିଲ୍ ୧୪, ୨୦୨୧ରେ ଏନେଇ ଏକ ନିର୍ଦ୍ଦେଶ ଜାରି କରିଥିଲା, ଯାହା ଅନୁଯାୟୀ CSS, CSSS ଏବଂ CSCS କ୍ୟାଡରର ଗ୍ରୁପ୍ ଏ, ବି ଏବଂ ସିର ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟ (APAR) ଦାଖଲ ତାରିଖ ଡିସେମ୍ବର ୩୧,୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ନିର୍ଦ୍ଦେଶ ଅନୁଯାୟୀ, ଯେଉଁମାନେ ଫେବୃଆରୀ ୨୮,୨୦୨୧ରେ ଅବସର ନେଇଛନ୍ତି, ସେମାନେ ମଧ୍ୟ ଏହି ସୁବିଧା ପାଇବେ । ଯଦିଓ ଏହା ପୂର୍ବରୁ ମଧ୍ୟ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର କର୍ମଚାରୀଙ୍କ APAR କୁ ଆଗକୁ ବଢ଼ାଇ ଦିଆଯାଇଥିଲା । ତେବେ ଏହାକୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ଯେତେବେଳେ କି ଏହାର ଶେଷ ହେବାର ତାରିଖ ୩୧ ଡିସେମ୍ବର ୨୦୨୦ ଥିଲା ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ଏପରି କିଛି କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

Appraisal ୱିଣ୍ଡୋ ଖୋଲା

ସିଭିଲ୍ ଆକାଉଣ୍ଟସ୍ ବ୍ରଦର୍ଡ ଏଜି ୟୁପିର ପୂର୍ବତନ ସଭାପତି ହରିଶଙ୍କର ତିୱାରୀଙ୍କ ଅନୁଯାୟୀ ବର୍ତ୍ତମାନ APAR ର ୱିଣ୍ଡୋ ଖୋଲିଯାଇଛି । ଏହା ଏରିୟର ଭାବେ ଯେଉଁ ତାରିଖରୁ ଡ୍ୟୁ ହେବ, ସେହି ଦିନରୁ ହିଁ ମିଳିବ । ପେନସନଭୋଗୀଙ୍କ ବିଷୟରେ ମଧ୍ୟ ସମାନ ଯେଉଁମାନେ ଅବସର ନେଉଛନ୍ତି ସେମାନଙ୍କୁ ପ୍ରୋଭିଜନାଲ ପେନସନ୍ ଦିଆଯାଉଛି । ଯେତେବେଳେ ଜଣେ ସରକାରୀ କର୍ମଚାରୀ ଅବସର ନେବେ, ତାଙ୍କୁ ପ୍ରୋଭିଜନାଲ ପେନସନ୍ ମିଳିବ । ଏହି ପେନସନ୍ ତାଙ୍କର ଶେଷ ଦରମା ଅନୁଯାୟୀ କରାଯାଇଥାଏ । ତଥାପି, ପ୍ରକୃତ ପେନସନ୍ ଓ ପ୍ରୋଭିଜନାଲ ପେନସନ୍ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ ।

ଡିସେମ୍ବର ୩୧ ସୁଦ୍ଧା ଶେଷ ହେବ ପ୍ରକ୍ରିୟା

ଡିପାର୍ଟମେଣ୍ଟ ଅଫ ପର୍ସନଲ ଟ୍ରେନିଂ (DoPT) ର ନିର୍ଦ୍ଦେଶ ଅନୁଯାୟୀ, ମେ ୩୧, ୨୦୨୧ ସୁଦ୍ଧା ଖାଲି ଫର୍ମ / APAR ର ଜେନେରଟ କରିବାର କାର୍ଯ୍ୟ ଶେଷ କରିବାର ଥିଲା । ଏହା ପରେ ଜୁନ୍ ୩୦ ସୁଦ୍ଧା କର୍ମଚାରୀମାନଙ୍କୁ self-appraisal ରିପୋର୍ଟ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ପଡିବ । ଏହା ପରେ ଏହା ରିଭ୍ୟୁ ଅଧିକାରୀଙ୍କ ନିକଟକୁ ଯିବ ଏବଂ ସମସ୍ତ ପ୍ରକ୍ରିୟା ମାଧ୍ୟମରେ ଏହି ମୂଲ୍ୟାଙ୍କନ ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-କୋରୋନାର ମୃତ୍ୟୁ ସଂଖ୍ୟାରେ ଖେଳ! ମାନିଲେ ବିହାର ସରକାର ୫୪୨୪ ନୁହେଁ ବରଂ ୯୩୭୫ ଲୋକଙ୍କ ଯାଇଛି ଜୀବନ

