ସପ୍ତାହର ପ୍ରଥମ ଦିନରେ ରେକର୍ଡ ସ୍ତରକୁ ଛୁଇଁଲା ସୁନା-ରୁପା ଦର
Advertisement

ସପ୍ତାହର ପ୍ରଥମ ଦିନରେ ରେକର୍ଡ ସ୍ତରକୁ ଛୁଇଁଲା ସୁନା-ରୁପା ଦର

ଅନ୍ୟପକ୍ଷେ ଭୁବନେଶ୍ୱରରେ ମଧ୍ୟ ରୁପା ମୂଲ୍ୟରେ ବୃଦ୍ଧି ଦେଖାଦେଇଛି । ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟରେ ୧,୭୯୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୫୦୦ ଟଙ୍କା ରହିଛି । ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୬,୭୧୦ ଟଙ୍କା ଥିଲା । 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ସମେତ ଭାରତ ଆଗରେ କୋରୋନା ମହାମାରୀ ସଙ୍କଟ ଦେଖାଦେଇଛି । ଯାହାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି । ଏହାସହ ମୂଲ୍ୟବାନ ଧାତୁର ମୂଲ୍ୟରେ ମଧ୍ୟ ଅସ୍ଥିରତା ଲାଗି ରହିଛି । ଅନ୍ୟପକ୍ଷେ ଭାରତରେ ମଧ୍ୟ ଲକଡାଉନ୍ ଜାରି ରହିଛି । ଫଳରେ ସାରା ଦେଶରେ ସୁନା-ରୁପା ପରି ମୂଲ୍ୟବାନ ଧାତୁ ଦୋକାନ ବନ୍ଦ ରହିଛି । ଆଜି(ସୋମବାର) ସପ୍ତାହର ପ୍ରଥମ ଦିନରେ ମୂଲ୍ୟବାନ ଧାତୁ ମୂଲ୍ୟରେ ବୃଦ୍ଧି ରେକର୍ଡ କରାଯାଇଛି । ଆଜି ସୁନା-ରୁପା ମୂଲ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଦେଶରେ ୧୦ ଗ୍ରାମ ସୁନା ମୂଲ୍ୟରେ ୩୯୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୫୦୦ ଟଙ୍କାକୁ ପହଞ୍ଚିଛି । ଗତକାଲି ଏହାର ମୂଲ୍ୟ ୪୭,୧୧୦ ଟଙ୍କା ଥିଲା । 

ଅନ୍ୟପକ୍ଷେ ଆଜି ଦେଶରେ ରୁପା ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଫଳରେ ରୁପା ମୂଲ୍ୟ ରେକର୍ଡ ସ୍ତରକୁ ପହଞ୍ଚିଛି । ଆଜି ରୁପା ମୂଲ୍ୟରେ ୧,୭୯୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଫଳରେ ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୪୮,୫୦୦ ଟଙ୍କା ରହିଛି । ଯାହା ଗତକାଲି ୪୬,୭୧୦ ଟଙ୍କା ଥିଲା । 

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଦେଖାଦେଇଛି । ଆଜି ସୁନା ଦର ୩୯୦ ଟଙ୍କା ବଢ଼ିଛି । ଫଳରେ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୯୩୦ ଟଙ୍କା ପହଞ୍ଚିଛି । ଗତକାଲି ମଧ୍ୟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୫୪୦ ଟଙ୍କାରେ ବନ୍ଦ ହୋଇଥିଲା । ୧୧ କ୍ୟାରେଟ ସୁନା ମୂଲ୍ୟରେ ମଧ୍ୟ ୩୯୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୮୫୦ ଟଙ୍କା ରହିଛି । ଯାହା ଗତକାଲି ୪୫,୪୭୦ ଟଙ୍କା ରହିଥିଲା । 