ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍
Advertisement

ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍

ଜଧାନୀ ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ଦର (Gold Price) ରେ ବୃଦ୍ଧି ଘଟିଛି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: Gold-Silver Rate: ଗୁରୁବାର ଅର୍ଥାତ ଡିସେମ୍ୱର ୨୩ରେ ସୁନା ଓ ରୁପା ମୂଲ୍ୟ (Gold Silver Price) ରେ ହ୍ରାସ ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ବୁଧବାର ସୁନା ମୂଲ୍ୟରେ ୪୧୦ ଟଙ୍କାର ହ୍ରାସ ଘଟିଥିଲା । ଅନ୍ୟପଟେ ଗୁରୁବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୦୦ ଟଙ୍କାର ବୃଦ୍ଧି ଦେଖାଦେଇଛି । ଯାହା ପରେ ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଏହାର ମୂଲ୍ୟ ୪୮,୦୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଏହାର ମୂଲ୍ୟ ୪୭,୦୦୦ ଟଙ୍କା ଥିଲା ।
 
ସେହିପରି ଦେଶରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ଘଟିଛି । ବୁଧବାର ଦେଶରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ବୃଦ୍ଧି ଘଟିଥିବାବେଳେ ଗୁରୁବାର ରୁପା ଦରରେ ୪୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୯୦ ଟଙ୍କା ରହିଛି । ଯାହା ବୁଧବାର ୬,୧୯୦ ଟଙ୍କା ଥିଲା ।

ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ମଧ୍ୟ ସୁନା ଦର (Gold Price) ରେ ବୃଦ୍ଧି ଘଟିଛି । ବୁଧବାର ଭୁବନେଶ୍ୱରରେ ସୁନା ଦରରେ ୧୫୦ ଟଙ୍କାର ହ୍ରାସ ଘଟିଥିଲା । ସେପଟେ ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟରେ ୨୮୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୭୧୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୪୩୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୨୧୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୩୫୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଏହାର ମୂଲ୍ୟ ୪୫,୧୪୦ ଟଙ୍କା ଥିଲା ।

ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି ରେକର୍ଡ କରାଯାଇଛି । ବୁଧବାର ରାଜଧାନୀରେ ରୁପା ମୂଲ୍ୟରେ ୫୦୦ ଟଙ୍କାର ବୃଦ୍ଧି ଘଟିଥିଲା । ସେହିପରି ଗୁରୁବାର ରୁପା ଦରରେ ୪୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କାରେ ପହଞ୍ଚିଛି । ଯାହା ବୁଧବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୧,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୧୯୦ ଟଙ୍କା ରହିଛି । ଯାହା ବୁଧବାର ୬,୧୯୦ ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ:-ଓମିକ୍ରନରୁ ରକ୍ଷା ପାଇବା ପାଇଁ ରହିଛି କେବଳ ଦୁଇଟି ଉପାୟ! AIIMS ନିର୍ଦ୍ଦେଶକ ଦେଲେ ଚେତାବନୀ

ଏହା ବି ପଢ଼ନ୍ତୁ:-୨ଟା ବିବାହ: ଗୋଟିଏ ସମାଜକୁ ଦେଉଛି ନିଆରା ବାର୍ତ୍ତା, ଅନ୍ୟଟି ବଖାଣୁଛି ଯୌତୁକର ବ୍ୟାଥା

ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଉ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୪୩୪ ସଂକ୍ରମି