ଜୁଲାଇ ୧ରୁ ମହଙ୍ଗା ଭତ୍ତା ଓ ବକେୟା

୫୦ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଜୁଲାଇ ୧ରୁ ସେମାନଙ୍କର ବର୍ଦ୍ଧିତ ମହତ୍ତା ଭତ୍ତା (DA) ପାଇବା ଆରମ୍ଭ କରିବେ, କିନ୍ତୁ କେନ୍ଦ୍ର କର୍ମଚାରୀଙ୍କୁ ସେମାନଙ୍କ ଡିଏ ବକେୟା ଉପରେ ସନ୍ଦେହ ରହିଛି । କର୍ମଚାରୀମାନେ ଆଶା କରୁଛନ୍ତି ଯେ ଜୁଲାଇ ୧ରୁ ସରକାର ସେମାନଙ୍କ ଅଟକାଯାଇଥିବା ତିନୋଟି ମହଙ୍ଗା ଭତ୍ତା ମଧ୍ୟ ଦେବେ । ସୂତ୍ରାନୁସାରେ, କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଜୁଲାଇ ୧, ୨୦୨୧ରୁ ମହଙ୍ଗା ଭତ୍ତା ଦେବା ଆରମ୍ଭ କରିପାରେ, କିନ୍ତୁ ଏହି ଭତ୍ତା ପୂର୍ବ ତାରିଖରୁ ଦିଆଯିବ ନାହିଁ । ଜୁଲାଇ ପରେ ଯେଉଁ ଭତ୍ତା ହେଉଛି ତାହା ପ୍ରଦାନ କରାଯିବ । ଅର୍ଥାତ୍ କର୍ମଚାରୀମାନେ ପୂର୍ବରୁ ଅଟକି ଥିବା ୩ଟି କିସ୍ତିର ବକେୟା ପାଇବେ ନାହିଁ ।

DA ର ୩ଟି ବକେୟା କିସ୍ତିର ଅପେକ୍ଷା 

୯ ମାର୍ଚ୍ଚ ୨୦୨୦ରେ ରାଜ୍ୟ ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ( Minister of State (MoS) Finance Anurag Thakur) ରାଜ୍ୟସଭାରେ ଲିଖିତ ଉତ୍ତର କହିଛନ୍ତି ଯେ ବିଚାରାଧୀନ ତିନୋଟି ଡିଏ କିସ୍ତି ୧ ଜୁଲାଇ ୨୦୨୧ର ନୂଆ ଦରରେ ମିଳିବାକୁ ଯାଉଥିବା ଡିଏରେ ସାମିଲ ହେବ । DA ର ଏହି ତିନୋଟି ବିଚାରାଧୀନ କିସ୍ତି କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ଜୁଲାଇ ୧ରୁ ଡିଏ ପୁନଃ ଆରମ୍ଭ ହେବା ସହିତ କେନ୍ଦ୍ର କର୍ମଚାରୀଙ୍କ ବେତନରେ ଏକ ବଡ ବୃଦ୍ଧି ଦେଖିବାକୁ ମିଳିବ, କାରଣ ସେମାନଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନର ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ଯଦିଓ, ଏହି କିସ୍ତିଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ତେବେ ସେମାନଙ୍କର ସପ୍ତମ ପେ କମିଶନ (7th Pay Commission) ର ବକେୟା ଉପରେ ଏକ ବଡ ପ୍ରଭାବ ପଡ଼ିବ ।